ପୁରୀ:୧୧/୧୦/୨୦୨୫ – ପୁରୀର ନେବଳ ଦାସ ମଠ ପରିସରରେ ୨0୨୬ ଜାନୁୟାରୀ ୧୯ ରୁ ୨୩ ପର୍ଯ୍ୟନ୍ତ ପୁରୀରେ ଶ୍ରୀଜଗନ୍ନାଥ ପଞ୍ଚରାତ୍ର କଥାମୃତ ଓ ଶ୍ରୀରାମ ମହାଯଜ୍ଞ ଅନୁଷ୍ଠିତ ହେବ |ଏହାର ପ୍ରଥମ ପ୍ରସ୍ତୁତି ବୈଠକ ମଠ ପରିସରରେ ମହନ୍ତ ଡଃ ରାମଚରଣ ଦାସ ଜି ମହାରାଜ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା |ହେବାକୁ ଥିବା କାର୍ଯ୍ୟକ୍ରମ ରେ ମୁମ୍ବାଇ, ବାରଣାସୀ, ଅଯୋଧ୍ୟା, ବୃନ୍ଦାବନ, ନୈମିଷାରଣ୍ୟ, ହାଇଦ୍ରାବାଦ, କଲିକତା, ଓଡିଶା ତଥା ଭାରତ ବର୍ଷରୁ ସାଧୁ, ସନ୍ଥ, ଜଗତଗୁରୁ, ମହା ମଣ୍ଡଳେଶ୍ୱର ଆଦି ମହାନ ସନ୍ଥ ମାନଙ୍କର ପବିତ୍ର ସମାଗମ ହେବ |

ଏହି ବୈଠକ ରେ ବିଭିନ୍ନ କମିଟି ଗଠନ ହେବା ସହିତ ଗଜପତି ମହାରାଜ ଙ୍କ ଦ୍ୱାରା ଉତ୍ସବ ଉଦଘାଟନ ଓ ସମାପନ ରେ ଓଡିଶା ରେ ରାଜ୍ୟପାଳ ଯୋଗଦେବାର କାର୍ଯ୍ୟକ୍ରମ ର ସୂଚନା ପ୍ରଦାନ କରାଯାଇଛି |ଏହି ପ୍ରସ୍ତୁତି ବୈଠକ ରେ ପାପୁଡିଆ ମଠର ମହନ୍ତ ମହାରାଜ, ରାଧେଶ୍ୟାମ ମଠ, କଟକୀ ମଠ, ରାଧା ବଲ୍ଲଭ ମଠ, ଉତ୍ତରପାର୍ଶ୍ଵ ମଠ, ବଳରାମ କୋଟ ମଠ, ଭାଗବତ ଆଶ୍ରମ, ମଣି ରାମ ମଠ, ମହିପ୍ରକାଶ ମଠ, ହାତୀ ଆଖଡ଼ା ମଠ ଆଦି ର ମଠାଧୀଶ ମାନଙ୍କ ସହିତ ସମାଜସେବୀ ମନୋଜ ରଥ, ରାମଚନ୍ଦ୍ର ଦାସ ମହାପାତ୍ର, ବଦ୍ରି ମିଶ୍ର, ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା, ଡଃ ପ୍ରମୋଦ କୁମାର ଆଚାର୍ଯ୍ୟ,ବରିଷ୍ଠ ସାମ୍ବାଦିକ ମଧୁସୂଦନ ମିଶ୍ର, ବିଷ୍ଣୁଦତ୍ତ ଦାସ ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ











