ନୟାଗଡ଼,ତା-୧୧.୧୦.୨୫ରିଖ – ଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ -ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ନୟାଗଡ଼ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ପୁଷ୍ପଲତା ପାତ୍ରଙ୍କ ଅଧ୍ୟକ୍ଷତାରେ ପାଳନ ହୋଇଯାଇଅଛି l

ଉକ୍ତ କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ଶ୍ରୀମତୀ ତପ୍ତି ରାଜ, ଡେପୁଟି କଲେକ୍ଟର ଶ୍ରୀମତୀ ପ୍ରଭାତୀ ମହାରଣା ( ନୟାଗଡ଼ ଉପ-ଜିଲ୍ଲାପାଳ କାର୍ଯ୍ୟାଳୟ ) ମହିଳା ସଶକ୍ତିକରଣର ଜିଲ୍ଲା ସଂଯୋଜକ ଶ୍ରୀ ସୌମ୍ୟ ରଞ୍ଜନ ଦଶ ଡି ଏଚ ଡବ୍ଲୁର ସମସ୍ତ କର୍ମଚାରୀ, ଜିଲ୍ଲାର ସମସ୍ତ ସିଡିପିଓ ମାଡାମ୍ , ସୁପରଭାଇଜର ଓ ଏ ଡବ୍ଲୁ ଡବ୍ଲୁଙ୍କ ସହିତ ଆଦିକା କିଶୋରୀ ମାନେ ଉପସ୍ଥିତ ଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ଶ୍ରୀମତୀ ତପ୍ତି ରାଜ ମାଡାମ ଝିଅଙ୍କ ସ୍ୱାସ୍ଥ୍ୟ, ଶିକ୍ଷା,ଲିଙ୍ଗଗତ ସମାନତା, ଘରୋଇ ହିଂସା, ଯୌତୁକ ନିଷେଧ, ବାଲ୍ୟ ବିବାହ ନିଷେଧ ଇତ୍ୟାଦି ସମସ୍ତ ବିଷୟରେ କିଶୋରୀ ବାଳିକା ମାନଙ୍କୁ ଉଦବୋଧନ ଦେଇଥିବା ସ୍ଥଳେ ଜିଲ୍ଲା ସଂଯୋଜକ ଶ୍ରୀ ସୌମ୍ୟ ରଞ୍ଜନ ଦାଶ ମଞ୍ଚ ପରିଚାଳନା କରିଥିଲେ l ଏହି କାଯ୍ୟକ୍ରମ ରେ କୁଇଜ୍ ,ସଂଗୀତ, ନୃତ୍ୟ ମାଧ୍ୟମରେ ମହିଳା ସଶକ୍ତିକରଣକୁ ପ୍ରତିପାଦିତ କରି ଶେଷରେ ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ଶେଷରେ ଡିଏସଡବ୍ଲୁଓ ଓ ସିଡିପିଓ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ l











