Home / ମୁଖ୍ୟ ଖବର / ମହିଳାଙ୍କୁ ଅଶ୍ଳୀଳ ଇଙ୍ଗିତ କରି ଜଣେ ଗିରଫ

ମହିଳାଙ୍କୁ ଅଶ୍ଳୀଳ ଇଙ୍ଗିତ କରି ଜଣେ ଗିରଫ

whatsapp image 2025 10 17 at 20.11.41 2f7412f2

କାକଟପୁର ତା ୧୭/୧୦/୨୦୨୫ ,( ତୁଷାର ଦୀକ୍ଷିତ ) କାକଟପୁର ଅଞ୍ଚଳର ଜଣେ ମହିଳା ରାଜସ୍ବ ନିରୀକ୍ଷକଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ଏବଂ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ଅଭିଯୋଗରେ କାକଟପୁର ପୋଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l ସୂଚନା ଅନୁଯାଇ କାକଟପୁର ଅଞ୍ଚଳର ଜନୈକ ମହିଳା ରାଜସ୍ବ ନିରୀକ୍ଷକଙ୍କୁ କାକଟପୁର ଦହିଖିଆ ରେ ଭଡ଼ାଘର କରି ରହୁଥିବା କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଅଧିନସ୍ଥ ପେଟପଡା ଗ୍ରାମର ଧନପତି ଆରଲେଇ ଦୀର୍ଘ ୮ ମାସ ହେଲା ଉକ୍ତ ମହିଳାଙ୍କୁ ଅଶ୍ଳୀଳ ଭିଡିଓ, ଅଶ୍ଳୀଳ ଫଟୋ ଏବଂ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଆସୁଥିଲା l କିନ୍ତୁ ଗତ ଗୁରୁବାର ଦିନ ରାତିରେ ମହିଳାଙ୍କ ଘର ଆଗରେ ଗାଳିଗୁଲଜ କରିବା ସହିତ ତାଙ୍କର ଗେଟ ବାଡ଼େଇବାରେ ମହିଳା ଜଣଙ୍କ କାକଟପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ l ମହିଳାଙ୍କ ଅଭିଯୋଗ କୁ ଭିତ୍ତିକରି କାକଟପୁର ଥାନା ଆଇଆଇସି ବସନ୍ତ କୁମାର ସାହୁଙ୍କ ନିର୍ଦ୍ଦେଶ କ୍ରମେ ଏସଆଇ ପ୍ରିୟଦର୍ଶିନୀ ବରାଳଙ୍କ ନେତୃତ୍ୱରେ ଏକ ଟିମ ସଦଳବଳେ ଚଢ଼ାଉ କରି ଅଭିଯୁକ୍ତ ଧନପତିକୁ ତାଙ୍କ ଦହିଖିଆ ସ୍ଥିତ ବାସଭବନରୁ ଗିରଫ କରିଥିଲେ l କାକଟପୁର ଥାନା ପକ୍ଷରୁ ଥାନା କେଶ ନମ୍ବର 304/25 ରେ ଏକ ମାମଲା ରୁଜୁ କରାଯାଇ ଶୁକ୍ରବାର ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବା ସହିତ ଅଧିକ ତଦନ୍ତ ଚାଲୁ ରହିଛି ବୋଲି ତଦନ୍ତକାରୀ ଅଧିକାରିଣୀ ଏସଆଇ ପ୍ରିୟଦର୍ଶିନୀ ବରାଳ ସୂଚନା ଦେଇଛନ୍ତି l

SPREAD YOUR LOVE WITH YOUR FRIENDS AND FAMILY

Leave a Reply