Home / ମୁଖ୍ୟ ଖବର / ବାତ୍ୟା ମୋନ୍ଥା କୁ ନେଇ କାକଟପୁରବାସୀ ଆତଙ୍କିତ lଭୟଭୀତ ନହେବାକୁ ବ୍ଲକ ପ୍ରଶାସନ ର ପରାମର୍ଶ l

ବାତ୍ୟା ମୋନ୍ଥା କୁ ନେଇ କାକଟପୁରବାସୀ ଆତଙ୍କିତ lଭୟଭୀତ ନହେବାକୁ ବ୍ଲକ ପ୍ରଶାସନ ର ପରାମର୍ଶ l

whatsapp image 2025 10 28 at 19.36.48 24e9df14

କାକଟପୁର ୨୮/୧0:-( ତୁଷାର ଦୀକ୍ଷିତ ) ସମ୍ଭାବୀୟ ବାତ୍ୟା ମୋନ୍ଥା କୁ ନେଇ କାକଟପୁର ର ୧୬ ଟି ପଞ୍ଚାୟତ ର ଅଧିବାସୀ ମାନେ ଆଶଙ୍କା ରେ ଥିବାବେଳେ ବ୍ଲକ ପ୍ରଶାସନ ତରଫରୁ ଘନଘନ ବୈଠକ ବସାଇବା ସହିତ କୌଣସି ବ୍ୟକ୍ତି ଭୟଭୀତ ନହୋଇ ବାତ୍ୟା ମୁକାବିଲା ପାଇଁ ବ୍ଲକ ପ୍ରଶାସନ କୁ ସହଯୋଗ କରିବାକୁ ମଣ୍ଡଳ ଉନ୍ନୟନ ଅଧିକାରୀ ନାରାୟଣ ଦୀକ୍ଷିତ ପ୍ରକାଶ କରିଛନ୍ତି l ସବୁସ୍ତରରେ ପ୍ରଶାସନ ସଜାଗ ଥିବାବେଳେ ପରିସ୍ଥିତି କୁ ନଜର ରେ ରଖି ତଳିଆ ନଦୀ କୁଳ ଅଞ୍ଚଳବାସୀ ଙ୍କୁ ଆବଶ୍ୟକ ସ୍ଥଳେ ସ୍ଥାନାନ୍ତର କରାଯିବାକୁ ସୂଚନା ପ୍ରଦାନ କରିଛନ୍ତି l ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସୁ ଚିକିତ୍ସା କେନ୍ଦ୍ର ମାଧ୍ୟମରେ ଲୋକମାନଙ୍କୁ ଜରୁରୀ ସେବା ଯୋଗାଇ ଦେବାକୁ ପ୍ରସ୍ତୁତ ଅଛନ୍ତି ବୋଲି ସ୍ୱାସ୍ଥ୍ୟ ଅଧିକାରୀ ଶାନ୍ତି ଭୂଷଣ ଜେନା ସୂଚନା ଦେଇଛନ୍ତି l ପ୍ରତ୍ୟେକ ସରକାରୀ କର୍ମଚାରୀ ଯଥା ସ୍କୁଲ. କଲେଜ,ଅଙ୍ଗନବାଡି କେନ୍ଦ୍ର, ଡାକ୍ତରଖାନା,ବ୍ଲକ, ବିଦ୍ୟୁତ ବିଭାଗ ଭଳି ମୁଖ୍ୟ ଦପ୍ତର ର କର୍ମଚାରୀ ମାନଙ୍କ ଛୁଟି ବାତିଲ କରାଯାଇ ବିପର୍ଯ୍ୟୟ କୁ ମୁକାବିଲା କରିବାପାଇଁ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି l ବ୍ଲକ ର ସମସ୍ତ ସରପଞ୍ଚ ମାନଙ୍କୁ ନେଇ ବୈଠକ ଡକାଯିବାସହିତ ମୋନ୍ଥା ର ମୁକାବିଲା ପାଇଁ ଜାଗ୍ରତ ରହିବା ସହିତ ଆବଶ୍ୟକ ସହଯୋଗ ପାଇଁ ପ୍ରଶାସନ ତତ୍ପର ଅଛି ବୋଲି ପ୍ରକାଶ କରିଛନ୍ତି l ପ୍ରାଣୀ ଚିକିତ୍ସା ବିଭାଗ ତରଫରୁ ଗୃହପାଳିତ ପଶୁ ମାନଙ୍କ ପାଇଁ ଆବଶ୍ୟକ ଗୋଖାଦ୍ୟ ମହଜୁଦ ରଖିଥିବା ଜାଣିବାକୁ ମିଳିଛି l କୃଷିଭିତିକ ସମସ୍ୟା ପାଇଁ ଲୋକମାନେ ସଜାଗ ରହିବାକୁ ବିଭିନ୍ନ ମାଧ୍ୟମରେ ସରକାର ଙ୍କ ତରଫରୁ ପରାମର୍ଶ ଦିଆଯାଇଥିବା ବେଳେ ବାତ୍ୟା ମୁକାବିଲା ପାଇଁ ପ୍ରତ୍ୟୋକ ସ୍ତରରେ ଲୋକମାନଙ୍କୁ ଭୟଭୀତ ନହୋଇ ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି l

SPREAD YOUR LOVE WITH YOUR FRIENDS AND FAMILY

Leave a Reply