Home / ମୁଖ୍ୟ ଖବର / ଡେଲାଙ୍ଗ ଓ ପିପିଲି ଥାନା ଦ୍ୱାରା ୩ ନାବାଳିକା ଓ ନାବାଳକ ଉଦ୍ଧାର

ଡେଲାଙ୍ଗ ଓ ପିପିଲି ଥାନା ଦ୍ୱାରା ୩ ନାବାଳିକା ଓ ନାବାଳକ ଉଦ୍ଧାର

portalnewsthumbnail

ପିପିଲି: ୮/୧୧/୨୦୨୫ – ପିପିଲି ଥାନାରେ କେଶ ନ 685, ତା. 07.11.2025, ଧାରା– 137(2) BNS ଅନୁସାରେ ଅଭିଯୋଗ ରଜିଷ୍ଟ୍ର ହୋଇଥିଲା। ଅଭିଯୋଗକାରୀ ପ୍ରସନ୍ନ କୁମାର ପ୍ରଧାନ (47) ଗାଁ– ନିର୍ମଳ, ଥାନା ପିପିଲି, ଅଭିଯୋଗକାରୀ ପିପିଲି ଥାନାରେ ଆସି ଲିଖିତ ଅଭିଯୋଗ ଦେଇଥିଲେ ଯେ, ସେ ଗତ ଦୁଇ ବର୍ଷ ଧରି ନିର୍ମଳ ଗାଁର ଫାର୍ମହାଉସରେ କାମ କରୁଥିବା ସହ ତାଙ୍କ ଗ୍ରାମରେ ରହୁଥିଲେ। ତାଙ୍କ ନାବାଳିକା ଝିଅ (ବୟସ– 15) ତା. 06.11.2025 ଦିନ ସନ୍ଧ୍ୟା 5ଟାରେ ଟ୍ୟୁସନ୍ ପଢିବାକୁ ଯାଇ ରାତି 9.30 ପର୍ଯ୍ୟନ୍ତ ଫେରିନଥିଲେ। ସମସ୍ତ ସ୍ଥାନରେ ଖୋଜିଲେ ମଧ୍ୟ ମିଳିନଥିଲେ। ପରେ ସେ ଜାଣିଥିଲେ ଯେ ଗାଁର ପ୍ରଶାନ୍ତ ବେହେରା @ ହ୍ୟାପି ତାଙ୍କ କନ୍ୟାକୁ ଅପହରଣ କରିଛି। ଅଭିଯୁକ୍ତ ପ୍ରଶାନ୍ତ ବେହେରା @ ହ୍ୟାପି, ପିତା– ଭୀମ ବେହେରା, ଗ୍ରାମ ନିର୍ମଳ, ଥାନା ପିପିଲି ଏହି ଅଭିଯୋଗ ଉପରେ ପିପିଲି ପୁଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା ଏବଂ ଏକ ପୁଲିସ ଟିମ୍ ପ୍ରୟାସରେ ମାତ୍ର 24 ଘଣ୍ଟା ମଧ୍ୟରେ ନାବାଳିକା କୁ ଉଦ୍ଧାର କରି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ଅନ୍ୟ ଦୁଇଟି କେଶ ରେ ଦୁଇଟି ନାବାଳକ ଉଦ୍ଧାର ଡେଲାଙ୍ଗ ଥାନ ଦ୍ୱାରା କରାଯାଇଛି।
ପ୍ରଥମ ଘଟଣା (19), ପିତା– ଆଦେଇତ ପ୍ରଧାନ, ଗାଁ– କଳ୍ୟାଣପୁର, ଥାନା ଡେଲାଙ୍ଗ, ଜିଲ୍ଲା– ପୁରୀ।
କେଶ ନ 420/25, ତା. 01.11.2025।
ଉଦ୍ଧାର ତା. 07.11.2025।

ଦ୍ୱିତୀୟ କେଶ* (14), ପିତା– ପ୍ରକାଶ ଚନ୍ଦ୍ର ନାୟକ, ଗାଁ– ମାଛପଡା, ଥାନା ଡେଲାଙ୍ଗ, ଜିଲ୍ଲା– ପୁରୀ।ମାମଲା ସଂଖ୍ୟା– 425/25, ତା. 07.11.2025।
ଉଦ୍ଧାର ତା. 07.11.2025।
ପୁରୀ ପୁଲିସ ଦ୍ୱାରା ଜଣେ ନାବାଳିକା ଓ ଦୁଇଜଣ ନାବାଳକ ସଫଳତାର ସହ ଉଦ୍ଧାର କରି ପରିବାରଙ୍କ ଜିମ୍ମାରେ ଦିଆଯାଇଛି। ଅଭିଯୁକ୍ତମାନଙ୍କ ବିରୋଧରେ ଆଗାମୀ ଆଇନି ପଦକ୍ଷେପ ଗ୍ରହଣ କରାଯାଇଛି। ପୁରୀ ପୁଲିସ ସଦା ନାବାଳିକା ସୁରକ୍ଷା ଏବଂ ନାରୀ ସୁରକ୍ଷା ପାଇଁ ପ୍ରତିବଦ୍ଧ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply