Home / ସାମାଜିକ / କାକଟପୁର ଶିକ୍ଷା ବିଭାଗ ର ମଣ୍ଡଳ ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ

କାକଟପୁର ଶିକ୍ଷା ବିଭାଗ ର ମଣ୍ଡଳ ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ

portalnewsthumbnail

କାକଟପୁର ୦୨/୦୪/୨୦୨୫ / ( ତୁଷାର ଦୀକ୍ଷିତ ) ଆଜି ସାରା ରାଜ୍ୟରେ ସରକାର ଙ୍କ ତରଫରୁ ସବୁ ସ୍କୁଲ ମାନଙ୍କରେ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି, ଏହି ଅବସରରେ ଶୈଶବ ଶିକ୍ଷା ହେବ ସ୍ମରଣୀୟ। ପିଲାମାନଙ୍କୁ ମିଳିବ ସର୍ବୋତ୍ତମ ଏବଂ ଗୁଣାତ୍ମକ ଶିକ୍ଷା। ଏଥିପାଇଁ ନୂତନ ଶିକ୍ଷା ନୀତି-୨୦୨୦ କାର୍ଯ୍ୟକାରୀ ହେବ। ନୂଆ କରି ପାଠ ଆରମ୍ଭ କରୁଥିବା ପିଲାମାନଙ୍କ ପାଇଁ ଅପ୍ରେଲ ୨ ରେ ‘ଶିଶୁ ବାଟିକା’ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି। ଏଥିସହ ‘ପ୍ରବେଶ ଉତ୍ସବ’ ଏବଂ ‘ଖଡ଼ି ଛୁଆଁ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ କାକଟପୁର ତହସିଲଦାର ଅଙ୍କିତା ଅନିନ୍ଦିତା,କାକଟପୁର ଥାନା ଆଇ ଆଇସି ଉମେଶ ଚନ୍ଦ୍ର ସ୍ୱାଇଁ,ବ୍ଲକ ଅଧକ୍ଷ୍ୟ ଶ୍ରୀଧର ନାୟକ ଉପସ୍ଥିତ ହୋଇ ଶିକ୍ଷା ସଚେତନତା ରଥ ର ଶୁଭାରମ୍ଭ କରିଥିଲେ।

portalnewsthumbnail1

ଏହି ରଥ ପାଞ୍ଚ ଦିନ ଧରି କାକଟପୁର ବ୍ଲକ ରେ ବୁଲିବା ସହିତ ଗୁଣାତ୍ମକ ଶିକ୍ଷା ର ବିକାଶ କରିବା ପାଇଁ ଅଭିଵାବକ ମାନଙ୍କୁ ସୂଚନା ଦେବ , ସରକାରୀ ବିଦ୍ୟାଳୟ ରେ ୫+ ବୟସର ପିଲାଙ୍କୁ ଶିଶୁ ବାଟିକା ଶ୍ରେଣୀରେ ନାମ ଲେଖାଇବା ପାଇଁ ଅଭିଵାବକ ମାନଙ୍କୁ ସୂଚିତ କରାଯିବ , ଏହି କାର୍ଯ୍ୟକ୍ରମ ରେ ବ୍ଲକ ର ଭାରପ୍ରାପ୍ତ ଶିକ୍ଷାଅଧିକାରୀ ବ୍ରହ୍ମlନନ୍ଦ କାଣ୍ଡି ଙ୍କ ସହିତ ଭାର ପ୍ରାପ୍ତ ଶହ ଶିକ୍ଷା ଅଧିକାରୀ ମାଲିକ ଜାକିର ହୋସେନ, ଓଥକା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିଷ୍ଣୁ ଚରଣ ସାହୂ ଙ୍କ ସମେତ ବିଦ୍ୟାଳୟ ର ସମସ୍ତ ଶହ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କ ସହିତ ସି ଆର ସିସି ଦୁର୍ଗା ପ୍ରସାଦ ଦାଶ,ରଂଜିତ କୁମାର ନାୟକ,ବିଷ୍ଣୁ ଚରଣ ସୁବୁଦ୍ଧି, ଅଲିମ ଖାନ, ରଞ୍ଜନ କୁମାର ବେହେରା ଓ ସେହି ବିଦ୍ୟାଳୟ ର ସି ଆର ସି ସି ସନ୍ତୋଷ କୁମାର ସାହୂ ଉପସ୍ଥିତ ରହିବା ସହିତ ଶିକ୍ଷକ ତ୍ରିଲୋଚନ ବିଶ୍ୱାଳ ଙ୍କ ସହଯୋଗ ରେ ଶିକ୍ଷା ସଚେତନତା ରଥ କୁ ପୂଜାର୍ଚନା କରାଯାଇ ଉପସ୍ଥିତ ଅତିଥି ମାନଙ୍କ ଦ୍ଵାରା ପତାକା ଦେଖାଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ ,

SPREAD YOUR LOVE WITH YOUR FRIENDS AND FAMILY