Home / ମୁଖ୍ୟ ଖବର / ଅପରେଶନ ଚକ୍ର ଘେରରେ ଜୁଆଡି

ଅପରେଶନ ଚକ୍ର ଘେରରେ ଜୁଆଡି

portalnewsthumbnail

ପୁରୀ:୧୧/୧୦/୨୦୨୫ -ନି:ପ୍ର – ପୋଲିସ ର ‘ଅପରେଶନ ଚକ୍ର’ ଅଭିଯାନରେ ଜୁଆଡିଙ୍କ ଉପରେ ଛଡ଼ାଉ, ୮୦ ଜଣ ଜୁଆ ଖେଳରେ ଜଡିତ ଅପରାଧିଙ୍କୁ ଗିରଫ୍ କରି ୫ ଲକ୍ଷ ୯୧ ହଜାର ୨୪୦ ଟଙ୍କା ଯବତ୍ କରାଯାଇଛି। ପୁରୀ ଏସ୍ପିଙ୍କ ନିର୍ଦେଶରେ ଅପରେଶନ ଚକ୍ର ଅଭିଯାନରେ ଜୁଆ ଖେଳ ଉପରେ ଦୃଢ଼ କାର୍ଯାନୁଷ୍ଠାନ ଜାରି ରହିଛି। ଏହି ଅଭିଯାନରେ ସମୁଦ୍ରକୁଳ ଥାନା ପୋଲିସ ଦ୍ୱାରା ହୋଟେଲ ଶୁଭମ ବିଚ ରେ ଚଢ଼ାଉ କରାଯାଇ ମୋଟ ୬ ଜଣ ଜୁଆଡିଙ୍କୁ ଗିରଫ୍ କରାଯାଇ ୯୦, ୫୦୦ ନଗଦ ଟଙ୍କା ସହ ଖେଳ ସାମଗ୍ରୀ ଯବତ୍ କରିଛନ୍ତି। ପୁରୀ ଜିଲ୍ଲାରେ ଏହି ବର୍ଷ ମୋଟ 17 ଟି ମାମଲା ରୁଜୁ ହୋଇଛି —ସମୁଦ୍ରକୁଳ ଥାନା-୨ ଟି, ଚନ୍ଦନପୁର ଥାନାରେ ୩ ଟି, ଟାଉନ ଥାନା -୧ ଟି, ସଦର ଥାନାରେ ୬ଟି, ସତ୍ୟବାଦୀ ଥାନାରେ ୨ଟି, ବାସେଳୀସାହି ଥାନାରେ ୧ ଟି ଓ ଚାରିଛକ ଥାନାରେ ୨ ଟି ମାମଲା ରୁଜୁ କରାଯାଇଛି। ମୋଟ ୮୦ ଜଣ ଜୁଆ ଖେଳରେ ଜଡିତ ଅପରାଧିଙ୍କୁ ଗିରଫ୍ କରି ୫ ଲକ୍ଷ ୯୧ ହଜାର ୨୪୦ ଟଙ୍କା ଯବତ୍ କରାଯାଇଛି। ଜନସାଧାରଣ ଯଦି ନିଜ ଅଞ୍ଚଳରେ ଏପରି ଜୁଆ ଖେଳ ଚାଲୁଥିବା ଦେଖନ୍ତି, ତେବେ ଦୟାକରି 112 ନମ୍ବର ରେ କଲ୍ କରନ୍ତୁ କିମ୍ବା ନିକଟସ୍ଥ ଥାନାକୁ ଜଣାନ୍ତୁ। ପୁରୀ ପୋଲିସ ଅପରାଧ ଦମନ ଓ ସମାଜରେ ଶାନ୍ତି-ଶୃଙ୍ଖଳା ରକ୍ଷା ପାଇଁ ସଦା ପ୍ରତିବଦ୍ଧ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply