Home / ମୁଖ୍ୟ ଖବର / ବିଶ୍ୱ ପର୍ଯ୍ୟଟନ ଦିବସରେ, ଶ୍ରୀଗୁଣ୍ଡିଚା ମନ୍ଦିରରୁ ଦୁଃଖରେ ଫେରିଲେ ଭକ୍ତ।

ବିଶ୍ୱ ପର୍ଯ୍ୟଟନ ଦିବସରେ, ଶ୍ରୀଗୁଣ୍ଡିଚା ମନ୍ଦିରରୁ ଦୁଃଖରେ ଫେରିଲେ ଭକ୍ତ।

whatsapp image 2025 09 27 at 19.54.35 a94e3daa

ପୁରୀ: ୨୭/୦୯/୨୦୨୫ – ମହାମାରୀ କୋଭିଡ ପର ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ରଥଯାତ୍ରା ବ୍ୟତୀତ ବର୍ଷ ସାରା ସାଧାରଣ ଭକ୍ତଙ୍କ ପ୍ରବେଶ ବନ୍ଦ ରହିଛି। ଦୂରଦୂରାନ୍ତରୁ ଆସୁଥିବା ଲକ୍ଷ ଲକ୍ଷ ଭକ୍ତ ଓ ପର୍ଯ୍ୟଟକ ମହାପ୍ରଭୁଙ୍କ ଜନ୍ମ ସ୍ଥଳୀ ଦର୍ଶନରୁ ବଞ୍ଚିତ ହୋଇ ନିଜର କ୍ଷୋଭ ପ୍ରକାଶ କରୁଛନ୍ତି। କେଉଁଠି ନା କେଉଁଠି ଏହା ଭକ୍ତଙ୍କ ଭାବାବେଗକୁ କୁଠାରଘାତ କରୁଛି। ଶ୍ରୀଗୁଣ୍ଡିଚା ମନ୍ଦିର ପ୍ରବେଶ ନିଷେଧ ହେତୁ ଫେରୁଥିବା ଭକ୍ତ ପର୍ଯ୍ୟଟକ ସ୍ଥାନୀୟ ଜନସାଧାରଣଙ୍କ ସମୂଖରେ ନୈରାଶ୍ୟ ମନୋଭାବ ପ୍ରକାଶ କରୁଛନ୍ତି। ଯାହାକି ସ୍ଥାନୀୟ ଯୁବକ ମାନେ ଏହି ପର୍ଯ୍ୟଟକଙ୍କ ନୈରାଶ୍ୟଜନକ ମନୋଭାବକୁ ଦୈନିକ ପରିଲକ୍ଷିତ କରୁଛନ୍ତି। ବହୁ ଦୂର ଦୁରାନ୍ତରୁ ଆସୁଥିବା ବୟସ୍କ ଭକ୍ତ ମାନେ ଆଉ ଜୀବନରେ ଆସି ପାରିବେ କି ନାହିଁ ଚିନ୍ତାକରି ଶ୍ରୀଗୁଣ୍ଡିଚା ମନ୍ଦିର ଦୁଆରୁ ମୁଣ୍ଡିଆ ମାରି ବହୁତ ଦୁଃଖରେ ଫେରୁଛନ୍ତି l ଏଥିପାଇଁ ଆଜି ଶ୍ରୀ ଜଗନ୍ନାଥ ଯୁବ ବାହିନୀ ସମେତ ଆସୋସିଏସନ୍ ଅଫ ଟ୍ୱିଟର ଆକ୍ତିଭିଷ୍ଟସ୍ ର ସଦସ୍ୟ ବୃନ୍ଦ ମିଳିତ ଭାବେ ଭକ୍ତଙ୍କ ଉଦ୍ଦେଶ୍ୟରେ ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲିବା ଦାବିରେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ସହ ଲିଫ୍ଲେଟ ବାଣ୍ଟି ପ୍ରଶାସନକୁ ଖୋଲିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ। ଶ୍ରୀଜଗନ୍ନାଥ ଯୁବ ବାହିନୀର ସଭାପତି ଶିତିକଣ୍ଠ ସ୍ୱାଇଁ , ସମ୍ପାଦକ ସୁବାଷ ଚନ୍ଦ୍ର ମହାରଣା, ଉପ କୋଷାଧ୍ୟକ୍ଷ ଜୟକୃଷ୍ଣ ପରିଡାଙ୍କ
ସମେତ ସମସ୍ତ ଯୁବକ ମାନଙ୍କ ଉପସ୍ଥିତରେ ଟିମ୍ ଆଟାର ସଦସ୍ୟ ଦୀପକ କୁମାର ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply