Home / ମୁଖ୍ୟ ଖବର / ପୁରୀ ଜିଲା ସରପଞ୍ଚ ସଂଘ ର ବାର୍ଷିକ ବୈଠକ

ପୁରୀ ଜିଲା ସରପଞ୍ଚ ସଂଘ ର ବାର୍ଷିକ ବୈଠକ

whatsapp image 2025 10 27 at 20.16.04 c9741e31

ଆଦ୍ୟ ତା ୨୬-୧୦-୨୫ ରବିବାର ଦିବା ୧୦ ଘଟିକା ସମୟ ରେ ପୁରୀ ଜିଲା ସରପଞ୍ଚ ସଂଘ ର ୫ମ ବାର୍ଷିକ ଅଧିବେଶନ ତଥା ବନ୍ଧୁ ମିଳନ କାର୍ଯ୍ୟକ୍ରମ ମଦନ କଲ୍ୟାଣ ମଣ୍ଡପ , ଗୋପୀନାଥପୁର , ପୁରୀ ଠାରେ ଅନୁଷ୍ଠିତ ହୋଇଯାଇଅଛି l

whatsapp image 2025 10 27 at 20.16.12 0a6d77f7

ପୁରୀ ଜିଲ୍ଲା ସଭାପତି ଉପେନ୍ଦ୍ର କାନୁନ୍ଗୋ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ବୈଠକ ରେ ରାଜ୍ୟ କାର୍ଯ୍ୟକାରୀ ସଭାପତି ବିରବର ସାହୁ , ଉପଦେଷ୍ଠା ସତ୍ୟନାରାୟଣ  ପାଣି , ଦକ୍ଷିଣାଞ୍ଚଳ ଜୋନ୍ ସଭାପତିଭବାନୀ ଶଙ୍କର ମଲୀକ ଓ ଗଂଜାମ ଜିଲ୍ଲା ସଭାପତି ମନୋରଞ୍ଜନ ଗୌଡ଼ , ରାଜ୍ୟ ନେତୃତ୍ୱ ଯୋଗଦେଇଥିଲେ l ପୁରୀ ସଦର ବ୍ଲକ ସଭାପତି ରମେଶ ପ୍ରଧାନ ଙ୍କ ତତ୍ୱାବଧାନ ରେ ଏହି ବୈଠକ ଅତି ସଫଳତାର ସହ ସମ୍ପନ୍ନ ହୋଇଅଛି l ଉକ୍ତ ବୈଠକ ରେ ୱାର୍ଡ ସଭ୍ୟ ଙ୍କ ଭତ୍ତା ଵୃଦ୍ଧି , ପଂଚାୟତ  ଇଲେକ୍ଟ୍ରିକ ବିଲ୍ ସରକାର ଦେବା ଓ ସରପଞ୍ଚ ଙ୍କ ଅନାସ୍ଥା ପ୍ରତ୍ୟାହାର ସହିତ ପେନଶନ ଆଦି ଦାବି ଉପସ୍ଥାପନ କରାଯାଇଥିଲା l ମାର୍କଣ୍ଡ ମଙ୍ଗରାଜ (ଡେଲାଙ୍ଗ) , ବିଶ୍ୱନାଥ ସେନାପତି (ନିମାପଡା) , ଭିକାରି ବଳିୟାରସିଂ , (କଣାସ ) , ସୁବାସ ପଳେଇ ( ପିପିଲି ) , ମହେଶ୍ୱର ସ୍ୱାଇଁ ( ଗୋପ ), ଚିନ୍ମୟ ରାଉତ , (ସତ୍ୟବାଦୀ) ଇତ୍ୟାଦି ଜିଲ୍ଲା ବ୍ଲକ ନେତୃତ୍ୱ ବୈଠକ ରେ ଯୋଗ ଦେଇଥିଲେ l ରାଜ୍ୟ ସରକାର ଙ୍କ ଉଦେଶ୍ୟରେ ଦାବିପତ୍ର ଦିଆଯାଇ ତୁରନ୍ତ ଆନ୍ଦୋଳନାତ୍ମକ ପନ୍ଥା ଆପଣେଇବା ପାଇଁ ଜିଲ୍ଲା ସଂଘ ପୁରୀ ପ୍ରସ୍ତୁତ ହେଉଅଛି l

SPREAD YOUR LOVE WITH YOUR FRIENDS AND FAMILY

Leave a Reply