Home / ମୁଖ୍ୟ ଖବର / ପୁରୁଣା ନଅରର ଇଷ୍ଟଦେବୀ ମା’ଶ୍ୟାମାକାଳୀ ଙ୍କ ମନ୍ଦିର ରେ ୫୧ ତମ ବାର୍ଷିକ ବିଶ୍ବଶାନ୍ତି ମହାଯଜ୍ଞ

ପୁରୁଣା ନଅରର ଇଷ୍ଟଦେବୀ ମା’ଶ୍ୟାମାକାଳୀ ଙ୍କ ମନ୍ଦିର ରେ ୫୧ ତମ ବାର୍ଷିକ ବିଶ୍ବଶାନ୍ତି ମହାଯଜ୍ଞ

ପୁରୀ: ୨୩/୭/୨୦୨୬ ପ୍ରାଚୀନ ଉତ୍କଳ ର ମହାପ୍ରତାପୀ ଗଜପତି ମାନଙ୍କର ପୁରୀ ବାଲିସାହିସ୍ଥ ପୁରୁଣା ନଅରର ଇଷ୍ଟଦେବୀ ମା’ଶ୍ୟାମାକାଳୀ ଙ୍କ ମନ୍ଦିର ରେ ୫୧ ତମ ବାର୍ଷିକ ବିଶ୍ବଶାନ୍ତି ମହାଯଜ୍ଞ ବୁଧବାର ସଂଧ୍ୟାରେ ପୂର୍ଣ୍ଣାହୂତୀ ସହ ଉଦଯାପିତ ହୋଇଛି। ମା’ଶ୍ୟାମାକାଳୀ ଗଜପତି ମହାରାଜା ଙ୍କ ଇଷ୍ଟଦେବୀ ବୋଲି ଲୋକଶୃତିରେ କଥିତ ଥିଲେ ମଧ୍ୟ ଏହି ମହାଯଜ୍ଞ ପାଇଁ ଗଜପତି ଙ୍କ ଶ୍ରୀପୁରୁଷୋତ୍ତମ ଇଷ୍ଟେଟ୍ ପକ୍ଷରୁ ଗୋଟିଏ ଟଙ୍କା ମଧ୍ୟ ଆସୁନଥିବା ଜଣାଯାଏ। ମନ୍ଦିର ର ପ୍ରାକ୍ତନ ପୁଜକ ସ୍ବର୍ଗତ କୃଷ୍ଣଚନ୍ଦ୍ର ମିଶ୍ର ଙ୍କ ଉଦ୍ୟମ ଓ ଭକ୍ତଙ୍କ ଦାନରେ ଏହି ମହାଯଜ୍ଞ ପୂର୍ବେ ଏଗାର ଦିନ ଧରି ଆୟୋଜିତ ହେଉଥିଲା। ଆର୍ଥିକ କାରଣରୁ ତାହା ସାତ ଓ ପାଞ୍ଚ ଦିନକୁ ହ୍ରାସ ପାଇ ପାଇ ଏବେ ମାତ୍ର ତିନିଦିନ ଆୟୋଜିତ ହେଉଛି। ଚଳିତ ବର୍ଷ ମହାଯଜ୍ଞ ପାଇଁ ରବିବାର ରାତ୍ରରେ ଅଙ୍କୁରାରୋପଣ କରାଯାଇ ସୋମବାର ହେରାପଞ୍ଚମୀ ର ପ୍ରତ୍ୟୂଷରୁ ଯଜ୍ଞ ଆରମ୍ଭ ହୋଇଥିଲା । ବୁଧବାର ସଂଧ୍ୟାରେ ପୂର୍ଣ୍ଣାହୂତୀ ସହ ଏହା ଉଦଯାପିତ ହୋଇଛି। ପୂର୍ଣ୍ଣାହୂତୀ ସମୟରେ ମା’ଶ୍ୟାମାକାଳୀ ଙ୍କ ଅନେକ ଭକ୍ତ ଓ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ। ପ୍ରାଧ୍ୟାପକ ପଣ୍ଡିତ ଡକ୍ଟର ଦିବାକର ମହାପାତ୍ର ଧର୍ମାନୁଷ୍ଠାନ ରେ ଉପଦେଷ୍ଟା ଥିବାବେଳେ ଭୁବନେଶ୍ୱରସ୍ଥ ଶ୍ରୀଲିଙ୍ଗରାଜ ମନ୍ଦିର ର ପୁରୋହିତ- ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ ର ଅବସରପ୍ରାପ୍ତ ଗବେଷଣା ଅଧିକାରୀ ଏବଂ କୋହିନୂର ପଞ୍ଜିକା ର ଗଣକ ପଣ୍ଡିତ ଡକ୍ଟର ରବିଚରଣ ରଥ ଆଚାର୍ଯ୍ୟ, ମନ୍ଦିର ର ପୂଜକ ପଣ୍ଡିତ ଭବାନୀଶଙ୍କର ମିଶ୍ର ହୋତୃଆଚାର୍ଯ୍ୟ, ପଣ୍ଡିତ ଶରତଚନ୍ଦ୍ର ଷଡଙ୍ଗୀ ବ୍ରହ୍ମା, ପଣ୍ଡିତ ସନ୍ତୋଷ କୁମାର ମିଶ୍ର ପୁସ୍ତକାଚାର୍ଯ୍ୟ, ପଣ୍ଡିତ ମନୋରଞ୍ଜନ ରଥ ଚରୁହୋତା, ପଣ୍ଡିତ ବିରଞ୍ଚିନାରାୟଣ ମିଶ୍ର ସମୀଧ ହୋତା, ପଣ୍ଡିତ ରାମଚନ୍ଦ୍ର ଆଚାର୍ଯ୍ୟ ସଦସ୍ୟ, ପଣ୍ଡିତ ପ୍ରଫୁଲ୍ଲଚନ୍ଦ୍ର ମିଶ୍ର ଓ ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ମିଶ୍ର ଜାପକାଚାର୍ଯ୍ୟ ଏବଂ ପଣ୍ଡିତ ଜଗଜ୍ଜ୍ୟୋତି ରଥ ଚଣ୍ଡୀ ପାଠକାଚାର୍ଯ୍ୟ ଭାବେ ନିଷ୍ଠାର ସହ ଦାୟିତ୍ୱ ସଂପାଦନ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply