କାକଟପୁର ତା 31/10,(ତୁଷାର ଦୀକ୍ଷିତ )ଭାରତୀୟ ଧର୍ମ ଶାସ୍ତ୍ରରେ ଗୋ-ମହିମା ଓ ଗୋ ଉପାସନାର ବର୍ଣ୍ଣନା ଅନେକ ରହିଛି । ଦ୍ୱାପର ଯୁଗରେ ସ୍ୱୟଂ ଭଗବାନ୍ ଶ୍ରୀକୃଷ୍ଣ ଗୋପାଳ ଭାବରେ ଅବତାର ନେଇ ଗୋ-ମହିମାକୁ ପ୍ରଚାର କରିଛନ୍ତି । ସୃଷ୍ଟିର ସବୁଠାରୁ ଉପକାରୀ ପ୍ରାଣୀ ହେଉଛନ୍ତି ଗୋମାତା। ଭାରତୀୟ ସଂସ୍କୃତିରେ ଏହି ପବିତ୍ର ଗୋପାଷ୍ଟମୀ ପର୍ବର ବିଶେଷ ମହତ୍ତ୍ୱ ରହିଛି। ସାରା ଭାରତରେ ଏହି ପର୍ବ କୁ ପାଳନ କରାଯାଇଥାଏ। ଏହି ପର୍ବ ଗୋମାତା ଙ୍କ ପ୍ରତି ଭକ୍ତି ଓ ଗୋମାତା ଆମ ସମାଜ ପାଇଁ କେତେ ଆବଶ୍ୟକ ତାହାର ଏକ ସ୍ୱତନ୍ତ୍ର ବାର୍ତ୍ତା ଦେଇଥାଏ। ଏନେଇ କାର୍ତ୍ତିକ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ପୁରୀଜିଲ୍ଲା କାକଟପୁର ବ୍ଲକ ଶ୍ରୀରାମପୁର ସ୍ଥିତ ରାଧାକୃଷ୍ଣ ମନ୍ଦିର ପରିସରରେ କାକଟପୁର ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଗୋପାଷ୍ଟମୀ ବା ଗୋଷ୍ଠାଷ୍ଟମୀ ପର୍ବ ମହାଆଡମ୍ବରରେ ପାଳିତ ହୋଇଯାଇଛି । ଗୁରୁବାର ପ୍ରାତଃକାଳରୁ ସ୍ନାନାଦି ନିତ୍ୟକର୍ମ ସାରି ଗୋ-ମାତାଙ୍କୁ ସ୍ନାନ କରାଇବା ପରେ ଜଳ, ଅକ୍ଷତ, ଶସ୍ୟ, ବସ୍ତ୍ର, ଭୋଗ ଏବଂ ଧୂପ ଆଦି ସହ ପୂଜା କରାଯିବା ପରେ ମନ୍ଦିର ପରିସରରେ ଗୀତାଜ୍ଞାନଯଜ୍ଞ ଅନୁଷ୍ଠିତ ହୋଇଥିଲା l ପୂର୍ବାହ୍ନ ରେ ବିଶ୍ୱ ହିନ୍ଦୁପରିଷଦର ସମସ୍ତ ସଦସ୍ୟ, ସ୍ଥାନୀୟ ଗ୍ରାମବାସୀ, ଶତାଧିକ ମହିଳା ମାନେ ଗୋ-ମାତା ମାନଙ୍କୁ ଗ୍ରାମ୍ୟ ପରିକ୍ରମା କରାଇ ନିଜ ଅନ୍ତରର ଭକ୍ତି ନୈବେଦ୍ୟ ଅର୍ପଣ କରିଥିଲେ।,ଭାରତୀୟ ଧର୍ମ ଶାସ୍ତ୍ରରେ ଗୋ-ମହିମା ଓ ଗୋ ଉପାସନାର ବର୍ଣ୍ଣନା ଅନେକ ରହିଛି । ଦ୍ୱାପର ଯୁଗରେ ସ୍ୱୟଂ ଭଗବାନ୍ ଶ୍ରୀକୃଷ୍ଣ ଗୋପାଳ ଭାବରେ ଅବତାର ନେଇ ଗୋ-ମହିମାକୁ ପ୍ରଚାର କରିଛନ୍ତି । ସୃଷ୍ଟିର ସବୁଠାରୁ ଉପକାରୀ ପ୍ରାଣୀ ହେଉଛନ୍ତି ଗୋମାତା। ଭାରତୀୟ ସଂସ୍କୃତିରେ ଏହି ପବିତ୍ର ଗୋପାଷ୍ଟମୀ ପର୍ବର ବିଶେଷ ମହତ୍ତ୍ୱ ରହିଛି। ସାରା ଭାରତରେ ଏହି ପର୍ବ କୁ ପାଳନ କରାଯାଇଥାଏ। ଏହି ପର୍ବ ଗୋମାତା ଙ୍କ ପ୍ରତି ଭକ୍ତି ଓ ଗୋମାତା ଆମ ସମାଜ ପାଇଁ କେତେ ଆବଶ୍ୟକ ତାହାର ଏକ ସ୍ୱତନ୍ତ୍ର ବାର୍ତ୍ତା ଦେଇଥାଏ। ଏନେଇ କାର୍ତ୍ତିକ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ପୁରୀଜିଲ୍ଲା କାକଟପୁର ବ୍ଲକ ଶ୍ରୀରାମପୁର ସ୍ଥିତ ରାଧାକୃଷ୍ଣ ମନ୍ଦିର ପରିସରରେ କାକଟପୁର ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଗୋପାଷ୍ଟମୀ ବା ଗୋଷ୍ଠାଷ୍ଟମୀ ପର୍ବ ମହାଆଡମ୍ବରରେ ପାଳିତ ହୋଇଯାଇଛି । ଗୁରୁବାର ପ୍ରାତଃକାଳରୁ ସ୍ନାନାଦି ନିତ୍ୟକର୍ମ ସାରି ଗୋ-ମାତାଙ୍କୁ ସ୍ନାନ କରାଇବା ପରେ ଜଳ, ଅକ୍ଷତ, ଶସ୍ୟ, ବସ୍ତ୍ର, ଭୋଗ ଏବଂ ଧୂପ ଆଦି ସହ ପୂଜା କରାଯିବା ପରେ ମନ୍ଦିର ପରିସରରେ ଗୀତାଜ୍ଞାନଯଜ୍ଞ ଅନୁଷ୍ଠିତ ହୋଇଥିଲା l ପୂର୍ବାହ୍ନ ରେ ବିଶ୍ୱ ହିନ୍ଦୁପରିଷଦର ସମସ୍ତ ସଦସ୍ୟ, ସ୍ଥାନୀୟ ଗ୍ରାମବାସୀ, ଶତାଧିକ ମହିଳା ମାନେ ଗୋ-ମାତା ମାନଙ୍କୁ ଗ୍ରାମ୍ୟ ପରିକ୍ରମା କରାଇ ନିଜ ଅନ୍ତରର ଭକ୍ତି ନୈବେଦ୍ୟ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସମ୍ମାନୀୟ ଅତିଥି ଓଡ଼ିଶା ପୂର୍ବ ସହ ସଂପାଦକ ଉମାଶଙ୍କର ଆଚାର୍ଯ୍ୟ ବିଶ୍ବହିନ୍ଦୁ ପରିଷଦ ଜିଲ୍ଲା ସଭାପତି ରଘୁନାଥ ମହାପାତ୍ର ଜିଲ୍ଲା ବିଭାଗ ସଂପାଦକ ଭାଗିରଥି ସ୍ବାଇଁ ଜିଲ୍ଲା ଗୋ ରକ୍ଷା ପ୍ରମୁଖ ମିହିର ରଞ୍ଜନ ଦୀକ୍ଷିତ କାକଟପୁର ପ୍ରଖଣ୍ଡ ସଭାପତି କାବୁଲା ବିଶ୍ବାଳ କାକଟପୁର ପ୍ରଖଣ୍ଡ ସଂପାଦକ ପଦ୍ମଲୋଚନ ସ୍ବାଇଁ ସହ ସଂପାଦକ ଅଲେଖ ଚନ୍ଦ୍ର ମହାନ୍ତି ଏବଂ କାର୍ଯ୍ୟଭାର ନେଇ ଥିବା ଅନ୍ତର୍ଯ୍ୟାମୀ ବେହେରା ଶ୍ରୀଧର ସ୍ବାଇଁ ତୁଷାର ରଂଜନ ବେହେରା ପପୁ ସିପୁନ୍ ଆଦର୍ଶ ଓ ଶ୍ରୀରାମ ପୁର ଗ୍ରାମବାସୀ ବୃନ୍ଦ ପରିଚାଳନା କରିଥିବାବେଳେ ସମସ୍ତ ଶ୍ରଦ୍ଧାଳୁ ଙ୍କ ପାଇଁ ପ୍ରସାଦ ସେବନ କରିଥିଲେ
ଶ୍ରୀରାମପୁର ରାଧାକୃଷ୍ଣ ମନ୍ଦିର ରେ ଗୋଷ୍ଠାଷ୍ଟମୀ ପାଳିତ











