ପୁରୀ : ୨୮/୧୦/୨୦୨୫ – ସମୁଦ୍ରକୂଳ ଅଗ୍ନିଶମ ଓ ବିପର୍ଜୟ ମୁକାବିଲା ପୋଷ୍ଟର ଭାରପ୍ରାପ୍ତ ଅଧିକାରୀ ସମୁଦ୍ରକୂଳ ଥାନାରେ ଅଭିଯୋଗ କଲେ ଯେ, ଆଜି ବାତ୍ୟା “ମନ୍ଥା” କୁ ଦ୍ରୁଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନର ନିର୍ଦେଶ ଅନୁଯାୟୀ ପର୍ଯ୍ୟଟକଙ୍କ ସୁରକ୍ଷା ନିମିତ୍ତ କୌଣସି ବ୍ୟକ୍ତିଙ୍କୁ ସମୁଦ୍ର ମଧ୍ୟରେ ଗାଧୋଇବାକୁ ବାରଣ କରାଯାଉଥିଲା । ସକାଳ ୯ଟା ସମୟରେ କିଛି ବଙ୍ଗୀୟ ପର୍ଯ୍ୟଟକ ଜବରଦସ୍ତି ସମୁଦ୍ର ମଧ୍ୟକୁ ପ୍ରବେଶ କରୁଥିଲେ । ଏହାକୁ ଉପସ୍ଥିତ ଲାଇଫଗାର୍ଡ ଯଥା LG/218 J Pradion, Jogi Rao, Balala Rao ମାନେ ବାରଣ କରିଥିଲେ । କିନ୍ତୁ ଉକ୍ତ ପର୍ଯ୍ୟଟକ ମାନେ ଲାଇଫଗାର୍ଡମାନଙ୍କୁ ଦୁର୍ବ୍ୟବହାର କରିଥିଲେ ଓ ଆକ୍ରମଣ କରିଥିଲେ । ଏହାକୁ ଭିତ୍ତି କରି SEABEACH PS ଏତଲା ନମ୍ବର 311/25 ତାରିଖ 28.10.25 U/s. 126(2)/132/296/115(2)/3(5) BNS ପଞ୍ଜୀକୃତ କରାଯାଇଛି। ତେଣୁ ଜନସାଧାରଣଙ୍କୁ ଜଣାଇ ଦିଆଯାଉଛିକି ଆପଣମାନେ ସମୁଦ୍ର ମଧ୍ୟକୁ ପ୍ରବେଶ କରନ୍ତୁ ନାହିଁ
ଲାଇଫଗାର୍ଡମାନଙ୍କୁ ଦୁର୍ବ୍ୟବହାର
No Comments
October 28, 2025 9:34 pm

Previous Article
Next Article

ପବିତ୍ର ଅଁଳା ନବମୀ ଉପଲକ୍ଷେ ଦେବନୀତି ନିର୍ଘଣ୍ଟ
ଦୁର୍ନୀତି ନିବାରଣ ବିଭାଗ ଆଜିର ଦିନରେକାହାକୁ କ୍ଷମା କରିବ ନାହିଁ, କାହାକୁ ଛାଡିବ ନାହିଁ – ମୁଖ୍ୟମନ୍ତ୍ରୀ

Related Posts
ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା ଦାବିରେ ୧୬୧ ଦିନରେ ପ ...
September 9, 2026
ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ସ୍ନାତକ ସମାରୋହରେ ଯୋଗଦେଲେ ରାଜ୍ଯ ...
September 9, 2026





