ପୁରୀ, ଶ୍ରୀମନ୍ଦିର ର ବରିଷ୍ଠ ସିଂହାରୀ ସେବକ ତଥା ଶିକ୍ଷକ ହରିହର କର ଙ୍କ ୭୪ ବର୍ଷ ବୟସରେ ପରଲୋକ ଘଟିଛି| ସେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲ ରେ ଚିକିତ୍ସାଧୀନ ଥିଲେ |ସେ ଦୀର୍ଘ ୬0 ବର୍ଷ ରୁ ଉର୍ଦ୍ଧ ଦିନ ଧରି ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ସେବାରେ ନିଜକୁ ସମର୍ପିତ କରିଥିଲେ |ତାଙ୍କ ସମର୍ପିତ ସେବାର ଅନ୍ତ ଘଟିଛି ବୋଲି ଅନେକଙ୍କ ମତ |ତାଙ୍କ ବିୟୋଗ ଶ୍ରୀମନ୍ଦିର ସେବାୟତ ସମାଜ ତଥା ସିଂହାରୀ ସେବକ ମାନଙ୍କ ପାଇଁ ଅପୂରଣୀୟ କ୍ଷତି |ସେ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ବିଭିନ୍ନ ବେଶ ଯଥା ରାଜ ରାଜେଶ୍ୱର ବେଶ, ଲକ୍ଷ୍ମୀ ନାରାୟଣ ବେଶ, ରଘୁନାଥ ବେଶ, ନାଗାର୍ଜୁନ ବେଶ ଭଳି ଦୁର୍ଲ୍ଲଭ ବେଶରେ ନିଜକୁ ନିୟୋଜିତ କରିବା ସହିତ କନିଷ୍ଠ ଙ୍କୁ ମହାପ୍ରଭୁ ଙ୍କ ବେଶ ତଥା ସିଂହାର ସେବା କରିବାରେ ମାର୍ଗଦର୍ଶନ କରୁଥିଲେ|

ସିଂହାରୀ ହରି ହର ଜଣେ ଧର୍ମ ପରାୟଣ ପୁରୁଷ ଭାବେ ପୁରୀ ତଥା ଓଡିଶାରେ ପରିଚିତ ଥିଲେ |ଏଥି ସହିତ ସେ ବିଭିନ୍ନ ସଂଗଠନ ଗଠନ କରିଵା ସହିତ ବିଭିନ୍ନ ସଂଗଠନ ମାଧ୍ୟମରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ସଂସ୍କୃତି ର ପ୍ରଚାର ପ୍ରସାର ରେ ନିଜକୁ ନିୟୋଜିତ କରିଥିଲେ| ହରିହର ଙ୍କୁ ପୁରୀ ବାସେଳୀ ସାହି ସ୍ଥିତ ନିଜସ୍ୱ ବାସ ଭବନରୁ ଶୋଭାଯାତ୍ରାରେ ନେଇ ସ୍ୱର୍ଗଦ୍ୱାର ନିଆଯାଇଥିଲା | ସେଠାରେ ଏକମାତ୍ର ପୁଅ ଦୀନବନ୍ଧୁ ସିଂହାରୀ ମୁଖାଗ୍ନି ଦେଇଥିଲେ| |ଶେଷକୃତ୍ୟରେ ନିଜ ପରିବାର ସଦସ୍ୟ, ସମ୍ପର୍କୀୟ ଙ୍କ ସମେତ ବରିଷ୍ଠ ସିଂହାରି ସେବକ ତଥା ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମଧୁସୂଦନ ସିଂହାରି, ପୁରୀ ସହରର ଅନେକ ସାଧୁ ସନ୍ଥ, ମହନ୍ତ, ବୁଦ୍ଧିଜୀବୀ, ସମାଜସେବୀ ମାନେ ସ୍ୱର୍ଗଦ୍ୱାର ପହଞ୍ଚି ରେ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ଅମର ଆତ୍ମାର ସଦଗତି କାମନା କରିଥିଲେ |










