ପୁରୀ:୧୧/୧୦/୨୦୨୫ -ନି:ପ୍ର – ପୋଲିସ ର ‘ଅପରେଶନ ଚକ୍ର’ ଅଭିଯାନରେ ଜୁଆଡିଙ୍କ ଉପରେ ଛଡ଼ାଉ, ୮୦ ଜଣ ଜୁଆ ଖେଳରେ ଜଡିତ ଅପରାଧିଙ୍କୁ ଗିରଫ୍ କରି ୫ ଲକ୍ଷ ୯୧ ହଜାର ୨୪୦ ଟଙ୍କା ଯବତ୍ କରାଯାଇଛି। ପୁରୀ ଏସ୍ପିଙ୍କ ନିର୍ଦେଶରେ ଅପରେଶନ ଚକ୍ର ଅଭିଯାନରେ ଜୁଆ ଖେଳ ଉପରେ ଦୃଢ଼ କାର୍ଯାନୁଷ୍ଠାନ ଜାରି ରହିଛି। ଏହି ଅଭିଯାନରେ ସମୁଦ୍ରକୁଳ ଥାନା ପୋଲିସ ଦ୍ୱାରା ହୋଟେଲ ଶୁଭମ ବିଚ ରେ ଚଢ଼ାଉ କରାଯାଇ ମୋଟ ୬ ଜଣ ଜୁଆଡିଙ୍କୁ ଗିରଫ୍ କରାଯାଇ ୯୦, ୫୦୦ ନଗଦ ଟଙ୍କା ସହ ଖେଳ ସାମଗ୍ରୀ ଯବତ୍ କରିଛନ୍ତି। ପୁରୀ ଜିଲ୍ଲାରେ ଏହି ବର୍ଷ ମୋଟ 17 ଟି ମାମଲା ରୁଜୁ ହୋଇଛି —ସମୁଦ୍ରକୁଳ ଥାନା-୨ ଟି, ଚନ୍ଦନପୁର ଥାନାରେ ୩ ଟି, ଟାଉନ ଥାନା -୧ ଟି, ସଦର ଥାନାରେ ୬ଟି, ସତ୍ୟବାଦୀ ଥାନାରେ ୨ଟି, ବାସେଳୀସାହି ଥାନାରେ ୧ ଟି ଓ ଚାରିଛକ ଥାନାରେ ୨ ଟି ମାମଲା ରୁଜୁ କରାଯାଇଛି। ମୋଟ ୮୦ ଜଣ ଜୁଆ ଖେଳରେ ଜଡିତ ଅପରାଧିଙ୍କୁ ଗିରଫ୍ କରି ୫ ଲକ୍ଷ ୯୧ ହଜାର ୨୪୦ ଟଙ୍କା ଯବତ୍ କରାଯାଇଛି। ଜନସାଧାରଣ ଯଦି ନିଜ ଅଞ୍ଚଳରେ ଏପରି ଜୁଆ ଖେଳ ଚାଲୁଥିବା ଦେଖନ୍ତି, ତେବେ ଦୟାକରି 112 ନମ୍ବର ରେ କଲ୍ କରନ୍ତୁ କିମ୍ବା ନିକଟସ୍ଥ ଥାନାକୁ ଜଣାନ୍ତୁ। ପୁରୀ ପୋଲିସ ଅପରାଧ ଦମନ ଓ ସମାଜରେ ଶାନ୍ତି-ଶୃଙ୍ଖଳା ରକ୍ଷା ପାଇଁ ସଦା ପ୍ରତିବଦ୍ଧ।
ଅପରେଶନ ଚକ୍ର ଘେରରେ ଜୁଆଡି
No Comments
October 12, 2025 4:50 am
Previous Article
Next Article

ଅରୁଣ ଜେଟଲୀ ଅIନ୍ତର୍ଜାତୀୟ ସର୍ଭେକାରି ସଂସ୍ଥା ତରଫରୁ ଜନ ଶିକ୍ଷଣ ସଂସ୍ଥାନ, ପୁରୀ କାର୍ଯ୍ୟାଳୟ ରେ ପି.ଏମ ବିଶ୍ୱକର୍ମା ଓ ସ୍କିଲ ହବ ପ୍ରଶିକ୍ଷଣ ର ସମୀକ୍ଷା
ଆର୍ନ୍ତଜାତୀୟ ବାଳିକା ଦିବସରେ ବିଜୟଲକ୍ଷ୍ମୀ ବଡଜେନାଙ୍କୁ ସମ୍ବର୍ଦ୍ଧିତ

Related Posts
ଅକ୍ଟୋବର ୨୫ରୁ ଦୁଇଦିନିଆ କୁମାର ଉତ୍ସବ- ମୁଖ୍ୟ ଆକର୍ଷଣ ସାଂସ୍କୃତିକ ଆସର, ସ ...
October 25, 2026
ପୁରୀ ସହରର ବିଭିନ୍ନ ସ୍ଥାନରେ ସିଟି ଡିଏସ୍ପିଙ୍କ ନେତୃତ୍ୱରେ ମିଳିତ ଯାଞ୍ଚ ...
October 25, 2026





