ପୁରୀ:୨୦/୧୦/୨୦୨୫ ନି:ପ୍ର – ପୁରୀ ର ଲୋକନାଥ ରୋଡରେ ପ୍ରତିହାରୀ ନିଯୋଗ ସମ୍ମୁଖରେ ଗତ ଦୁଇ ଦିନ ଧରି ନର୍ଦ୍ଦମା ପାଣି ଉଛୁଳି ରାସ୍ତାରେ ପ୍ରବାହିତ ହେଉଛି, ଯାହା ସ୍ଥାନୀୟ ବାସିନ୍ଦା ଓ ତୀର୍ଥଯାତ୍ରୀଙ୍କ ପାଇଁ ଅସହ୍ୟ ଦୁର୍ଦ୍ଦଶା ସୃଷ୍ଟି କରିଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ପୁରୀ ପୌରପାଳିକା ନୀରବ ରହିଛି। ସେହିପରି, ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଏହି ଗୁରୁତର ସମସ୍ୟା ଉପରେ କୌଣସି ଧ୍ୟାନ ଦିଆଯାଉନାହିଁ। ପ୍ରଶାସନର ଏଭଳି ଉଦାସୀନତାକୁ ନେଇ ସ୍ଥାନୀୟ ବାସିନ୍ଦା ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ଉଛୁଳା ପାଣିରେ ରାସ୍ତାରେ ଦୁର୍ଗନ୍ଧ ବ୍ୟାପିବା ସହ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି, ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏଣୁ ଏହି ସମସ୍ୟାକୁ ତୁରନ୍ତ ସମାଧାନ କରା ନ ଗଲେ, ଭବିଷ୍ୟତରେ ଏହା ଏକ ବଡ଼ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିପାରେ ବୋଲି ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି।









