Home / ମୁଖ୍ୟ ଖବର / ଆମେ ସମସ୍ତେ ହବିଷ୍ୟାଳୀ ପରିବାର, କଳା ଠାକୁର ଆମ ମୁରବି।

ଆମେ ସମସ୍ତେ ହବିଷ୍ୟାଳୀ ପରିବାର, କଳା ଠାକୁର ଆମ ମୁରବି।

whatsapp image 2025 10 14 at 19.32.37 59b7e552

ପୁରୀ ୧୪/୧୦ ଆମେ ବିଭିନ୍ନ ଜିଲ୍ଲାର ବିଭିନ୍ନ ସ୍ଥାନ ରୁ ଆସିଛୁ।ସମସ୍ତଙ୍କ ସହ ଆନନ୍ଦ ରେ ସମୟ ବିତି ଯାଉଛି।ନିଜ ଘର ଦ୍ଵାର ଛାଡି ଆସିଲା ବେଳେ ମାସକ ପାଇଁ ଯାଉଛୁ ବୋଲି ଭାବି କଷ୍ଟ ଲାଗୁଥିଲା।କିନ୍ତୁ ବିଭିନ୍ନ ଜିଲ୍ଲାର ହବିଷ୍ୟାଳୀ ମା ମାନଙ୍କୁ ଦେଖି, ସେମାନଙ୍କ ସହ ହସ ଖୁସି ରେ ଦିନ ବିତାଇ ଘର କଥା ଏକ ପ୍ରକାର ଭୁଲି ଯାଉଛୁ ।ଆମେ ବର୍ତ୍ତମାନ ଗୋଟିଏ ପରିବାରର।ଆମ ମୁରବି କଳା ଠାକୁର ବୋଲି କୁହନ୍ତି ହବିଷ୍ୟାଳୀ ମା ମାନେ।ଗଞ୍ଜାମ ର ସୁଜ୍ଞାନୀ ସାହୁ ଓ କଟକର ମମତାପ୍ରଭା ରାଉତ ଯିଏ ରହୁଛନ୍ତି ମୋଚିସାହି କଲ୍ୟାଣ ମଣ୍ଡପ ରେ।ସେହିପରି ବଲାଙ୍ଗୀର ର ବୀଣାପାଣି ମିଶ୍ର, ଖୋର୍ଦ୍ଧା ର ରଶ୍ମିପ୍ରିୟା ବାଈ ଓ ଲକ୍ଷ୍ମୀ ଦେଇ,ବୌଦ୍ଧ ର ପୂର୍ଣ୍ଣ ବାସୀ ସାହୁ ରହୁଛନ୍ତି ବୃନ୍ଦାବତୀ ନିବାସରେ।ସେହିପରି ଅନ୍ୟାନ୍ୟ ହବିଷ୍ୟାଳୀ ମା ରହୁଛନ୍ତି ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସ, ରେଲୱେ କଲ୍ୟାଣ ମଣ୍ଡପ ଓ ବଗଲା ଧର୍ମଶାଳା ହବିଷ୍ୟାଳୀ କେନ୍ଦ୍ର ରେ।ସେମାନଙ୍କ କହିବା କଥା ହବିଷ ବ୍ରତ ଆରମ୍ଭ ହେଲା ଅକ୍ଟୋବର ୭ ତାରିଖରେ।ଆମେ ଆସିଲୁ ୬ ତାରିଖରେ।ହେଲେ ତା’ର ମାସକ ଆଗରୁ ଆମ ଆଖି କୁ ନିଦ ନାହିଁ।ଟିଭି ରୁ ଖବରକାଗଜ ରୁ ଅନଲାଇନ ମାଧ୍ୟମରେ ଆବେଦନ କରିବାକୁ ପଡୁଥିବା ଜାଣି ସ୍ବାମୀ, ପୁଅ,ନାତି ବା ଅନ୍ୟ ସମ୍ପର୍କୀୟଙ୍କ ମାଧ୍ୟମରେ ଅନଲାଇନ ଆବେଦନ କରାଇଥିଲୁ।

whatsapp image 2025 10 14 at 19.32.38 6b45d33a
whatsapp image 2025 10 14 at 19.32.38 6b45d33a

ଆମକୁ ମେସେଜ ଆସିଲା ଏଇ ଯାଗାରେ ରହିବା ପାଇଁ।ଆମେ ଆସି ଏଇଠି ରହୁଛୁ ବୋଲି ଏହି ମା ମାନେ କହିଛନ୍ତି।ସେମାନଙ୍କ ଦୈନନ୍ଦିନ କାର୍ଯ୍ୟ ସୂଚୀ ସମ୍ପର୍କରେ ସୂଚନା ଦେଇ ସେମାନେ କୁହନ୍ତି ଭୋର ୩ ଟା ପୂର୍ବରୁ ଆମେ ଉଠି ପଡି ନିତ୍ୟକର୍ମ ସାରି ବୃନ୍ଦାବତୀ ପୂଜା କରି ପ୍ରସ୍ତୁତ ହୋଇ ଯାଉ।ସାଢେ ୪ଟା ରୁ ଆମ ପାଇଁ ପ୍ରସ୍ତୁତ ମହିଳା ସ୍ବେଛାସେବୀ , ପୋଲିସ ସ୍ବତନ୍ତ୍ର ଗାଡି ସହ ଆମେ ରହୁଥିବା କେନ୍ଦ୍ର ଠାରେ ରହିଥାନ୍ତି।ଆମର ହବିଷ୍ୟାଳୀ ମା ମାନଙ୍କର ତାଲିକା କରି ନିର୍ଦ୍ଦିଷ୍ଟ ଗାଡି ମାନଙ୍କ ରେ ସ୍ବେଚ୍ଛାସେବୀ ମାନଙ୍କ ସହ ଶ୍ରୀମନ୍ଦିର ପଠାଯାଏ।ମନ୍ଦିର ନିକଟରେ ଆମକୁ ସ୍ବତନ୍ତ୍ର ଭାବେ ମନ୍ଦିର ଭିତରକୁ ନେଇ ଭିତର କାଠରେ ଅତି ଚମତ୍କାର ଦର୍ଶନ କରାଇ ସ୍ବେଚ୍ଛାସେବୀ ମାନେ ଫେରେଇ ଆଣନ୍ତି।ମନ୍ଦିର ରୁ ସମସ୍ତେ ଫେରିଲେ ବୋଲି ଗଣନା ହୁଏ ଓ କିଏ ବାଉଳାରେ ମନ୍ଦିର ପାଖେ ରହିଥିଲେ ତାଙ୍କୁ ଖୋଜି ହବିଷ୍ୟାଳୀ କେନ୍ଦ୍ର କୁ ଫେରେଇ ଅଣା ଯାଏ।ମହାପ୍ରଭୁ ଙ୍କୁ ଦର୍ଶନ କରି ଅନ୍ତର ପୁରି ଯାଏ। ଏଇଆ ତ ଆମ ଲକ୍ଷ୍ୟ।ମହାପ୍ରଭୁଙ୍କ ର ସେ ଦିବ୍ଯ ଦର୍ଶନ ଦେଖି ଆଖିରୁ ଦି ଧାର ଲୁହ ବୁହାଇ ଏଠାକୁ ଆସିବାର ଶ୍ରମ ଆମର ସାର୍ଥକ ହେଲା ବୋଲି ଭାବ ଗଦଗଦ କଣ୍ଠରେ କୁହନ୍ତି ମା ମାନେ।ଦିନରେ ପୁରାଣ, ହବିଷ୍ୟାଳୀ ବ୍ରତ ବହି ପଢୁ,ନିଜ ନିଜ ମଧ୍ୟରେ ଭଜନ କୀର୍ତ୍ତନ କରି ଦିନ ବିତାଉ।ସଂଧ୍ୟା ରେ ଆକାଶ ଦୀପ ଉଠାଉ,ଦୀପ ଜାଳୁ , ମହାପ୍ରସାଦ ସେବନ ସହ ଭଜନ,କୀର୍ତ୍ତନ, ପ୍ରବଚନ ଇତ୍ୟାଦି ଶୁଣି ମହାପ୍ରଭୁଙ୍କୁ ଚିନ୍ତନ କରିଥାଉ।ଏଠାରେ ଦାୟିତ୍ବ ରେ ଥିବା ସମସ୍ତ ଅଧିକାରୀ, କର୍ମଚାରୀ,ପୋଲିସ, ସ୍ବେଚ୍ଛାସେବୀ ମାନଙ୍କ ଆଚାର ବ୍ୟବହାର ଭାରି ଭଲ।ବିଗତ ବର୍ଷ ମାନଙ୍କ ଠାରୁ ଚଳିତ ବର୍ଷ ର ଆୟୋଜନ ଉଚ୍ଚ କୋଟିର ବୋଲି ହବିଷ୍ୟାଳୀ ମା ମାନଙ୍କ ମତ। ଜିଲ୍ଲାପାଳ ବି ସବୁବେଳେ ଆସୁଛନ୍ତି।ଆମକୁ ଭଲମନ୍ଦ ପଚାରୁଛନ୍ତି।ସୁବିଧା ଅସୁବିଧା ପଚାରୁଛନ୍ତି।ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀ, ଅନ୍ୟ ଅଧିକାରୀ ମାନେ ଆସି ମଧ୍ୟ ଆମ ସହ ମିଶୁଛନ୍ତି।ଆମକୁ ବହୁତ ଆନନ୍ଦ ଲାଗୁଛି ।ଭାବ ବିନୋଦିଆ ଠାକୁରଙ୍କୁ ଛାଡି ଗଲା ବେଳେ ଅନ୍ତର ଫାଟିଗଲା ଭଳି ଲାଗେ ବୋଲି କିଛି ମା ଆବେଗ ଭରା କଣ୍ଠରେ କୁହନ୍ତି।
ଏହି ହବିଷ୍ୟାଳୀ ମା ମାନେ ଗୋଟିଏ ମାସ ହବିଷ୍ୟାଳୀ କେନ୍ଦ୍ର ମାନଙ୍କ ରହିଥାନ୍ତି।ସବୁ ଅଧିକାରୀ, କର୍ମଚାରୀ, ସ୍ବେଚ୍ଛାସେବୀ ମାନଙ୍କ ସହ ମା ମାନେ ଏଭଳି ଭାବ ଯୋଡି ଦେଇଥାନ୍ତି ଯେ ମା ମାନେ ନିଜ ନିଜ ଘରକୁ ଗଲାବେଳେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୁଏ।ପରସ୍ପର କୁ ଧରି ମା ମାନେ ଯେତିକି କାନ୍ଦନ୍ତି, ତା ଠାରୁ ଅଧିକ ଲୁହ ଝରାନ୍ତି ସ୍ବେଚ୍ଛାସେବୀ ଓ ସାହାଯ୍ୟକାରୀ କର୍ମଚାରୀ ଙ୍କୁ ଧରି।ଅଧିକାରୀ, କର୍ମଚାରୀ, ସ୍ବେଚ୍ଛାସେବୀ ମାନେ ହୁଏତ ପ୍ରଥମେ ପ୍ରଥମେ କାର୍ଯ୍ୟ ର ଚାପ ଯୋଗୁଁ ବ୍ୟସ୍ତ ହୋଇ ପଡିଥାନ୍ତି,ହେଲେ ସମୟ ଗଡିବା ସହ ମନର ବ୍ୟସ୍ତତା ସେବା ରେ ରୂପାନ୍ତରିତ ହୁଏ।ମାସକ ଡିଉଟି ସରିବା ପରେ ମା ମାନେ ଯେବେ ଫେରି ଯାଆନ୍ତି ଲାଗେ ଯେମିତି ନିଜର ଲୋକ ମାନେ କିଏ ନିଜ ପାଖରୁ ହଜି ଯାଉଛନ୍ତି।ଆଉ ଏଇ ଶୂନ୍ୟତା ବେଶ କିଛି ଦିନ ବାନ୍ଧି ରଖେ ବୋଲି କୁହନ୍ତି ଦାୟିତ୍ୱ ରେ ଥିବା ଓ ଅତି ଘନିଷ୍ଠ ଭାବେ ମା ମାନଙ୍କ ସହ ମିଶୁଥିବା କେତେକ ଅଧିକାରୀ ଓ ସ୍ବେଚ୍ଛାସେବୀ ମାନେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply