Home / ମୁଖ୍ୟ ଖବର / ସମର୍ଥ ନାରୀ ସମୃଦ୍ଧ ଭାରତ ଶୀର୍ଷକ ଦ୍ୱିଦିବସୀୟ ରାଷ୍ଟ୍ରୀୟ ମହିଳା ସମ୍ମେଳନ 

ସମର୍ଥ ନାରୀ ସମୃଦ୍ଧ ଭାରତ ଶୀର୍ଷକ ଦ୍ୱିଦିବସୀୟ ରାଷ୍ଟ୍ରୀୟ ମହିଳା ସମ୍ମେଳନ 

whatsapp image 2025 11 03 at 19.20.20 b4da5d87

ପୁରୀ :୦୩/୧୧/୨୦୨୫ – କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ନୂଆଦିଲ୍ଲୀ ଓ ଆଇ.ସି.ସି, ନୂଆଦିଲ୍ଲୀର ମିଳିତ ସହଭାଗିତାରେ ଆଜି ଶ୍ରୀ ସଦାଶିବ ପରିସର, ପୁରୀ ଆନୁକୂଲ୍ୟରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶ୍ରୀନିବାସ ବରଖେଡ଼ିଙ୍କ ସଂରକ୍ଷଣରେ ଓ ପରିସରର ନିର୍ଦ୍ଦେଶକ ପ୍ରଫେସର ପ୍ରଭାତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସମର୍ଥ ନାରୀ ସମୃଦ୍ଧ ଭାରତ ଶୀର୍ଷକ ଦ୍ୱିଦିବସୀୟ ରାଷ୍ଟ୍ରୀୟ ମହିଳା ସମ୍ମେଳନ ଛାତ୍ର ମାଧବୀ ମଂଜରୀଙ୍କ ପବିତ୍ର ମଙ୍ଗଳାଚରଣରେ ଓ ବିଶ୍ୱବିନ୍ୟାଳୟର କୁଳଗୀତ ଗାନ ପୂର୍ବକ ଉଦ୍‌ଘାଟନ ହୋଇଯାଇଛି । ଏହି ଉଦ୍‌ଘାଟନ ସତ୍ତ୍ରରେ ମୁଖ୍ୟ ଅତିଥି ଭାବେ, ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, ସମ୍ମାନିତ ଅତିଥି ଭାବେ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ଡକ୍ଟର ଜ୍ୟୋତ୍ସ୍ନାରାଣୀ ପାତ୍ର, ବିଶିଷ୍ଟ ଅତିଥିରୂପେ ବରିଷ୍ଠ ଚଳଚ୍ଚିତ୍ର ଅଭିନେତ୍ର ପୁଷ୍ପା ପଣ୍ଡା, ଚଳଚ୍ଚତ୍ର ପ୍ରଯୋଜିକା ତଥା ଅଭିନେତ୍ରୀ ସୌଭାଗ୍ୟଲକ୍ଷ୍ମୀ (ବିନି)ସାମଲ ପ୍ରମୁଖ ଯୋଗଦାନ କରି, ନାରୀ ସର୍ବ ଶକ୍ତିବାନ ସାଜି ସମସ୍ତ ଦହ ଗଞ୍ଜ କୁ ଏକାକୀ ସହ୍ୟ କରି ଅନ୍ୟମାନଙ୍କ ମୁଖରେ କିପରି ସୁଖଶାନ୍ତି ବଜାୟ ରଖିଥାଏ। ସେ ଧୈର୍ଯ୍ୟ ର ମୂର୍ତ୍ତି,ଧରଣୀ ପରି ସହନଶକ୍ତିର ଆଧାର ରେ ପ୍ରତ୍ୟେକ କାର୍ଯ୍ୟ କୁ ସୁଚାରୁରୂପେ ପ୍ରତିପାଦନ କରିବା ସହ ସମସ୍ତ ଗୁରୁ ଦାୟିତ୍ବ ବହନ କରିବାରେ ସାମର୍ଥ୍ୟ ହାସଲ କରିପାରିଛି ।ନାରୀର ଉନ୍ନତି ରେ ଦେଶର ଉନ୍ନତି ବିକଶିତ ହୋଇ ଥାଏ। ପ୍ରତିଟି କାର୍ଯ୍ୟରେ ନାରୀଜାତିର ଭୂମିକା ମହତ୍ୱ ଅତ୍ୟଧିକ ରହିଥାଏ। ନାରୀ ସଂପୂର୍ଣ୍ଣ ତ୍ୟାଗ ଓ ସର୍ମପଣ ଭାବ ନେଇ ସଂକଳ୍ପବଦ୍ଧ ହୋଇ କାମ କରିଥାନ୍ତି।ପର ଆପଣା ଭେଦ ଭାବ ନରଖି ନିଃସ୍ଵାର୍ଥପର ଭାବନା ସହ ପରିବାର ସମାଜସେବା ଓ ଦେଶର ପ୍ରଗତି ପାଇଁ ଆଗ୍ରହୀ ହୋଇଥାଏ ବୋଲି ସ୍ୱକୀୟ ସ୍ୱକୀୟ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ସମ୍ମେଳନର ସଂଯୋଜିକା ପ୍ରଫେସର ନିର୍ମଳା ପାଣିଗ୍ରାହୀ ପ୍ରଦାନ କରିଥିଲା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ପ୍ରଫଷସର ଗୌରପ୍ରିୟା ଦାଶ ଏବଂ ମଞ୍ଚ ସଂଚାଳନ କରିଥିଲେ ଡକ୍ଟର ସ୍ୱାଗତିକା ମହାନ୍ତି । ସୂଚନାଯୋଗ୍ୟଯେ, ଏହି ଦ୍ୱିଦିବସୀୟ କାର୍ଯ୍ୟକ୍ରମର ପ୍ରଥମ ଦିବସରେ ଦେଶର ବିଭିନ୍ନପ୍ରାନ୍ତରୁ ସଫଳତାପ୍ରାପ୍ତ ନାରୀ ପ୍ରତିଭାମାନେ ଅଂଶଗ୍ରହଣ କରି ‘ମହିଳାଙ୍କ ମୁକ୍ତି ସେମାନଙ୍କପାଇଁ ଉପହାର ନୁହେଁ ବରଂ ମାନବିକତା’, ସମ୍ୱେଦନଶୀଳତାରୁ ନେତୃତ୍ୱ ପର୍ଯ୍ୟନ୍ତି ଏକ ସଶକ୍ତ ନାରୀର ପରିଚୟ, ସଶକ୍ତ ମହିଳା ପରିବାରରୁ ସମାଜ ପର୍ଯ୍ୟନ୍ତ ପରିବର୍ତ୍ତନର ବାହକ, ସ୍ମାର୍ଟ ମହିଳା, ସ୍ମାର୍ଟ ରାଷ୍ଟ୍ର,ଶୀର୍ଷକ ବିନ୍ଦୁରେ ଚର୍ଚ୍ଚା କରିଥିଲେ ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply