Home / ମୁଖ୍ୟ ଖବର / ଶିଶୁ ବିଦ୍ୟାମନ୍ଦିର ପରିସରରେ ଆଧାରସ୍ତର ଭାଗ – ୧ “ମାତୃକର୍ମଶାଳା” ଉତ୍ସବ ଅନୁଷ୍ଠିତ

ଶିଶୁ ବିଦ୍ୟାମନ୍ଦିର ପରିସରରେ ଆଧାରସ୍ତର ଭାଗ – ୧ “ମାତୃକର୍ମଶାଳା” ଉତ୍ସବ ଅନୁଷ୍ଠିତ

whatsapp image 2025 11 09 at 19.41.19 fdf44f6f

ପୁରୀ: ୯/୧୧/୨୦୨୫ – ଅଦ୍ୟ ତା ୦୯.୧୧.୨୫ ରିଖ ରବିବାର ପ୍ରାତଃ ୯ ଘଟିକା ସମୟରେ ସ୍ଥାନୀୟ ହରଚଣ୍ଡୀ ସାହି ସ୍ଥିତ ସରସତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଆଧାରସ୍ତର ଭାଗ – ୧ “ମାତୃକର୍ମଶାଳା” ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ପରିଚାଳନା ସମିତିର ଉପସଭାପତି ଶ୍ରୀମତୀ ସର୍ୟଲତା ଦାସ ପଦୀପ ପ୍ରଜ୍ଜଳନ ପୂର୍ବକ ଉତ୍ସବକୁ ଆଗେଇ ନେଇଥିବାବେଳେ ବିଦ୍ୟାଳୟର ସହ ସମ୍ପାଦିକା ଶ୍ରୀମତୀ ମମତା ରାଣୀ ସାହୁ . ଶିକ୍ଷାବିକାଶ ସମିତିଙ୍କ ପୁରୀ ଜିଲ୍ଲା ସହ ପ୍ରମୁଖ ଶୀଯୁକ୍ତ ଦୀନବନ୍ଧୁ ତ୍ରିପାଠୀ, ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ନନ୍ଦ ଏବଂ ଶିଶୁବାଟିକ ସଂକୁଳ ପ୍ରମୁଖ ଶ୍ରୀମତୀ ରିନାରାଣୀ ରାଉତରାୟ ପ୍ରମୁଖ ଯୋଗଦାନ କରିଥିଲେ । ବିଦ୍ୟାଳୟର ଶିଶୁବାଟିକା ପ୍ରମୁଖ ଶ୍ରୀମତୀ ମମତା ମିଶ୍ର ଅତିଥୁ ପରିଚୟ ପ୍ରଦାନ କରିଥିଲେ । ଶିଶୁମାନଙ୍କୁ ଗଢି ତୋଳିବାରେ ମାଆ ମାନଙ୍କର ଭୂମିକା ଯେ କେତେ ଗୁରୁତ୍ଵପୂର୍ଣ ସେ ସମ୍ବନ୍ଧରେ ଶ୍ରୀମତୀ ରାଉତରାୟ ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ଶିଶୁମାନଙ୍କୁ କିପରି ଗଢିବେ ସେ ବିଷୟରେ ମାଆ ମାନଙ୍କୁ ଶିକ୍ଷାଦାନ କରାଯାଇଥିଲା ପରେ ପରେ ମାଆ ମାନଙ୍କ ମଧ୍ୟରେ ଝୋଟି ମୁରୁଜ, ସଂଗୀତ ପ୍ରଧାବନ ଓ ସନ୍ତୁଳ ଦୌଡ ଆଦି ପ୍ରତିଯୋଗିତା କରାଯାଇ କୃତୀ ମାଆ ମାନଙ୍କୁ ଅତିଥଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟା ତଥା ଶୈକ୍ଷିକ ପ୍ରମୁଖ ଶ୍ରୀମତୀ କଳ୍ପଲତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply