Home / ମୁଖ୍ୟ ଖବର / ଶ୍ରୀଜଗନ୍ନାଥସଂସ୍କୃତବିଶ୍ବବିଦ୍ୟାଳୟରେ ସର୍ବଦର୍ଶନ ବିଭାଗର ରାଷ୍ଟ୍ରୀୟ ସଂଗୋଷ୍ଠୀ ଉଦ୍ ଯାପିତ

ଶ୍ରୀଜଗନ୍ନାଥସଂସ୍କୃତବିଶ୍ବବିଦ୍ୟାଳୟରେ ସର୍ବଦର୍ଶନ ବିଭାଗର ରାଷ୍ଟ୍ରୀୟ ସଂଗୋଷ୍ଠୀ ଉଦ୍ ଯାପିତ

whatsapp image 2025 10 16 at 17.53.28 93a490d4

ପୁରୀ: ୧୭/୧୦/୨୦୨୫ – ପୁରୀ, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ସର୍ବଦର୍ଶନ ବିଭାଗଦ୍ବାରା ଆୟୋଜିତ ୧୫/୧୦/୨୦୨୫ ରୁ ୧୬/୧୦/୨୦୨୫ ପର୍ଯ୍ୟନ୍ତ ହେବାକୁ ଥିବା “ଭାରତୀୟ ଜ୍ଞାନପରମ୍ପରାରେ ଯୋଗବିଜ୍ଞାନ” ଶୀର୍ଷକ ଦୁଇଦିନିଆ ରାଷ୍ଟ୍ରୀୟ ସଂଗୋଷ୍ଠୀ ଗୁରୁବାର ଦିନ ବିଶ୍ୱବିଦ୍ୟାଳୟର ଅଧିଷଦ୍ ଭବନରେ ଉଦ୍ଯାପିତ ହୋଇଯାଇଛି । ଉଦ୍‌ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଆ ବିଶ୍ଵବିଦ୍ଯାଳୟର କୁଳପତି ପ୍ରୋ. ଶତ୍ରୁଘ୍ନ ପାଣିଗ୍ରାହୀ ଯୋଗଦାନ କରି ଯୋଗ ବିଜ୍ଞାନସମ୍ମତ ଏକ ବିଶାଳ ଆଧ୍ଯାତ୍ମିକ ଶାସ୍ତ୍ରବୋଲି ନିଜସ୍ଵ ମତବ୍ଯକ୍ତ କରିଥିଲେ । ମୁଖ୍ୟବକ୍ତା ଭାବରେ ଶ୍ରୀଜଗନ୍ନାଥ ସଂସ୍କୃତବିଶ୍ବବିଦ୍ୟାଳୟର ସର୍ବଦର୍ଶନବିଭାଗର ପ୍ରାକ୍ତନ ଅଧ୍ୟକ୍ଷ ପ୍ରୋ. ପ୍ଯାରୀମୋହନ ପଟ୍ଟନାୟକ ଯୋଗଦାନ କରି ନିଜର ଓଜସ୍ଵିନୀ ବକ୍ତବ୍ଯ ଦ୍ଵାରା ଯୋଗଶାସ୍ତ୍ରର ମହନୀୟତାକୁ ସରଳ ଓ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ। ସମ୍ମାନିତବକ୍ତା ଭାବରେ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ଯାଳୟର ନ୍ଯାୟବିଭାଗୀୟ ପ୍ରାକ୍ତନ ଆଚାର୍ଯ୍ଯ ପ୍ରୋ. କମଳେଶମିଶ୍ର ଅଂଶଗ୍ରହଣ କରି ନିଜର ବକ୍ତବ୍ଯ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥିଭାବରେ କେନ୍ଦ୍ରୀୟ ସଂସ୍କୃତ ବିଶ୍ଵବିଦ୍ଯାଳୟ ପୁରୀର ସର୍ବଦର୍ଶନ ବିଭାଗର ବିଭାଗମୁଖ୍ଯ ପ୍ରୋ. ଗୌରପ୍ରିୟା ଦାଶ ସାଂପ୍ରତିକ ପରିସ୍ଥିତିରେ ଯୋଗର ଆବଶ୍ଯକତା

SPREAD YOUR LOVE WITH YOUR FRIENDS AND FAMILY

Leave a Reply