Home / ମୁଖ୍ୟ ଖବର / ପ୍ରତ୍ୟେକ ଭାରତୀୟ ଙ୍କ ହୃଦୟର ସ୍ପନ୍ଦନ -ବନ୍ଦେ ମାତରମ

ପ୍ରତ୍ୟେକ ଭାରତୀୟ ଙ୍କ ହୃଦୟର ସ୍ପନ୍ଦନ -ବନ୍ଦେ ମାତରମ

whatsapp image 2025 11 07 at 19.10.00 897fc3ef

ପୁରୀ ୭/୧୧ ପୁରୀ ଜିଲ୍ଲା ସ୍ତରୀୟ ରାଷ୍ଟ୍ର ଗୀତ ବନ୍ଦେ ମାତରମ ର ୧୫୦ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ ଆଜି ପୂର୍ବାହ୍ନରେ ଓସୱ୍ବାନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ବନ୍ଦେ ମାତରମ କେବଳ ଏକ ରାଷ୍ଟ୍ର ଗୀତ ନୁହେଁ ଏହା ପ୍ରତେକ ଭାରତୀୟ ଙ୍କ ହୃଦୟର ସ୍ପନ୍ଦନ ଓ ଆତ୍ମା ବୋଲି କହିଥିଲେ।ଯେଉଁଠି ଯେଉଁଠି ବି ରାଷ୍ଟ୍ର ପ୍ରତି ଦେଶପ୍ରେମ, ସମର୍ପଣ, ବୀରତ୍ବ ଓ ସେବାର କଥା ଉଠିଛି ପ୍ରତ୍ୟେକ ଭାରତୀୟ ଙ୍କ କଣ୍ଠରୁ ବନ୍ଦେ ମାତରମ ଧ୍ବନି ଉଚାରିତ ହୋଇ ସମସ୍ତଙ୍କୁ ପ୍ରେରଣା ଦେଇଛି, ସାହସ ଦେଇଛି ବୋଲି ସେ କହିବା ସହ ବନ୍ଦେ ମାତରମ ର ରଚୟିତା

whatsapp image 2025 11 07 at 19.09.59 56d7d4a3

ବଙ୍କିମ ଚନ୍ଦ୍ର ଚାଟାର୍ଜୀ ଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ବନ୍ଦେ ମାତରମ ରଚନା ର ପୃଷ୍ଠ ଭୂମି ସମ୍ପର୍କରେ ସୂଚନା ଦେଇ ବଙ୍କିମ ଚନ୍ଦ୍ର ଚାଟାର୍ଜୀ ଙ୍କ ରଚିତ ପ୍ରସିଦ୍ଧ ଆନନ୍ଦ ମଠ ଉପନ୍ୟାସ ର ଏହା ଏକ କବିତା ବୋଲି ମତ ଦେଇଥିଲେ।ଏଥିରେ ସନ୍ୟାସୀ ବିପ୍ଳବ କୁ ଆଧାର କରି ଦେଶାତ୍ମବୋଧ ଜାଗ୍ରତ କରିବା ର ପ୍ରଚେଷ୍ଟା ଅତ୍ୟନ୍ତ ଉଚ୍ଚ କୋଟୀର।ଏହା ସାମାଜିକ ଶୃଙ୍ଖଳାର ପ୍ରେରଣା କବିତା ସହ ଦେଶପ୍ରେମ କୁ ଉଦବୁଦ୍ଧ କରାଉଥିବା ଏକ ଚମତ୍କାର ରଚନା।ବଙ୍କିମ ଚନ୍ଦ୍ର ଯାଜପୁର ର ତତ୍କାଳୀନ ଉପଜିଲ୍ଲାପାଳ ବା ଏସ ଡି ଏମ ଭାବେ ୧୮୮୨ ରୁ ୧୮୮୪ ପର୍ଯ୍ୟନ୍ତ କାର୍ଯ୍ୟ ନିର୍ବାହ କରିଥିଲେ ବୋଲି ଶ୍ରୀ ସେଠୀ ସୂଚନା ଦେଇଥିଲେ।ପରେ ବନ୍ଦେ ମାତରମ ଭିଡିଓ ପ୍ରଦର୍ଶନ ସହ ସାମୁହିକ ଭାବେ ବନ୍ଦେ ମାତରମ ସଂଗୀତ ଗାନ କରାଯାଇଥିଲା।ଓସୱ୍ବାନ ମାଧ୍ୟମରେ ସମସ୍ତ ବ୍ଲକରେ ଅଧିକାରୀ ଓ କର୍ମଚାରୀ ମାନେ ଯୋଡି ହୋଇ ବନ୍ଦେ ମାତରମ ଗାନ କରିଥିଲେ।ପରେ ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବନ୍ଦେ ମାତରମ ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିବା ସହ ବନ୍ଦେ ମାତରମ ଏକ ସ୍ବପ୍ନ, ଏକ ସନ୍ଦେଶ, ଏକ ପ୍ରେରଣା, ଏକ ଜାଗରଣ, ଏକ ଅନୁଭବ, ଏକ ଅଦଭୁତ ରୋମାଞ ଯାହା ପ୍ରତିଟି ହୃଦୟ କୁ ଆଲୋକିତ ଓ ଆଲୋଡିତ କରେ।ବଦଳୁଥିବା ଭାରତର ଏହା ଏକ ଅବିଶ୍ବନୀୟ ଅଗ୍ରଗତି ଯାହା ନିଜେ ନିଜର ଭାଗ୍ୟ ବିଧାତା ହେବାର ପ୍ରେରଣା ସଂଗୀତ ବୋଲି କହିଥିଲେ।କାର୍ଯ୍ଯକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ରାଜସ୍ଵ ଡ ଶରତ ଚନ୍ଦ୍ର ମହାପାତ୍ର, ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହରା,ଉପ ଜିଲ୍ଲାପାଳ ରାଜ କିଶୋର ଜେନା,ରାଷ୍ଟ୍ରୀୟ ବିଜ୍ଞାନ କେନ୍ଦ୍ର ର ଡିଆଇଓ ବିଶ୍ବନାଥ ପଣ୍ଡା,ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ, ଅନୁସ୍ରବ ଗନ୍ତାୟତ, ସହଦେବ ସାହୁ,ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା ବିନୋଦ ରଥ,ଜିଲ୍ଲା ମଙ୍ଗଳ ଅଧିକାରୀ ମମତାରାଣୀ ପରିଡା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।ଏଥିରେ ଅନ୍ୟାନ୍ୟ ବିଭାଗର ଅଧିକାରୀ, କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply