ପୁରୀ: ୧୦ /୧୧/୨୦୨୫ – ଦିଲ୍ଲୀର ଲାଲ କିଲ୍ଲା ନିକଟରେ ସୋମବାର ସନ୍ଧ୍ୟା ସମୟରେ ଘଟିଥିବା ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ବଢି ୧୦ରେ ପହଞ୍ଚିଛି। ଏହି ଘଟଣାରେ ୨୪ ଜଣ ଆହତ ହୋଇଥିବା ସୂଚନା ମିଳିଛି ଏବଂ ସେମାନଙ୍କୁ ତୁରନ୍ତ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଛି। ଘଟଣା ପରେ ଦିଲ୍ଲୀ, ହରିୟାଣା ଏବଂ ମୁମ୍ବଇରେ ସୁରକ୍ଷା ବଢାଇ ହାଇ ଆଲର୍ଟ ଜାରି କରାଯାଇଛି। ସୂଚନା ଅନୁସାରେ, ପୁରୁଣା ଦିଲ୍ଲୀର ଲାଲ କିଲ୍ଲା ମେଟ୍ରୋ ଷ୍ଟେସନ୍ର ୧ ନମ୍ବର ଗେଟ ପାଖରେ ଥିବା ଗୋଟିଏ କାରରେ ଏହି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ପରେ ଆଉ ୩ଟି ଯାନରେ ନିଆଁ ଲାଗିଯାଇଥିଲା ଏବଂ ଆଖପାଖରେ ଥିବା ୨୦ରୁ ଅଧିକ ଯାନବାହନ କ୍ଷତିଗ୍ରସ୍ତ ହୋଇଛି।ଏପର୍ଯ୍ୟନ୍ତ ବିସ୍ଫୋରଣର କାରଣ କି ଏବଂ ଏହା ଆତଙ୍କୀ କାର୍ଯ୍ୟକଳାପ ନା କିଛି ଅନ୍ୟ କାରଣ, ତାହା ସ୍ପଷ୍ଟ ହୋଇନାହିଁ। ପୁଲିସ ଓ ତଦନ୍ତ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।
ଦିଲ୍ଲୀ ବିସ୍ଫୋରଣ ପରେ ହାଇଆଲର୍ଟରେ ପୁରୀ। ହାଇଆଲର୍ଟ ନେଇ ପୁରୀ ଏସ୍ପିଙ୍କ ସୂଚନା। ବେଳାଭୂମି, ସମୁଦ୍ରକୂଳ ଓ ବଡ଼ଦାଣ୍ଡରେ ହାଇଆଲର୍ଟ ଜାରି। ଶ୍ରୀମନ୍ଦିର ଚତୁଃପାର୍ଶ୍ବ, ରେଲେୱ ଷ୍ଟେସନ, ବସ୍ଷ୍ଟାଣ୍ଡରେ ହାଇଆଲର୍ଟ। ପାଟ୍ରୋଲିଂ ବୃଦ୍ଧି ସହ ସମସ୍ତ ଆଇଆଇସିଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ।










