Home / ମୁଖ୍ୟ ଖବର / ଇକୋ ରିଟ୍ରିଟ ପାଇଁ କ୍ଷେତ୍ର ପରିଦର୍ଶନ

ଇକୋ ରିଟ୍ରିଟ ପାଇଁ କ୍ଷେତ୍ର ପରିଦର୍ଶନ

portalnewsthumbnail

ପୁରୀ ୧୯/୧୦ ଡିସେମ୍ବର ୧୩ ତାରିଖରୁ ଆରମ୍ଭ ହେବ କୋଣାର୍କ ଇକୋ ରିଟ୍ରିଟ।ଏହାର ସଫଳ ଆୟୋଜନ ପାଇଁ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଚଳିତ ମାସ ୧୫ ତାରିଖରେ ଅନୁଷ୍ଠିତ ହେବା ସହ କ୍ଷେତ୍ର ପରିଦର୍ଶନ କରି ଆନୁଷଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ପଦକ୍ଷେପ ନେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।

image

ସେହି ପରାମର୍ଶ ଆଧାର ରେ ଆଜି ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ ଙ୍କ ତତ୍ବାବଧାନ ରେ ବିଭିନ୍ନ ବିଭାଗର ଅଧିକାରୀ ମାନେ କ୍ଷେତ୍ର ପରିଦର୍ଶନ କରିଥିଲେ।ସମସ୍ତ ବିଭାଗ ନିର୍ଦ୍ଧାରିତ ସମୟ ମଧ୍ୟରେ ଯେପରି ସେମାନ ଙ୍କୁ ଦିଆଯାଇଥିବା କାର୍ଯ୍ୟ ସମାପ୍ତ କରିବେ ସେଥିପାଇଁ ତ୍ବରାନ୍ବିତ କାର୍ଯ୍ୟ କରିବାକୁ ଅତିରିକ୍ତ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।
ଏହି ଦଳରେ ପୂର୍ତ୍ତ ବିଭାଗର ସିଡିଏମଓ ଡା ଅକ୍ଷୟ କୁମାର ଶତପଥୀ,ଅଧୀକ୍ଷଣ ଯନ୍ତ୍ରୀ ସୌମ୍ୟ ରଞ୍ଜନ ଦ୍ବୀବେଦି,ନିମାପଡା ପୋଲିସ ଏସଡିପିଓ ନିରଞ୍ଜନ ପାଢୀ, ସହକାରୀ ପର୍ଯ୍ୟଟନ ନିର୍ଦ୍ଦେଶକ ସରୋଜ କାନ୍ତ ପ୍ରଧାନ, କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ,କୋଣାର୍କ ଏନ ଏ ସି ର ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ଚାନ୍ଦ,ଅଗ୍ନିଶମ ଅଧିକାରୀ ପ୍ରଭାତ କୁମାର ରାଉତ,ଅନ୍ୟାନ୍ୟ ବିଭାଗର ଅଧିକାରୀ, କର୍ମଚାରୀ,,ଇ ଫ୍ୟାକ୍ଟର ଏଜେନ୍ସି ର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ୍

SPREAD YOUR LOVE WITH YOUR FRIENDS AND FAMILY

Leave a Reply