ପୁରୀ -ତା୨୭/୦୯ -ଓଡିଶା ସରକାର ୭୫ ଜଣ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ନିଷ୍ପତ୍ତି ଗ୍ରହଣ କରିବା ଏକ ଐତିହାସିକ ସିଦ୍ଧାନ୍ତ। ଏଥିପାଇଁ ବୁଦ୍ଧିଜୀବୀ, ସାହିତ୍ୟିକ ଓ ସଂସ୍କୃତି ପ୍ରେମୀ ତଥା ସଚେତନଶୀଳ ନାଗରିକ ସମାଜରେ ଖୁସି ପ୍ରକାଶ ପାଇଛି।ପୁରୀ ଜିଲ୍ଲାରେ ଭକ୍ତ ମନେଇ ସାହୁ ଓ ଅଟଳ ବିହାରି ବାଜପାୟୀ ଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ନିଷ୍ପତ୍ତିକୁ କୁମାର କବି ଫାଉଣ୍ଡେସନ ତରଫରୁ ସ୍ୱାଗତ କରାଯାଇଛି। ମାତ୍ର ପ୍ରଥମ ସ୍ୱାଧୀନତା ସଂଗ୍ରାମର କର୍ଣ୍ଣଧାର ବକ୍ସି ଜଗବନ୍ଧୁଙ୍କ ସଂଗ୍ରାମ ପୀଠ ଐତିହାସିକ ଗଡରୋଡଙ୍ଗରେ ଏକ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି। ଓଡ଼ିଆ ଭାଗବତକାର ମହାକଵି ଅତିବଡ଼ି ଜଗନ୍ନାଥ ଦାସଙ୍କ ପ୍ରତିମୂର୍ତ୍ତି ପାଇଁ ନିଷ୍ପତ୍ତି ଗ୍ରହଣ କରିବାର ଆବଶ୍ୟକତା ରହିଛି।ସେହିପରି ସାହିତ୍ୟ ଜଗତର ଦୁଇ ଲବ୍ଧ ପ୍ରତିଷ୍ଠିତ ଡକ୍ଟର ମାୟାଧର ମାନସିଂହ ଓ କୁମାର କବି ଅରକ୍ଷିତ ପ୍ରଧାନଙ୍କ ଭଳି ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ସଚେତନ ନାଗରିକ ସମାଜରେ ଦାବି ହେଉଛି। ମହାନ ସନ୍ଥ ଓ ସ୍ୱାଧୀନତା ସଂଗ୍ରାମୀ ଅଭିରାମ ପରମହଂସଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନକଲେ ଭବିଷ୍ୟତ ପିଢ଼ି ଆମକୁ କ୍ଷମା ଦେଵ ନାହିଁ। ବର୍ତ୍ତମାନ ରାଜ୍ୟ ସରକାର ସଂସ୍କୃତି ର ସୁରକ୍ଷା ଓ ସଂରକ୍ଷଣ ସମ୍ବନ୍ଧରେ ଗୁରୁତ୍ବ ଦେଉଥିବାରୁ ପୁରୀ ଜିଲ୍ଲାରେ ଉପରୋକ୍ତ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ପୁନଃ ବିଚାର କରିବାକୁ କୁମାର କବି ଫାଉଣ୍ଡେସନ ଦାବି କରୁଛି। ଅଧ୍ୟାପକ ବସନ୍ତ କୁମାର ମିଶ୍ର, ସଭାପତି, ଅଧିବକ୍ତା ଦିଗମ୍ବର ବେହେରା, ସମ୍ପାଦକ, କଣ୍ଠଶିଳ୍ପୀ ସୁଶାନ୍ତ ପ୍ରଧାନ- କୋଷାଧ୍ୟକ୍ଷ , ଆଲୋକ କୁମାର ପ୍ରଧାନ, ସଂଯୋଜକ, ଗାୟକ ପର୍ଶୁରାମ ଶାସମଲ, ତତ୍ତ୍ୱ କବି ଭିକାରୀ ଚରଣ ଜେନା, ଭଜନତୀର୍ଥ ଭାଗିରଥି ଦଳାଇ,ସମାଜସେବୀ ରଞ୍ଜନ କୁମାର ଦଳାଇ,କବି ସତ୍ୟପ୍ରିୟ ପ୍ରଧାନ,କୁମାର କବି ଫାଉଣ୍ଡେସନ, ବ୍ରହ୍ମଗିରି।










