Home / ମୁଖ୍ୟ ଖବର / ମଙ୍ଗଳା ମନ୍ଦିରରୁ ଆରମ୍ଭ ହେଲା ବିଜେଡିର ସଦଭାବନା ପଦଯାତ୍ରା

ମଙ୍ଗଳା ମନ୍ଦିରରୁ ଆରମ୍ଭ ହେଲା ବିଜେଡିର ସଦଭାବନା ପଦଯାତ୍ରା

whatsapp image 2025 10 17 at 20.13.27 213a0750

କାକଟପୁର ତା ୧୭/୧୦/୨୦୨୫ , ( ତୁଷାର ଦୀକ୍ଷିତ ) ବିଜେପି ସରକାର ବିରୋଧରେ ମାଳ ମାଳ ପ୍ରସଙ୍ଗ। ଫେଲ ମାରିଛି ନିର୍ବାଚନୀ ପ୍ରତିଶୃତି। ମହିଳାଙ୍କୁ ପ୍ରତାରଣା ଓ ନିର୍ଯାତନା ସାଙ୍ଗକୁ ବିପର୍ଯ୍ୟସ୍ତ ହେଲାଣି ଆଇନଶୃଙ୍ଖଳା। ପଞ୍ଚାୟତରେ ଗଣତାନ୍ତ୍ରିକ ଓ ସାମ୍ବିଧାନିକ ବ୍ୟବସ୍ଥାକୁ ଧ୍ବଂସ କରିବାକୁ ମସୁଧା। ସମସ୍ୟାରେ ଜର୍ଜରିତ ହେଲେଣି ଚାଷୀ, ଯୁବକ ଓ ଛାତ୍ରଛାତ୍ରୀ। ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ ଓ ସଂଖ୍ୟାଲଘୁଙ୍କୁ ଉପେକ୍ଷା ପରି ଅନେକ ପ୍ରସଙ୍ଗରେ ଛନ୍ଦି ହେଲେଣି ସରକାର ।

whatsapp image 2025 10 17 at 20.13.27 e24f08fb

ଏହା ବିରୋଧରେ ଘରକୁ ଘର ବୁଲି ଜନସଚେତନତା ସୃଷ୍ଟି କରିବା ପାଇଁ ଅଣ୍ଟା ଭିଡ଼ିଲାଣି ବିଜୁ ଜନତା ଦଳ। ସେହିପରି ନବୀନ ସରକାରଙ୍କ ସମୟର ସଫଳତା ନେଇ ବି ଲୋକଙ୍କ ପାଖକୁ ଯିବ ବିଜେଡି l ବିଜେଡିର ସମସ୍ତ ନେତା ଓ କର୍ମୀ ଗାଁକୁ ଗାଁ ବୁଲି ଜନସମ୍ପର୍କକୁ ବ୍ୟାପକ କରିବେ। ଏଥିପାଇଁ ଆଜି ଠାରୁ ବିଧିବଦ୍ଧ ଭାବେ କାକଟପୁର ପୁରୀଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଇଂ ତୁଷାରକାନ୍ତି ବେହେରାଙ୍କ ନେତୃତ୍ୱରେ କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ମନ୍ଦିରରୁ ଆରମ୍ଭ ହୋଇଛି ବିଜେଡି ର ସଦଭାବନା ଯାତ୍ରା । ଏହି ଯାତ୍ରାରେ ପୁରୀଜିଲ୍ଲାପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ,କାକଟପୁର ବ୍ଲକ ସଭାପତି ପ୍ରାଣନାଥ ମଲ୍ଲିକ, ୭ନଂ ଜୋନ ଜିଲ୍ଲାପରିଷଦ ସଭ୍ୟ ସଂଯୁକ୍ତା ଦୀକ୍ଷିତ, ମହିଳା ନେତ୍ରୀ ଆରତୀ ପ୍ରହରାଜ, ପ୍ରମୋଦ ଦାସ, ପୂର୍ବତନ ସରପଞ୍ଚ ତପନ ଦୀକ୍ଷିତ, ଯୁବନେତା ହିମାଂଶୁ ଦୀକ୍ଷିତ, ମାନସ ଦୀକ୍ଷିତ, ଦିଲ୍ଲୀପ ବରାଳ, ପ୍ରଭାତ ସ୍ୱାଇଁ, ପ୍ରଫୁଲ୍ଲ ରଥ, ମିତୁ ରଞ୍ଜନ ଦୀକ୍ଷିତଙ୍କ ସମେତ ଶହ ଶହ ବିଜେଡି ନେତା ଓ କର୍ମୀ କାକଟପୁର ଗ୍ରାମ ପଞ୍ଚାୟତର ଘରକୁ ଘର ବୁଲି ବିଜେଡି ସରକାର ସମୟର ସଫଳତା ଏବଂ ବିଜେପି ସରକାର ବିରୋଧରେ ସଚେତନତା ସୃଷ୍ଟି କରିଥିଲେ l ପରିଶେଷରେ ସ୍ଥାନୀୟ ସ୍ୱମେଶ୍ୱର ମନ୍ଦିର ପ୍ରାଙ୍ଗଣରେ ସମସ୍ତ ନେତା ଓ କର୍ମୀମାନେ ପ୍ରସାଦ ସେବନ କରିଥିଲେ l

SPREAD YOUR LOVE WITH YOUR FRIENDS AND FAMILY

Leave a Reply