Home / ମୁଖ୍ୟ ଖବର / ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ରେ ସଂସ୍କୃତ ସମ୍ଭାଷଣ ଶିବିର ଉଦଯାପିତ।

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ରେ ସଂସ୍କୃତ ସମ୍ଭାଷଣ ଶିବିର ଉଦଯାପିତ।

whatsapp image 2025 09 02 at 16.18.38 66d110c1

ନୟାଗଡ, ତା- ୨.୯.୨୫ରିଖ – ଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ- ନୟାଗଡ଼ — ସଂସ୍କୃତ ମାସ ପାଳନ ଅବସରରେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ଓ ଅଖିଳ ଭାରତ ଅମୃତବାଣୀ ସେବା ପ୍ରତିଷ୍ଠାନ, ବାଲେଶ୍ୱରର ମିଳିତ ସହଯୋଗରେ ବିଦ୍ଯାଳୟର ପଞ୍ଚମ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ଯୟନରତ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ୧୦ ଦିବସୀୟ ସଂସ୍କୃତ ସମ୍ଭାଷଣ ଶିବିରର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ବିଦ୍ଯାଳୟର ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଆୟୋଜିତ ଏହି ଉଦଯାପନୀ ସଭାରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ଯକ୍ଷ ପ୍ରଫେସର ହରପ୍ରସାଦ ମହାପାତ୍ର ଯୋଗଦେଇ ସଂସ୍କୃତ ଭାଷା ହେଉଛି ସମସ୍ତ ଭାଷାର ଜନନୀ ବୋଲି କହିବା ସହିତ ସକଳ ଜ୍ଞାନର ମୂଳ ହେଉଛି ବେଦ, ଏଣୁ ଏହି ବେଦକୁ ଜାଣିବା ପାଇଁ ହେଲେ ସଂସ୍କୃତ ଭାଷାରେ ଜ୍ଞାନ ଆହରଣ କରିବାକୁ ପଡିବ। କାରଣ ବେଦ ସଂସ୍କୃତ ଭାଷାରେ ଲିପିବଦ୍ଧ। ତେଣୁ ସଂସ୍କୃତ ଭାଷାକୁ ଆଦର କରିବା ଓ ବ୍ଯବହାର କରିବା

whatsapp image 2025 09 02 at 16.18.38 6fdc59e7

ଆମ ସମସ୍ତ ଭାରତୀୟ ମାନଙ୍କର ଧ୍ଯେୟ ହେବା ଆବଶ୍ଯକ ବୋଲି ଛାତ୍ରଛାତ୍ରୀ ମାନଙ୍କୁ ମାର୍ଗଦର୍ଶନ କରିଥିଲେ। ବିଶିଷ୍ଟ ଅତିଥି ଭାବେ ନୟାଗଡ଼ ପୌର ପରିଷଦର ଅଧ୍ଯକ୍ଷା ନିରୁପମା ଖଟେଇ ଯୋଗଦେଇ ସଂସ୍କୃତ ସମ୍ଭାଷଣ ଶିବିରର ଶିବିରାର୍ଥୀ ମାନଙ୍କର କୃତିତ୍ୱ ଦେଖି ବିମୋହିତ ହେବା ସହିତ ଛାତ୍ରଛାତ୍ରୀ ମାନଙ୍କର ସଂସ୍କୃତ ଭାଷାରେ ଭାଷଣ, ଗୀତ ଓ ନାଟକ ପରିବେଷଣ ପାଇଁ ପ୍ରଶିକ୍ଷକଙ୍କୁ ସାଧୁବାଦ ଜଣାଇଥିଲେ। ସମ୍ମାନିତ ଅତିଥି ଭାବେ ନୟାଗଡ଼ ଜିଲ୍ଲା ଶିକ୍ଷା କାର୍ଯ୍ଯାଳୟର କ୍ରୀଡା ଅଧିକାରୀ ଅନିଲ୍ କୁମାର ଦାଶ ଯୋଗଦେଇ ଥିଲା ବେଳେ ଅଖିଳ ଭାରତ ଅମୃତବାଣୀ ସେବା ପ୍ରତିଷ୍ଠାନ, ବାଲେଶ୍ଵରର ରାଷ୍ଟ୍ରୀୟ ମହାସଚିବ ଜୟପ୍ରକାଶ ଶାସ୍ତ୍ରୀ ପ୍ରଶିକ୍ଷକ ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଦେଇଥିବା ସଂସ୍କୃତ ଭାଷା ଶିକ୍ଷା ବିଷୟରେ ଅଭିମତ ପ୍ରକାଶ କରିଥିଲେ। ଲଡୁକେଶ ଆଞ୍ଚଳିକ ଉଚ୍ଚ ମାଧ୍ଯମିକ ବିଦ୍ଯାଳୟର ସଂସ୍କୃତ ଅଧ୍ଯାପକ ଡକ୍ଟର ସନ୍ତୋଷ କୁମାର ସାହୁ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲା ବେଳେ ଖଳିସାହି ଉଚ୍ଚ ବିଦ୍ଯାଳୟର ଶିକ୍ଷକ ତଥା ସଂସ୍କୃତ ଭାଷା ପ୍ରଚାରକ ଗୋସ୍ୱାମୀ ଦାଶ ସଂସ୍କୃତ ଭାଷା ବ୍ଯବହାରର ଆବଶ୍ଯକତା ଓ ଉପାଦେୟତା ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରିଥିଲେ। ଏହି ଶିବିରରେ ୬୦ ଜଣ ଛାତ୍ରଛାତ୍ରୀ ଶିବିରାର୍ଥୀ ଭାବେ ଯୋଗଦେଇ ଶିବିରକୁ ରୁଦ୍ଧିମନ୍ତ କରିଥିଲେ। ଛାତ୍ରଛାତ୍ରୀ ମାନେ ସଂସ୍କୃତ ଭାଷାରେ ଲଘୁ ନାଟକ “ଚତୁର ଗ୍ରାହକ” ଓ “ଅଜ୍ଞାନ ଚିକିତ୍ସକ” ପରିବେଷଣ କରିଥିଲେ। ଶିବିରରେ ଭାଗନେଇଥିବା ଛାତ୍ରଛାତ୍ରୀ ମାନଙ୍କୁ ନେଇ ଭାଷଣ, ଗୀତ ଓ ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗୀତାର କୃତି ପ୍ରତିଯୋଗୀ ମାନଙ୍କୁ ପ୍ରମାଣ ପତ୍ର ଓ ପୁରସ୍କାର ବଣ୍ଟନ କରାଯାଇଥିଲା। ପରିଶେଷରେ ବିଦ୍ଯାଳୟର ପ୍ରଧାନ ଆଚାର୍ଯ୍ୟା ପ୍ରିୟମ୍ବଦା ମହାପାତ୍ର ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply