ପୁରୀ : ଅଦ୍ୟ ତା ୧୭/୧୦/୨୫ ରିଖ ଶୁକ୍ରବାର ଦିନ ଚକ୍ରତୀର୍ଥ ନିକଟ ମଙ୍ଗଳା ମନ୍ଦିର ପ୍ରାଙ୍ଗଣରେ ଶତାଧିକ ଲୋକଙ୍କୁ ନେଇ ପ୍ରସ୍ତୁତ ହୋଇଛି ଶ୍ରୀକ୍ଷେତ୍ର ମକର ମହୋତ୍ସବ କମିଟି, କମିଟିର ମୂଳ ଲକ୍ଷ୍ୟ ହେଉଛି ଜଗନ୍ନାଥଙ୍କ ସଂସ୍କୃତିର ପର୍ବ ମକର ପର୍ବକୁ ପ୍ରତିଟି ଓଡ଼ିଆଙ୍କ ପାଖରେ ପହଞ୍ଚାଇବା ଓ ଏହାର ଆରମ୍ଭ ମହାପ୍ରଭୁଙ୍କ ଶ୍ୱଶୁର ଘର ଠାରୁ ଆରମ୍ଭ ହେଉଥିବା ସମୟରେ ଏହାକୁ କିପରି ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା। ଆଜି ପ୍ରଥମ ପର୍ଯ୍ୟାୟ ଆଲୋଚନାରେ 7ଗୋଟି କମିଟି ଗଠନ କରାଯିବା ସହ କାର୍ଯ୍ୟକ୍ରମ ର ରୋଡ଼ ମ୍ୟାପ ପ୍ରସ୍ତୁତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ମଧୁସୂଦନ ସିଙ୍ଗାରି, ଦିଗଦର୍ଶନ ପଟନାୟକ, ଉମାକାନ୍ତ ନାୟକ, ସଞ୍ଜୀବ କୁମାର ମୂଖାର୍ଜୀ, ଅନିରୁଧ୍ ରାଉତ, କୃଷ୍ଣଚନ୍ଦ୍ର ଦାଶ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ଜାନୁଆରୀ ମାସ 16 ତାରିଖରୁ ଆରମ୍ଭ ହୋଇ ପାଞ୍ଚଦିନ ପର୍ଯ୍ୟନ୍ତ ଚାଲିବ ବୋଲି କର୍ମକର୍ତ୍ତା ମାନେ ସ୍ଥିର କରିବା ସହ ଏହି କାର୍ଯ୍ୟକୁ ତାଳବଣିଆ ଉର୍ଣ୍ଣୟନ ପରିଷଦର କର୍ମକର୍ତ୍ତା ସିଉ ଜମାଟ ରାଓ, ରାଜେଶ କୁମାର ନନ୍ଦ, ସୁଜିତ ପଟ୍ଟନାୟକ, ବିସ୍ମୟ ମିଶ୍ର, ଶିବ ପ୍ରସାଦ ମହାନ୍ତି, ବିଶୁଦ୍ଧନନ୍ଦ ଜେନା ଓ ସମସ୍ତ ସଦସ୍ୟ ମାନେ ପରିଚାଳନା କରିଥିଲେ
ଜଗନ୍ନାଥଙ୍କ ଶ୍ୱଶୁର ଘରେ ମକର ମହୋତ୍ସବ ପାଳନ ପାଇଁ ଏକାଠି ହେଲେ ସ୍ବେଚ୍ଛାସେବୀ










