ପୁରୀ: ୨୨.୧୦.୨୦୨୫ନି:ପ୍ର – ଶ୍ରୀଜଗନ୍ନାଥ ମନ୍ଦିରର ସୁରକ୍ଷା ବିଭାଗ ପକ୍ଷରୁ ଏକ ଲିଖିତ ଅଭିଯୋଗ ଦାଖଲ ହୋଇଥିଲା ଯେ, “Shreeprasad.org” ନାମକ ଏକ ଅବୈଧ website ଶ୍ରୀଜଗନ୍ନାଥ ମହାପ୍ରସାଦର ଅନଲାଇନ୍ ବୁକିଂ ଓ ବିକ୍ରୟ ସମ୍ପର୍କୀୟ ଭ୍ରାନ୍ତିକର ସୂଚନା ଦେଇ ଭକ୍ତମାନଙ୍କୁ ପ୍ରେରିତ କରୁଥିଲା। ଉକ୍ତ ୱେବସାଇଟ୍ରେ ଶ୍ରୀମନ୍ଦିର ଓ ମହାପ୍ରସାଦର ଛବି ସହିତ ପ୍ରସାଦ ର ମୂଲ୍ୟ ଉଲ୍ଲେଖିତ ହୋଇଥିଲା, ଯାହା ଭକ୍ତମାନଙ୍କ ମନରେ ଭ୍ରାନ୍ତି ଓ ଭୁଲ ଧାରଣା ସୃଷ୍ଟି କରୁଥିଲା। ଏହି କାର୍ଯ୍ୟ ଭକ୍ତମାନଙ୍କ ଧାର୍ମିକ ଭାବନାକୁ ଆଘାତ କରି, ଶ୍ରୀଜଗନ୍ନାଥ ମନ୍ଦିରର ପବିତ୍ରତା ଓ ଖ୍ୟାତିକୁ ହାନି କରୁଥିଲା। ଏହା ସମ୍ପର୍କରେ ସାଇବର ପୋଲିସ ଥାନା, ପୁରୀରେ ମାମଲା ରଜିଷ୍ଟର ହୋଇଛି, ମାମଲା ନମ୍ବର – 26, ତାରିଖ – 22.10.2025
ଧାରା – 299/318(2)/318(4)/319(2)/336(2)/336(3)/336(4)/340(2)/356(2) r/w 3(5) BNS ଓ 66(C)/66(D) IT ଆଇନ। ଧାରା ଅନୁସାରେ କେଶ ହୋଇଥିଲା। ଉକ୍ତ ମାମଲାର ତୁରନ୍ତ ତଦନ୍ତ ଆଇ.ଆଇ.ସି., ସାଇବର ପୋଲିସ ଥାନା କୁ ପୁରୀ ଏସ୍ପି ଶ୍ରୀ ପ୍ରତୀକ ସିଂ ନିର୍ଦେଶ ଦେଇଥିଲେ, ତଦନ୍ତ ସମୟରେ SDR ଓ CDR ର ବିଶ୍ଳେଷଣ ପରେ ଜଣାପଡିଲା ଯେ ଉକ୍ତ ୱେବସାଇଟ୍ ଟି ଦିସ୍ପୋଜା ପଟ୍ଟନାୟକ (34), ପିତା- ଦିଲୀପ କୁମାର ପଟ୍ଟନାୟକ, ଗ୍ରାମ- ଜୟବାଡ଼, ଥାନା- ଜଗତସିଂହପୁର, ଜିଲ୍ଲା- ଜଗତସିଂହପୁରଙ୍କ ନାମରେ ରହିଛି। ପରବର୍ତ୍ତୀ ଟେକ୍ନିକାଲ୍ ବିଶ୍ଳେଷଣ ଓ ମୋବାଇଲ୍ ଲୋକେସନ୍ ଟ୍ରାକିଂ ମାଧ୍ୟମରେ ଜଣାଗଲା ଯେ ଉକ୍ତ ଅଭିଯୁକ୍ତ ଭୁବନେଶ୍ୱରରେ ରିଅଲ୍ ଇଷ୍ଟେଟ୍ ବ୍ୟବସାୟ କରୁଥିବା ସହିତ “Homznoffiz India Pvt. Ltd.” ନାମକ ଫର୍ମର ମାଲିକ, ଯାହା 7th Floor, OU-713, Nexus Esplanade Mall, ରସୁଲଗଡ଼, ଭୁବନେଶ୍ୱର ଠାରେ ଅବସ୍ଥିତ। ଏହି ସତ୍ୟ ଆଧାରରେ 08.11.2025 ସନ୍ଧ୍ୟାରେ ଭୁବନେଶ୍ୱରରେ ଏକ ଚଢ଼ାଉ କରାଯାଇଥିଲା ଓ ଉକ୍ତ ଦିସ୍ପୋଜା ପଟ୍ଟନାୟକଙ୍କୁ ଗିରଫ କରାଯାଇଥିଲା। ଆଇନସମ୍ମତ ସମସ୍ତ ପଦକ୍ଷେପ ଗ୍ରହଣ ପରେ ଅଭିଯୁକ୍ତଙ୍କୁ ଆଦାଲତକୁ ପଠାଯାଇଥିଲା। ଉକ୍ତ ଭୁଲ ୱେବସାଇଟ୍ ସହ ଜଡିତ ଅନ୍ୟ ଲୋକଙ୍କ ସଂପୃକ୍ତି ଓ ଆର୍ଥିକ ଲେନଦେନ ସମ୍ପର୍କରେ ତଦନ୍ତ ଚାଲିଛି।
ଶ୍ରୀଜଗନ୍ନାଥ ମନ୍ଦିରର ସୁରକ୍ଷା ବିଭାଗ ପକ୍ଷରୁ ଶ୍ରୀଜଗନ୍ନାଥ ମହାପ୍ରସାଦର ଅନଲାଇନ୍ ବୁକିଂ ଓ ବିକ୍ରୟ କୁ ନେଇ ଅଭିଯୋଗ ଦାଖଲ











