Home / ମୁଖ୍ୟ ଖବର / ଉଚିତ ମାର୍ଗଦର୍ଶନ ଯୁବ ବର୍ଗର ବିକାଶକୁ ତ୍ବରାନ୍ବିତ କରିବ।

ଉଚିତ ମାର୍ଗଦର୍ଶନ ଯୁବ ବର୍ଗର ବିକାଶକୁ ତ୍ବରାନ୍ବିତ କରିବ।

whatsapp image 2025 10 08 at 20.21.06 fc558cf2

ପୁରୀ ୮/୧୦ – ପ୍ରତ୍ୟେକ ଙ୍କ ମଧ୍ୟରେ ପ୍ରତିଭା ରହିଛି।ଯାହାର ବିକାଶ ରାଜ୍ୟ ଓ ଦେଶ ପାଇଁ ସମ୍ବଳ ହୋଇ ପାରିବ।ତେବେ ଏମାନଙ୍କ ଉପଯୁକ୍ତ ମାର୍ଗଦର୍ଶନ ସମାଜକୁ ଶୃଙ୍ଖଳିତ ଓ ସମୃଦ୍ଧ କରିବ ବୋଲି କହିଛନ୍ତି ଆଇନ, ପୂର୍ତ୍ତ ଓ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଓ ଓଡିଆ ଭାଷା ସାହିତ୍ୟ, ସଂସ୍କୃତି, ଉଚ୍ଚ ଶିକ୍ଷା, କ୍ରୀଡା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରୁଜ।ଗତକାଲି ଅପରାହ୍ନ ରେ ମୋଚିସାହି କଲ୍ୟାଣ ମଣ୍ଡପ ଠାରେ ଯୁବବର୍ଗ ଙ୍କ ସହ ଏକ ଭାବ ଆଦାନପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ଯୋଗ ଦେଇ ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଆମ ଦେଶ ଓ ରାଜ୍ୟରେ ଯୁବବର୍ଗ ଙ୍କ ସଂଖ୍ୟା ବୃଦ୍ଧି ସହ ସେମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ବ୍ୟବସ୍ଥା ପାଇଁ ପଦକ୍ଷେପ ନିଆଯାଉଛି ।ଏହାର ସୁଯୋଗ ନେଇ ପିଲା ମାନେ ନିଜ ପରିବାର, ସମାଜ ପାଇଁ ଜଣେ ଜଣେ ସମ୍ବଳ ହୋଇ ପାରିବେ।ନିଜର ଯୋଗ୍ୟତା ଓ ଆଗ୍ରହ ଅନୁସାରେ ଯୁବବର୍ଗ ନିଜକୁ ପ୍ରଶିକ୍ଷିତ କରାଇପାରିଲେ ସମାଜ ଶୃଙ୍ଖଳିତ ହୋଇ ପାରିବ ବୋଲି କହିଥିଲେ।ମନ୍ତ୍ରୀ ଶ୍ରୀ ସୂରଜ ଯୁବବର୍ଗ ଙ୍କ ଆନୁପାତିକ ସଂଖ୍ୟା ବଢୁଛି।ଆମ ସରକାର ବର୍ତ୍ତମାନ ସରକାରୀ ଚାକିରୀ ରେ ନିଯୁକ୍ତି ବୟସ ସୀମା ୪୨ ବର୍ଷ କୁ ବୃଦ୍ଧି କରାଯାଇଛି।ତେବେ ନିଜକୁ ଦକ୍ଷତା କରାଇ ନିଜକୁ ଉଦ୍ୟୋଗୀ ଭାବେ ପ୍ରତିଷ୍ଠିତ କରିପାରିବେ ଓ ନିଯୁକ୍ତି ଦାତା ହେବାକୁ ସେ ପରାମର୍ଶ ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ପୁରୀ ଲୋକସଭା ସାଂସଦ ଡା ସମ୍ବିତ ପାତ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର, ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା,ଏସ ପି ପ୍ରତୀକ ସିଂ ପ୍ରମୁଖ ଯୋଗ ଦେଇ ଯୁବବର୍ଗଙ୍କ ବିକାଶ ସହ ସେବା ପ୍ରଦାନ ସମ୍ପର୍କରେ ବିବିଧ ସୂଚନା ପ୍ରଦାନ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply