Home / ମୁଖ୍ୟ ଖବର / ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପିଲା ମାନଙ୍କୁ ନେଇ ଏକ ଦିବସୀୟ କ୍ୟାରିୟର ପରାମର୍ଶ କର୍ମଶାଳା ଅନୁଷ୍ଠିତ ।

ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପିଲା ମାନଙ୍କୁ ନେଇ ଏକ ଦିବସୀୟ କ୍ୟାରିୟର ପରାମର୍ଶ କର୍ମଶାଳା ଅନୁଷ୍ଠିତ ।

ନୟାଗଡ଼,ତା-୩.୬.୨୬ରିଖ- ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ-ନୟାଗଡ ଜିଲାପାଳଙ୍କ ସଦଭାବନା ସଭାଗୃହରେ ଶିଶୁ ଯତ୍ନ ଆବଶ୍ୟକ କରୁଥିବା ଶିଶୁମାନେ ତଥା ପୃଷ୍ଠପୋଷକତା, ଆଶୀର୍ବାଦ, ଯଶୋଦା ଏବଂ ଆନୁଷ୍ଠାନିକ ଯତ୍ନରେ ସ୍ଥାନିତ ଥିବା ଦଶମ ଏବଂ ଦ୍ୱାଦଶ ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିବା ଶିଶୁ ମାନଙ୍କୁ ନେଇ ସେମାନଙ୍କର ଭବିଷ୍ୟତର ଲକ୍ଷ୍ୟ ସାଧିତ ହେବା ଦିଗରେ ଏକ କ୍ୟାରିୟର କାଉନସେଲିଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।ଏଥିରେ ମୁଖ୍ୟ ଅତିଥି ଭାବରେ ନୟାଗଡ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ରୋଜିନା ଦାସ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ସିବିୟାନ ପ୍ରଧାନ, ଅନୁଷ୍ଠାନିକ ଶିଶୁ ଯତ୍ନ ଅଧିକାରୀ ସତ୍ୟ ରଞ୍ଜନ ଦାସ, ଅଣଆନୁଷ୍ଠାନିକ ଶିଶୁ ଯତ୍ନ ଅଧିକାରିଣୀ ଶୈଳବାଳା ଦାସ ଯୋଗ

ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଇଣ୍ଡିଆନ ଇନଷ୍ଟୀଚୁଏଡ ଅଫ ହୋଟେଲ ମ୍ୟାନେଜେମେଣ୍ଟର ଅଧ୍ୟକ୍ଷା ଶ୍ରୀମତୀ ସାରଦା ଘୋଷ, ନୟାଗଡ ଆଇ ଟି ଆଇ ର ଅଧ୍ୟାପକ ଓ ସହକର୍ମୀ ମାନେ ଯୋଗ ଦେଇଥିଲେ । ବିଷୟ ବିଶାରଦ ଭାବରେ ସଂଯୋଗର ନିର୍ଦ୍ଦେଶକ ପ୍ରଶାନ୍ତ ପାଲଟା ସିଂ ଶିଶୁମାନେ କିଭଳି ଭାବରେ ସେମାନଙ୍କର ଜୀବନର ଲକ୍ଷ୍ୟ ସ୍ଥିର କରିବେ ଏବଂ ଲକ୍ଷ୍ୟ ହାସଲ କରିବା ଦିଗରେ ସେମାନଙ୍କର ପ୍ରସ୍ତୁତି କଣ ରହିବ ତତ ସହିତ ବିଭିନ୍ନ ପ୍ରକାର କ୍ୟାରିୟର ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ ଶିଶୁମାନେ ଜୀବନର ଲକ୍ଷ୍ୟ ସାଧନ କରିବାକୁ ହେଲେ, ପ୍ରତ୍ୟେକ ଦିନ ଦେଶ ବିଦେଶର ଖବର ଜାଣିବା ପାଇଁ ଖବର କାଗଜ ପଢିବାକୁ ଉପଦେଶ ଦେଇଥିଲେ ଏବଂ ସେମାନଙ୍କର ଜ୍ଞାନ କୌଶଳକୁ ଆପଣେଇବାକୁ ପଡିବ ବୋଲି କହିଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ରୋଜିନା ଦାସ ସାଧାରଣ ଶିକ୍ଷା ବଦଳରେ କୌଶଳ ଭିତ୍ତିକ ଶିକ୍ଷାକୁ ଆପଣେଇବାକୁ ଉଦବୋଧନ ଦେଇଥିଲେ। ଶିଶୁ ଆନୁଷ୍ଠାନିକ ଯତ୍ନ ଅଧିକାରୀ ଶ୍ରୀଯୁକ୍ତ ସତ୍ୟ ରଞ୍ଜନ ଦାସ ସଭା ପରିଚାଳନା କରିବା ସଙ୍ଗେ ସଙ୍ଗେ କୌଶଳ ଭିତ୍ତିକ ଶିକ୍ଷା ଚୟନ କରିବାରେ ପିଲାମାନଙ୍କୁ ସହଯୋଗ କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମଧ୍ୟ ତାଲିମ ପ୍ରାପ୍ତ ଶିକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ। ଅଣ ଆନୁଷ୍ଠାନିକ ଯତ୍ନ ଅଧିକାରିଣୀ ଶ୍ରୀମତୀ ଶୈଳବାଳା ଦାସ ପରିଶେଷରେ ଧନ୍ୟବାଦ ଜ୍ଞାପନ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply