Home / ମୁଖ୍ୟ ଖବର / ପବିତ୍ର ଅଁଳା ନବମୀ ଉପଲକ୍ଷେ ଦେବନୀତି ନିର୍ଘଣ୍ଟ

ପବିତ୍ର ଅଁଳା ନବମୀ ଉପଲକ୍ଷେ ଦେବନୀତି ନିର୍ଘଣ୍ଟ

sakshi gopal temple puri tourism entry fee timings holidays reviews header

ପୁରୀ ୨୮/୧୦ ଶ୍ରୀ ଶ୍ରୀ ସାକ୍ଷୀ ଗୋପାଳ ମନ୍ଦିର ରେ ଚଳିତ ମାସ ୩୧ ତାରିଖରେ ଅନୁଷ୍ଠିତ ହେବ ପ୍ରସିଦ୍ଧ ଅଁଳା ନବମୀ ଓ ରାଧା ପାଦ ଦର୍ଶନ।ଶ୍ରୀ ଶ୍ରୀ ସାକ୍ଷୀ ଗୋପାଳ ସେବାୟତ ସଂଘ ପକ୍ଷରୁ ଏଥିପାଇଁ ଦେବ ନୀତି ନିର୍ଘଣ୍ଟ ହୋଇଛି।ଗତକାଲି ଅପରାହ୍ନରେ ପଞ୍ଚସଖା ସ୍ମୃତି ଭବନ ଠାରେ ଅନୁଷ୍ଠିତ ଦ୍ବିତୀୟ ସମନ୍ୱୟ ବୈଠକରେ ଏହାକୁ ସେବାୟତ ସଂଘ ପକ୍ଷରୁ ସାର୍ବଜନୀନ କରାଯାଇଥିଲା।ଅଁଳା ନବମୀ ଅକ୍ଟୋବର ୩୧ ତାରିଖ ଶୁକ୍ରବାର ଦିନ ଅନୁଷ୍ଠିତ ହେବ।ଦ୍ଵାରଫିଟା ପୂର୍ବ ରାତ୍ର ୧୨ ଘଟିକା ରୁ ୧ ଘଟିକା,ମଙ୍ଗଳ ଆଳତୀ ରାତ୍ର ୧ ଘଟିକା ରୁ ରାତ୍ର ୧.୩୦ ମିନିଟ, ବେଶ,ମଇଲମ,ମର୍ଦ୍ଦନ ଅବକାଶ ରାତ୍ର ୧.୩୦ ମିନିଟ ରୁ ୨ ଘଟିକା,ନଟବର ବେଶ ରାତ୍ର ୨ ଟାରୁ ୨.୩୦ ମିନିଟ, ସୂର୍ଯ୍ୟ ପୂଜା, ଦ୍ଵାରପାଳ ପୂଜା ବଲ୍ଲଭ ରାତ୍ର ୨.୩୦ ରୁ ୩ ଘଟିକା, ସକାଳ ଧୂପ, ବାଳଧୂପ ଓ ମଦନ ମୋହନ ଭୋଗ ରାତ୍ର ୩ ରୁ ୪ ଘଟିକା, ସେବାୟତ ଓ କର୍ମଚାରୀ ପରିବାର ଦର୍ଶନ ଭୋର ୪ ଟାରୁ ୫ ଘଟିକା, ସର୍ବସାଧାରଣ ଦର୍ଶନ ସାହାଣ ମେଲା ଭୋର ୫ ଘଟିକା ରୁ ରାତ୍ର ୧୨.୩୦ ମିନିଟ, ସେବାୟତ ଓ କର୍ମଚାରୀ ପରିବାର ଦର୍ଶନ ଅପରାହ୍ନ ୪.୩୦ ମିନିଟ ଠାରୁ ଅପରାହ୍ନ ୫ ଘଟିକା ,ସାଧାରଣ ଦର୍ଶନ ଅପରାହ୍ନ ୫ ଘଟିକା ରୁ ରାତ୍ର ୧୨.୩୦ ମିନିଟ,ପରବର୍ତ୍ତୀ ଦେବନୀତି ଆରମ୍ଭ ଓ ପହୁଡ଼ ଅନୁଷ୍ଠିତ ହେବ।ସେହିପରି ନଭେମ୍ବର ୨ ତାରିଖ ବଡ ଏକାଦଶୀ ପାଇଁ ଦ୍ବାର ଫିଟା ପୂର୍ବ ରାତ୍ର ୧ ଘଟିକା ରୁ,ମଙ୍ଗଳ ଆଳତୀ ବେଶ,ମଇଲମ,ମର୍ଦ୍ଦନ ଅବକାଶ ରାତ୍ର ୨ ଘଟିକା,ଲକ୍ଷ୍ମୀ ନାରାୟଣ ବେଶ ରାତ୍ର ୨ ଟାରୁ ରାତ୍ର ୨.୩୦ ମିନିଟ, ସୂର୍ଯ୍ୟ ପୂଜା, ଦ୍ଵାରପାଳ ପୂଜା ବଲ୍ଲଭ ରାତ୍ର ୨.୩୦ ମିନିଟ ରୁ ରାତ୍ର ୩ ଘଟିକା,ସକାଳ ଧୂପ, ବାଳ ଧୂପ ଓ ମଦନ ମୋହନ ଭୋଗ ରାତ୍ର ୩ ଘଟିକା ରୁ ୪ ଘଟିକା ,ସେବାୟତ ଓ କର୍ମଚାରୀ ପରିବାର ଦର୍ଶନ ଭୋର ୪ ଟାରୁ ୫ ଘଟିକା, ସର୍ବସାଧାରଣ ଦର୍ଶନ ସାହାଣ ମେଲା ଭୋର ୫ ଘଟିକା ରୁ ଅପରାହ୍ନ ୩ ଘଟିକା, ପାଳିଆ ପରିବର୍ତ୍ତନ ଅପରାହ୍ନ ୩ ଟାରୁ ଅପରାହ୍ନ ୩.୩୦ ମିନିଟ, ସର୍ବସାଧାରଣ ଦର୍ଶନ ଅପରାହ୍ନ ୩.୩୦ ମିନିଟ ରୁ ରାତ୍ର ୧୧ ଘଟିକା, ପରବର୍ତ୍ତୀ ଦେବନୀତି ଆରମ୍ଭ ଓ ପହୁଡ଼ ଅନୁଷ୍ଠିତ ହେବ ବୋଲି ସେବାୟତ ସଂଘ ର ସଂପାଦକ ଅବଗତ କରାଇଛନ୍ତି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply