Home / ମୁଖ୍ୟ ଖବର / ପ୍ରାଚୀ ଗୁରୁ ଧର୍ମ କ୍ଷେତ୍ରରେ କାର୍ତ୍ତିକ ଅବକାଶ

ପ୍ରାଚୀ ଗୁରୁ ଧର୍ମ କ୍ଷେତ୍ରରେ କାର୍ତ୍ତିକ ଅବକାଶ

whatsapp image 2025 10 14 at 19.37.58 74da97ab

ପୁରୀ, ୧୪/୧୦, ପୁରୀ ଜିଲ୍ଲା ନୟାହାଟ ସ୍ଥିତ ପ୍ରାଚୀ ଗୁରୁ ଧର୍ମ କ୍ଷେତ୍ର ପରିସରରେ ଚଳିତ ମାସ ୮ତାରିଖ ରୁ ମହା କାର୍ତ୍ତିକ ଅବକାଶ ପଠନ ଆଶ୍ରମ ର ମୁଖ୍ୟ ବାବାଜୀ ଦାମୋଦର ଦାସ ଙ୍କ ତତ୍ବାବଧାନରେ ଆରମ୍ଭ ହୋଇଛି। ଭୋର ଚାରିଟା ରୁ ଶ୍ରୀ କୃଷ୍ଣ ନାଟ ମଣ୍ଡପ ରେ ଭକ୍ତ ମାନେ ଏକତ୍ରିତ ହୋଇ ମା ଶ୍ୟାମାକାଳୀ, ଦୁର୍ଗା ମାଧବ, କଳକୀ ରାମ, ଗୋଷ୍ଠଚନ୍ଦ୍ରମା,ମା ରାଧାରାଣୀ, ମା ଚର୍ଚ୍ଚିକା, ମା ବିମଳା, ମା ବିରଜା, ମା ମଙ୍ଗଳା, ଭଗବାନ ଶ୍ରୀ କୃଷ୍ଣ ଙ୍କ ଉଦ୍ୟସରେ ପ୍ରେମାଚାର୍ଯ୍ୟ ବାବା ମଧୁସୂଦନ ଙ୍କ ରଚିତ ଭଜନ କାର୍ତ୍ତିକ ଅବକାଶ ପଠନ ଗୁଡ଼ିକ ସେବିକ ସବିତା ଦାସ, ଅନୁ ମା, ବାସନ୍ତୀ ମା, ଶାନ୍ତି ମା, ଶୁକ ମା, ଅନୁ ମା, ଅନାମ ଭାଇ, ଧୋବା ଭାଇ, ଟୁଲୁ ଭାଇ, ଚରଣ ଭାଇ, ନଖିଆ ଭାଇ, ହାପି ଭାଇ, ଗୋବିନ୍ଦ ଭାଇ, ବସନ୍ତ ଭାଇ,

whatsapp image 2025 10 14 at 19.37.58 9cff6609

ରାଜୁ ଭାଇ ପ୍ରମୁଖ ଭାଗ ନେଇଛନ୍ତି। ପରେ ପରେ ଆଶ୍ରମ ରେ ଥିବା ପନ୍ଦର ଗୋଟି ମନ୍ଦିର ରେ ମଙ୍ଗଳ ଆଳତି ବାବାଜୀ ଅକ୍ଷୟ କୁମାର ଦାସ କଲା ପରେ , ଗୁରୁ ଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରତ୍ୟେକ ଦିନ ପରି ବିଶ୍ଵ ର ମଙ୍ଗଳ ପାଇଁ ସମୂହ ବିଶ୍ଵ ଶାନ୍ତି ପାର୍ଥ ନା ହୋଇ ଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି ପବିତ୍ର କାର୍ତ୍ତିକରେ ଏଠାରେ କେବଳ ଖଇ ଓ ଦହି ଭୋଗ ଲାଗି ହେବା ପ୍ରଥା ଅଛି ବୋଲି ସେବକ ପ୍ରୀତି ରଞ୍ଜନ ଦାସ ସୂଚନା ଦେଇଛନ୍ତି। ଏହି ଅମୃତ ଅବକାଶ ପଠନ ଗୁଡ଼ିକ ଭକ୍ତ ଙ୍କ ହୃଦୟ ରେ କମ୍ଫ ମାନ ହୋଇଥାଏ। ଏହି ପର୍ବ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲୁ ରହିବ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply