Home / ମୁଖ୍ୟ ଖବର / ପୁରୀ ସାଂସଦ ଙ୍କ ପ୍ରତିନିଧି ସାମ୍ବାଦିକଙ୍କୁ ଆକ୍ରମଣ କରି କଲେ ଲହୁ ଲୁହାଣ

ପୁରୀ ସାଂସଦ ଙ୍କ ପ୍ରତିନିଧି ସାମ୍ବାଦିକଙ୍କୁ ଆକ୍ରମଣ କରି କଲେ ଲହୁ ଲୁହାଣ

portalnewsthumbnail

ପୁରୀ:୨୧/୧୦/୨୦୨୫- ନି:ପ୍ର – ସାଂସଦ ସମ୍ବିତ ପାତ୍ର ଙ୍କ ଛତ୍ର ଛାୟା ତଳେ ପିପିଲି ଏନଏସି ରେ ଥିବା ସାଂସଦ ଙ୍କ ଜନୈକ ପ୍ରତିନିଧି ଏବେ ଗୁଣ୍ଡାଗିରି ର ସୀମା ଟପିଛନ୍ତି। ପିପିଲିରେ ଅନେକ ସମୟରେ ବିବାଦରେ ରହନ୍ତି ସେ । ଗତ କିଛି ଦିନ ତଳେ ବିଦ୍ୟୁତ୍ କାର୍ଯ୍ୟାଳୟରେ ଭଙ୍ଗା ରୁଜା କରି ସୋସିଆଲ ମିଡିଆରେ ବିବାଦୀୟ ହୋଇଥିଲେ। ହେଲେ ରାଜନୀତି କରୁଥିବା ବଡ ବଡ ନେତାଙ୍କ ଛତ୍ରଛାୟା ରେ ରହି ଏହି ଘଟଣାରୁ ଖସି ଯାଇଥିଲେ। ପୁଲିସ ମଧ୍ୟ୍ୟ ସବୁ ଜାଣି ନିରବ ରହିଥିଲା।

image

ଏବେ ପୁଣି ପିପିଲି ର ଜଣାଶୁଣା ବରିଷ୍ଠ ସାମ୍ବାଦିକଙ୍କୁ ମାଡମାରି ଲହୁ ଲୁହାଣ କରିଛନ୍ତି। ପିପିଲିରେ ଖବର ପ୍ରସାରଣ କ୍ଷେତ୍ରରେ ସାମ୍ୱାଦିକଙ୍କୁ ମାଡ ମାରି ଲହୁ ଲୁହାଣ କଲେ ପୁରୀ ସାଂସଦ ଙ୍କ ପ୍ରତିନିଧି । ସଂଧ୍ୟା ସମୟ ରେ ପିପିଲି NAC କଲ୍ୟାଣ ମଣ୍ଡପ ସମ୍ମୁଖ ରେ ଆକ୍ରମଣ କରିଥିବା ସୂଚନା ମିଳିଛି । ଆକ୍ରମଣ ରେ ଗୁରୁତର ହୋଇଥିଲେ ପିପିଲି ବରିଷ୍ଠ ସାମ୍ୱାଦିକ ମନୋରଂଜନ ମହାପାତ୍ର। ମନୋରଂଜନ ପିପିଲି ମିଡ଼ିଆ ୟୁନିୟନ ର ସଭାପତି ଥିବା ବେଳେ ଖବର କାଗଜ ଓ ବୈଦୁତିକ ଗଣମାଧ୍ୟମ ରେ କାର୍ଯ୍ୟରତ ଅଛନ୍ତି । ମନୋରଞ୍ଜନ ଜଣେ ନିର୍ଭୀକ ସାମ୍ବାଦିକ ଥିବା ବେଳେ ତାଙ୍କୁ ଏଭଳି ଆକ୍ରମଣ କରାଯାଇଥିବା ନେଇ ପିପିଲି ବୃଦ୍ଧିଯିବି ମହଲରେ ନିନ୍ଦା କରିଛନ୍ତି। ଅନ୍ୟପଟେ ମନୋରଞ୍ଜନଙ୍କୁ ସ୍ଥାନୀୟ ଲୋକେ ପ୍ରଥମେ ପିପିଲି ହସ୍ପିଟାଲ ନେଇଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। ତାଙ୍କ ମୁଣ୍ଡ ଓ ନାକ ରେ ଶକ୍ତ ଆଘାତ ଲାଗିଛି। ତାଙ୍କ ସ୍ୱାସ୍ଥ୍ୟ ଗୁରୁତର ରହିଥିବା ସୂଚନା ମିଳିଛି । ଏବେ ଦେଖିବାକୁ ବାକି ରହିଲା ଏହି ଘଟଣାର କଣ ପଦକ୍ଷେପ ନେଉଛନ୍ତି ସ୍ଥାନୀୟ ପୋଲିସ ପ୍ରସାଶନ ଏବଂ ପୁରୀ ସାଂସଦ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply