Home / ମୁଖ୍ୟ ଖବର / ଆନ୍ତର୍ଜାତୀୟ ବାଳିକା ଦିବସ ଉପଲକ୍ଷେ ଜଷ୍ଟ ରାଇଟ୍ସ ଫର ଚିଲଡ୍ରେନ କାର୍ଯ୍ୟକ୍ରମ ଗଣିଆ ଉନ୍ନୟନ କମିଟି ଠାରେ ଅନୁଷ୍ଠିତ।

ଆନ୍ତର୍ଜାତୀୟ ବାଳିକା ଦିବସ ଉପଲକ୍ଷେ ଜଷ୍ଟ ରାଇଟ୍ସ ଫର ଚିଲଡ୍ରେନ କାର୍ଯ୍ୟକ୍ରମ ଗଣିଆ ଉନ୍ନୟନ କମିଟି ଠାରେ ଅନୁଷ୍ଠିତ।

whatsapp image 2025 10 11 at 20.42.16 d9ea5c30

ନୟାଗଡ,ତା-୧୧.୧୦.୨୫ରିଖ – ଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ – ଆନ୍ତର୍ଜାତୀୟ ବାଳିକା ଦିବସ ଅବସରରେ ଗଣିଆ ଉନ୍ନୟନ କମିଟିଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା — ବାଳିକାଙ୍କ ଶିକ୍ଷା, ସୁରକ୍ଷା ଓ ସଶକ୍ତିକରଣ ବିଷୟରେ ସମାଜକୁ ସଚେତନ କରିବା ଓ ବାଲ୍ୟ ବିବାହକୁ ବନ୍ଦ କରିବା।

whatsapp image 2025 10 11 at 20.42.32 ec01d2a7

ଜ଼ିଲ୍ଲା ଶିଶୁମଙ୍ଗଳ ସମିତିର ଅଧ୍ୟକ୍ଷ କିଶୋର ଚନ୍ଦ୍ର ମହାପାତ୍ର ବାଲ୍ୟ ବିବାହ ନିୟମ ଓ ଆଇନ ବିଷୟରେ ବିସ୍ତୁତ ଭାବେ ଜଣାଇଥିଲେ। ଜ଼ିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଶିଶୁ ଯତ୍ନ ଆନୁଷ୍ଠାନିକ ଅଧିକାରୀ ସତ୍ୟରଞ୍ଜନ ଦାସ ଶିଶୁ ମାନଙ୍କ ବିକାଶ ଓ ଶିଶୁ ଅଧିକାର ନିୟମ ବିଷୟରେ ଜଣାଇ ଥିଲେ। ଗଣିଆ ଉନ୍ନୟନ କମିଟିର ସଭାପତି ଉଷା ପଟ୍ଟନାୟକ ବାଲ୍ୟ ବିବାହ ମୁକ୍ତ ଭାରତ କିପରି ହୋଇପାରିବ ସେ ଦିଗରେ ଜଣାଇଥିଲେ। ଅଙ୍ଗନୱାଡି କର୍ମୀ,ସ୍ୱୟଂ ସହାୟକ ଗୋଷ୍ଠୀ ,ଅଭିଭାବକ ଓ ବାଳିକାମାନେ ଏଥିରେ ୬୦ରୁ ଉର୍ଦ୍ଧ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ “ବାଳିକା ହେଉଛି ଶକ୍ତି, ସେ ହେଉଛି ଭବିଷ୍ୟତ” ବାର୍ତ୍ତାକୁ ଆଗକୁ ଆଣି ଅନେକ ସାଂସ୍କୃତିକ ପ୍ରଦର୍ଶନୀ ଚର୍ଚ୍ଚା ହୋଇଥିଲା ।
ଚାଇଲଡ ହେଲ୍ପଲାଇନ 1098 ର ଦଳ ମଧ୍ୟ ଏଥିରେ ଅଂଶଗ୍ରହଣ କରି, ବାଳିକାଙ୍କ ସୁରକ୍ଷା ଓ ନ୍ୟାୟ ଅଧିକାର ବିଷୟରେ ସଚେତନତା ସନ୍ଦେଶ ପ୍ରସାର କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜଣାଯାଇଥିଲା ଓ ବାଳିକାଙ୍କ ଅଧିକାର ସୁନିଶ୍ଚିତ କରିବା ପାଇଁ ସାମୁହିକ ଉଦ୍ୟମର ଆହ୍ୱାନ ଦିଆଯାଇଥିଲା ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply