Home / ମୁଖ୍ୟ ଖବର / ଶ୍ରୀକ୍ଷେତ୍ର ଯୁବ ସାଂସ୍କୃତିକ ସଂସଦ ପୁରୀ ତାର ୪୬ତମ କୁମାର ଉତ୍ସବର ସାଂସ୍କୃତିକ

ଶ୍ରୀକ୍ଷେତ୍ର ଯୁବ ସାଂସ୍କୃତିକ ସଂସଦ ପୁରୀ ତାର ୪୬ତମ କୁମାର ଉତ୍ସବର ସାଂସ୍କୃତିକ

whatsapp image 2025 10 04 at 19.13.46 5555fa48

ପୁରୀ,୩/୧୦/୨୦୨୫-ସାଂସ୍କୃତିକ ତଥା ସାମାଜିକ ଅନୁଷ୍ଠାନ ଶ୍ରୀକ୍ଷେତ୍ର ଯୁବ ସାଂସ୍କୃତିକ ସଂସଦ ପୁରୀ ତାର ୪୬ତମ କୁମାର ଉତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମ ଆସନ୍ତା ୬ ଓ ୭ ଅକ୍ଟୋବର ୨୦୨୫ ଦୁଇଦିନ ଧରି ପୌରସଦନ ଠାରେ ପାଳନ କରିବାକୁ ଯାଉଅଛି। ଏ ନେଇ ଅନୁଷ୍ଠାନ ପକ୍ଷରୁ ଶନିବାର ସ୍ଥାନୀୟ ଲାଇଟ୍ ହାଉସ୍ ନିକଟସ୍ଥ ହୋଟେଲ୍ ସାଗରକନ୍ୟା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ସଭାପତି ବିରେନ୍ଦ୍ର ନାରାୟଣ ଗୋଛିକାର, ସାଧାରଣ ସଂପାଦକ ସନ୍ତୋଷ ଶତପଥି, କୋଷାଧ୍ୟକ୍ଷ ଜିତେନ୍ଦ୍ର ଦାସମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ସାଧାରଣ ସଂପାଦକ ଶ୍ରୀ ଶତପଥି ଏବଂ ସଭାପତି ଶ୍ରୀ ଗୋଛିକାର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ କହିଥିଲେ କି ଆସନ୍ତା ୫, ୬ ଓ ୭ ରିଖ ତିନିଦିନ ଧରି ଅନୁଷ୍ଠାନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ୪୬ତମ କୁମାର ଉତ୍ସବ ପାଳନ କରାଯିବ। ୫ ତାରିଖ ରବିବାର ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟଠାରେ ଆଗ୍ରୋଟେକ୍ ଚାରିଟେବୁଲ୍ ଟ୍ରଷ୍ଟ ସହଯୋଗରେ ଏକ ନିଶୁଳ୍କ ସ୍ୱାସ୍ଥ୍ୟପରିକ୍ଷା ଶିବିର କରାଯିବା ସହ ପୌରସଦନ ଠାରେ ବିଦ୍ୟାଳୟସ୍ଥରୀୟ ପ୍ରତିଯୋଗୀତା ଅନୁଷ୍ଠିତ ହେବ ।

whatsapp image 2025 10 04 at 19.13.46 b856915a

୬ ତାରିଖ ସାଂସ୍କୃତିକ କାର୍ଯକ୍ରମ ଉଦ୍‌ଘାଟନୀ ଉତ୍ସବରେ ମାନ୍ୟବର, ବିଧାୟକ ପୁରୀ, ଶ୍ରୀଯୁକ୍ତ ସୁନିଲ୍ ମହାନ୍ତି, ସତ୍ୟବାଦୀ ବିଧାୟକ ଶ୍ରୀଯୁକ୍ତ ଓମ୍ ପ୍ରକାଶ ମିଶ୍ର, ଜିଲ୍ଲାପାଳ ପୁରୀ, ଶ୍ରୀଯୁକ୍ତ ଦିବ୍ୟଜ୍ୟେତି ପରିଡା, ପୂର୍ବତ୍ତନ ପରିଚାଳନା ନିର୍ଦ୍ଦେଶକ, ନାଲକୋ, ଡ଼ଃ ତପନ କୁମାର ଚାନ୍ଦ୍‌, ପ୍ରମୁଖ ଉପସ୍ଥିତ ରହି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂତ୍ତିରେ ମାଲ୍ୟାର୍ପଣ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ। ଏହାପରେ ସମ୍ମାନିତ ଅତିଥିଙ୍କ ଦ୍ୱାରା ପୂର୍ବରୁ ଅନୁଷ୍ଠିତ ହୋଇଥିବା ଜିଲ୍ଳାସ୍ତରୀୟ ପ୍ରତିଯୋଗୀତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ। ସଭାକାର୍ଯ୍ୟ ପରେ ଅନୁଷ୍ଠାନର ସଦସ୍ୟ ସଦସ୍ୟା ମାନଙ୍କ ଦ୍ୱାରା ନୃତ୍ୟ ଭିତ୍ତିକ ସମବେତ ସଙ୍ଗୀତ ରୂପକ କୁମାର ପୂର୍ଣ୍ଣିମା ରାତି, ମନେ ଭରିଦିଏ ତାତି ଏହାପରେ ଓଡିଶୀ ନୃତ୍ୟ ନବଦୁର୍ଗା, କ୍ରିଏଟିଭ୍ ଡ୍ୟାନ୍ସ୍‌, ନାଚ୍ ବଲିଏ ଆଧୁନିକ ନୃତ୍ୟ ପରିବେଷଣ କରାଯିବ। ସର୍ବ ଶେଷରେ ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯିବ।
ସେହିଭଳି ୭ ତାରିଖ ଉଦ୍‌ଯାପନୀ ଦିବସରେ ମାନ୍ୟବର, ରାଜ୍ୟସଭା ସାଂସଦ, ଶ୍ରୀଯୁକ୍ତ ସୁଭାଶିଷ ଖୁଣ୍ଟିଆ, ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ, ଶ୍ରୀଯୁକ୍ତ ଅଭିମନ୍ୟୁ ବେହେରା, ଆରକ୍ଷୀ ଅଧିକ୍ଷକ, ଶ୍ରୀଯୁକ୍ତ ପ୍ରତୀକ୍ ସିଂ, ପୂର୍ବତ୍ତନ ବିଧାୟକ, ଶ୍ରୀଯୁକ୍ତ ଜୟନ୍ତ କୁମାର ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ପ୍ରତିବର୍ଷଭଳି ଅନୁଷ୍ଠାନର ଆକର୍ଷଣୀୟ ପୁରସ୍କାର ଲିଟିଲ୍ ମିସ୍ ଓ ଲିଟିଲ୍ ମାଷ୍ଟର ପୁରସ୍କାର ପ୍ରଦାନ କରାଯିବ। ଏହାପରେ ମାହାରୀ ନୃତ୍ୟ, କଲିକତାର ରାଇବଂଶୀ ଗୃପ ପକ୍ଷରୁ ବାଲାନ୍ସିଂ ଆକ୍ଟ ପରିବେଷଣ କରାଯିବ। ପରିଶେଷରେ ଓଡିଆ ଏବଂ ହିନ୍ଦୀ ସିନେ ଜଗତର ନବାଗତ ପ୍ରଚ୍ଛଦପଟ୍ଟ କଣ୍ଠଶିଳ୍ପୀ ମାନଙ୍କ ଦ୍ୱାରା ଓଲିଉଡ୍ ଓ ବଲିଉଡ ନାଇଟ୍ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଏହି ସମସ୍ତ କାର୍ଯ୍ୟକ୍ରମକୁ ସଞ୍ଜିବ ଓ ମିସ୍ ଶାଶ୍ୱତି ସଂଯୋଜନା କରିବେ। ଉକ୍ତଦିନ ପୂର୍ବାହ୍ନରେ ଦୋଳବେଦୀକୋଣସ୍ଥିତ ସତ୍ୟନାରାୟଣ ମନ୍ଦିରଠାରେ ପ୍ରସାଦ ବଣ୍ଟନ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର କାର୍ଯ୍ୟକାରୀ ସଭ୍ୟ ରାଜୀବ୍ ଶତପଥି, ଅଜିତ୍ କୁମାର ମହାନ୍ତି, ରଞ୍ଜିତ୍ ସିଂ, ବିକ୍ରମ ପରିଡା, ପି. ଅନିଲ୍ ରାଓ, ଅମିୟ ପ୍ରସାଦ ନାଗ୍ ପ୍ରମୁଖ ଉପସ୍ଥିତ ରହି ସାମ୍ବାଦିକ ସମ୍ମିଳନୀରେ ସହଯୋଗ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply