Home / ମୁଖ୍ୟ ଖବର / ଶ୍ରୀକ୍ଷେତ୍ର ପରିକ୍ରମା ଓ ନାଗା ଉପାସନା ଆଲୋଚନା ଚକ୍ର

ଶ୍ରୀକ୍ଷେତ୍ର ପରିକ୍ରମା ଓ ନାଗା ଉପାସନା ଆଲୋଚନା ଚକ୍ର

whatsapp image 2025 11 09 at 20.58.58 f4f99106

ପୁରୀ : ତା୯/୧୧/୨୦୨୫ – ଅନ୍ନପୂର୍ଣ୍ଣା ଚାରିଟେବୁଲ ଟ୍ରଷ୍ଟ,ପୁରୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର ମିଳିତ ସହଯୋଗ ରେ ଶ୍ରୀକ୍ଷେତ୍ର ପୁରୀ ଠାରେ ଶ୍ରୀକ୍ଷେତ୍ର ପରିକ୍ରମା ଓ ନାଗା ଉପାସନା ଆଲୋଚନା ଚକ୍ର ଓ କବିତା ପାଠ ଉତ୍ସବଅନୁଷ୍ଠିତ ହୋଇ ଯାଇଅଛି।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ (ଓଡ଼ିଆ ଭାଷା ସାହିତ୍ୟ ବିଭାଗ ର ପ୍ରଧ୍ୟାପିକା ତଥା ଅଧ୍ୟକ୍ଷ। ସୁରଜମଲ୍ଲ ,) ମୁଖ୍ୟ ବକ୍ତା ଭାବେ ବେଦକର୍ମକାଣ୍ଡ ମହାବିଦ୍ୟାଳୟ ଅଧ୍ୟକ୍ଷା ଡକ୍ଟର ହରପ୍ରିୟା ଦାସ, ସମ୍ମାନିତ ଅତିଥି ପଣ୍ଡିତ ହରିଶଙ୍କର ମିଶ୍ର ଓ ତରୁଣ କବି ଦାମୋଦର ପରିଡ଼ା ଙ୍କ ସଭାପତିତ୍ବରେ ଅନୁଷ୍ଟିତ ହୋଇଥିଲା। ସଭାକାର୍ଯ୍ୟ ପ୍ରାରମ୍ଭରେ ଅନ୍ନପୂର୍ଣ୍ଣା ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଡକ୍ଟର ପ୍ରମୋଦ କୁମାର ଆଚାର୍ଯ୍ୟ ଅତିଥି ମାନଙ୍କ ପରିଚୟ ଓ ସ୍ବାଗତ ଭାଷଣ ଦେଇଥିଲେ।

whatsapp image 2025 11 09 at 20.58.59 cefc510e

ପରମ୍ପରା ଓ ସଂସ୍କୃତି କୁ ଆଧାର କରି ହରିଶଙ୍କର ମିଶ୍ର, ବିଭୁ ଦତ୍ତ ମିଶ୍ର, ଡାକ୍ତର ନାରାୟଣ ପତି, କବି ବିପିନ ଦଳାଇ,କବି ସୁରେଶ କୁମାର ପଟ୍ଟନାୟକ,ବରିଷ୍ଟ ସେବାୟତ ଦୋଳଗୋବିନ୍ଦ ପଣ୍ଡା, ରାଧାକାନ୍ତ ବାରିକ,ଅଧ୍ୟାପକ ଅଶୋକ କୁମାର ମିଶ୍ର,ଡକ୍ଟର ସସ୍ମିତା ମିଶ୍ର, କବୟିତ୍ରୀ ଶୈଳବାଳା ମହାପାତ୍ର,ଆଶାଲତା ପ୍ରଧାନ ,ଅଂଶ ଗ୍ରହଣ କରି ତାଙ୍କ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ଏକ ଆଧ୍ୟାତ୍ମିକ କବିତା ଆସର ଅନୁଷ୍ଟିତ ହୋଇଥିଲା।କବି ମାନଙ୍କ ମଧ୍ୟରେ ଲଳିତ ବେହେରା, ଅର୍ଜୁନ ପରମ ଗୁରୁ, ଭଗବାନ ପଢ଼ି,ଶାନ୍ତିଲତା ପ୍ରଧାନ,ଗାୟତ୍ରୀ ମିଶ୍ର,ଲକ୍ଷ୍ମୀ ପ୍ରିୟା ବାରିକ, ସୁକାନ୍ତ କୁମାର ମୁରୁଡ଼ି, ଭାସ୍କର ଦାସ, ଜିନୁ ଜେନା ତପନ ଆଚାର୍ଯ୍ୟ, ମାଳତୀ , କୃଷ୍ଣ ମହାପାତ୍ର, ମିର ମହାନ୍ତି, କଳ୍ପନା ମିଶ୍ର ଓ ମହେନ୍ଦ୍ର ମିଶ୍ର ଙ୍କ ସଂଯୋଜନାରେ ସୁନ୍ଦର ଭାବେ ପରିଚାଳନା ହୋଇଥିଲା।
ସନ୍ତୋଷ କୁମାର ଖୁଣ୍ଟିଆ, ଓ ଭାଗବନ ପାଢ଼ୀ ଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ମଙ୍ଗଳା ଚରଣ , ଭଜନ ପରିବେଷଣ ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply