ପୁରୀ: ୧୨-୧୦-୨୦୨୫ – ତା୧୨-୧୦-୨୦୨୫ ରିଖ ରବିବାର ଦିନ ଦିବା ୧୨ ଘଟିକା ସମୟରେ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚିକା ସଂଘ ( ସି ,ଆଇ , ଟି , ୟୁ ) ପୁରୀ ସଦର ବ୍ଲକ୍ ଶାଖା ର ଚନ୍ଦନପୁର ପୋଲାଙ୍ଗ ତୋଟା ରେ ସମ୍ମିଳନୀ କରାଯାଇଛି ।ଏହି ସମ୍ମିଳନୀ କୁ ଉଦଘାଟନ କରିଥିଲେ ପୁରୀ ଜିଲ୍ଲା ପାଚିକା ସଂଘ ର ସଭାପତି ପୀତବାସ ବେହେରା ।ଏହି ସମ୍ମିଳନୀ ରେ ୮୫ ଜଣ ପାଚିକା ଯୋଗ ଦେଇଥିଲେ ।

ଏହି ସମ୍ମିଳନୀ ରେ ୩ ବର୍ଷ ର ସାଙ୍ଗ ଠନିକ ରିପୋର୍ଟ ଆଲୋଚନା କରାଯାଇଥିଲା ।ଶେଷରେ ଏକ ୨୫ ଜଣିଆ କମିଟି ଗଠନ କରାଗଲା ।ଉପ ଦେଷ୍ଠା ଭାବେ ତରୁ ଲତା ମିଶ୍ର,ସଭାନେତ୍ରୀ ତିଳୋତ୍ତମା ତ୍ରିପାଠୀ, ସମ୍ପାଦିକା ସାବିତ୍ରୀ ମହାପାତ୍ର, ଉପସଭାପତି ସଂଯୁକ୍ତା ସାହୁ, ସହ ସମ୍ପାଦିକା ନିଳୀମା ସାହୁ ଓ କୋଷାଧ୍ୟକ୍ଷ ଭାବେ ସଂଯୁକ୍ତା ସ୍ୱାଇଁ ଙ୍କ ନାମ ଶବ୍ର ସନ୍ମତ୍ତି କ୍ରମେ ୩ ବର୍ଷ ପାଇଁ ନିର୍ବାଚିତ କରାଗଲା । ଅନ୍ୟ ସଭ୍ୟା ମାନେ ହେଲେ ଝରଣା ପତି,ଶାନ୍ତିଲତା ଜେନା,ଅବନ୍ତି ପଟ୍ଟନାୟକ,ରୂପାଲି ସ୍ୱାଇଁ, ଅଞ୍ଜଳି ଜେନା,ତିଳୋତ୍ତମା ପ୍ରଧାନ,ସ୍ୱର୍ଣ୍ଣପ୍ରଭା ଜେନା,କବିତା ମହାପାତ୍ର, ନାଣ୍ଡି ବିଶ୍ଵାଳ,କୁନା ବେହେରା ,ସଂଯୁକ୍ତ ବେହେରା,ଉର୍ମିଳା ସ୍ୱାଇଁ , ଉର୍ମିଳା ନାୟକ ଓ ଲକ୍ଷ୍ମୀପ୍ରିୟା ଜେନା ଙ୍କୁ ଆଗାମୀ ତିନି ବର୍ଷ ପାଇଁ ସର୍ବ ସମ୍ମତି କ୍ରମେ ନିର୍ବାଚିତ କରାଗଲା।










