Home / ମୁଖ୍ୟ ଖବର / ସାକ୍ଷୀଗୋପାଳ ସତ୍ୟବାଦୀ ସଂଗୀତ ମହାବିଦ୍ୟାଳୟର ୪୯ତମ ବାର୍ଷିକ ସଙ୍ଗୀତ ଓ ନୃତ୍ୟ ମହୋତ୍ସବ ପାଳିତ

ସାକ୍ଷୀଗୋପାଳ ସତ୍ୟବାଦୀ ସଂଗୀତ ମହାବିଦ୍ୟାଳୟର ୪୯ତମ ବାର୍ଷିକ ସଙ୍ଗୀତ ଓ ନୃତ୍ୟ ମହୋତ୍ସବ ପାଳିତ

ସାକ୍ଷୀଗୋପାଳ:୨୫/୪/୨୦୨୬ – ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ପଞ୍ଚସଖା ପଡ଼ିଆରେ, ସାକ୍ଷୀଗୋପାଳ ସତ୍ୟବାଦୀ ସଂଗୀତ ମହାବିଦ୍ୟାଳୟ ପାଳନ କରୁଛି, ତାର ୪୯ତମ ବାର୍ଷିକ ସଙ୍ଗୀତ ଓ ନୃତ୍ୟ ମହୋତ୍ସବ। ୨ ଦିନ ଧରି ପାଳିତ ହେଉଥିବା ଏହି ଉତ୍ସବରେ ଯାଜପୁରର ଜିଲ୍ଲାପାଳ ଶ୍ରୀଯୁକ୍ତ ଅମ୍ବର କୁମାର କର , ସମାଜସେବୀ ଶ୍ରୀଯୁକ୍ତ ନିଶିକାନ୍ତ ମିଶ୍ର, ଓଡିଶୀ ନୃତ୍ୟ ଗୁରୁ ଶ୍ରୀଯୁକ୍ତ ରତିକାନ୍ତ ମହାପାତ୍ର ଓ ସତ୍ଯବାଦୀ ମହୋତ୍ସବର ସମ୍ପାଦକ ତଥା ଜୟପୁର ପଞ୍ଚାୟତ ର ସମିତି ସଭ୍ୟ ଶ୍ରୀଯୁକ୍ତ ଦୀପକ ଶତପଥୀ, ଅନୁଷ୍ଠାନ ର ସଭାପତି ଶ୍ରୀଯୁକ୍ତ ଦୁର୍ଗା ପ୍ରସାଦ ମହାପାତ୍ର, ସମ୍ପାଦକ ଶ୍ରୀଯୁକ୍ତ ବଦ୍ରିନାରାୟଣ ଖୁଣ୍ଟିଆ ଯୋଗ ଦେଇ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଓ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ।

କାର୍ଯକ୍ରମ ର ଆରମ୍ଭରେ ସତ୍ୟବାଦୀ ସଂଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଗୁରୁ ଶ୍ରୀଯୁକ୍ତ ବୈକୁଣ୍ଠ ସେଠୀ ଙ୍କ ନିର୍ଦେଶନାରେ ବୃନ୍ଦ ତବ୍ଲାବାଦନ କରିଥିଲେ। ଶିଶୁ କଳାକାରଙ୍କ ସୁନ୍ଦର ପ୍ରତିଭା ଦର୍ଶକଙ୍କୁ ବେଶ ଆନନ୍ଦ ଦେଇଥିଲା ।

ପରେ ପରେ ଗୁରୁ ଶ୍ରୀଯୁକ୍ତ ଅଶୋକ କୁମାର ସାହୁ ଙ୍କ ନିର୍ଦେଶନାରେ ଏବଂ ସଂଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ପରିବେଷିତ ହୋଇଥିଲା ବୃନ୍ଦ ଓଡିଶୀ ଗାୟନ । । ଏବଂ ପରେ ପରେ ଭାରତ ସରକାରଙ୍କ ଦ୍ବାରା ବିସ୍ମିଲା ଖାନ ସମ୍ମାନରେ ସମ୍ମାନିତ କଳାକାର ଶ୍ରୀଯୁକ୍ତ ରୂପକ କୁମାର ପରିଡା ଏକକ ଓଡିଶୀ ସଙ୍ଗୀତ ଗାୟନ ପରିବେଷଣ କରିଥିଲେ । ତତ୍ପରେ ବିସ୍ମିଲା ଖାନ ସମ୍ମାନରେ ସମ୍ମାନିତ ନୃତ୍ୟ ଶିଳ୍ପୀ ତଥା ଓଡିଶୀ ନୃତ୍ୟଗୁରୁ ଶ୍ରୀଯୁକ୍ତ ରତିକାନ୍ତ ମହାପାତ୍ର ଙ୍କ ଶିଷ୍ୟା ଶ୍ରୀମତୀ ରାଜଶ୍ରୀ ପ୍ରହରାଜ ପରିବେଷଣ କରିଥିଲେ ଏକକ ଓଡିଶୀ ନୃତ୍ୟ, ଯାହାକି ଦର୍ଶକଙ୍କ ମନରେ ଉଲ୍ଲାସ ଭରି ଦେଇଥିଲା ।

ପରେ ପରେ ଗୁରୁ ଲିଙ୍ଗରାଜ ସ୍ବାଇଁଙ୍କ ନିର୍ଦେଶିତ ଏବଂ ଗୁରୁ ଶ୍ରୀଯୁକ୍ତ ସୁକାନ୍ତ କୁଣ୍ଡୁ ଙ୍କ ସଙ୍ଗୀତ ସଂଯୋଜଯନା ରେ , ଗୁରୁ ଲିଙ୍ଗରାଜ ସ୍ବାଇଁଙ୍କ ଶିଷ୍ୟ ଏବଂ ଶିଷ୍ୟା ତଥା ସତ୍ୟବାଦୀ ସଂଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ପରିବେଷଣ କରାଯାଇଥିଲା ବୃନ୍ଦ ଓଡିଶୀ ନୃତ୍ୟ । ବାଦ୍ୟ ସରଞ୍ଚନା କରିଥିଲେ ଗୁରୁ ଧନେଶ୍ଵର ସ୍ବାଇଁ ।

ଏହି ମହୋତ୍ସବର ଅନ୍ୟ ଏକ ଆକର୍ଷଣ ଥିଲା ପାରମ୍ପରିକ ପ୍ରଦର୍ଶନ କଳା, ଚାରୁକଳା ଏବଂ ସମ୍ବଲପୁରୀ ନୃତ୍ୟ। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଅତିଥି ମାନଙ୍କୁ ଉପଢୌକନ, ପୁଷ୍ପମାଲ୍ୟ ସହିତ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରଫେସର ବୃନ୍ଦାବନ ରଥ, ଆର୍ତ୍ତତ୍ରାଣ ମିଶ୍ର, ସାମ୍ବାଦିକ ବିଶ୍ବଜିତ ମହାନ୍ତି, ଅମର ଶତପଥୀ, ପ୍ରଶାନ୍ତ କୁମାର ବାରିକ, କୌଶିକ ମହାପାତ୍ର ପ୍ରମୁଖଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆଇନଜୀବୀ ଅଞ୍ଜନ କୁମାର ହୋତା ମଞ୍ଚ ସଂଯୋଜନା କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply