Home / ମୁଖ୍ୟ ଖବର / ଓଡ଼ିଶା ଗସ୍ତରେ ଆସିଥିଲେ ଜାପାନ ସରକାରଙ୍କ ବିଧାୟକ ପ୍ରତିନିଧି ମଣ୍ଡଳୀ 

ଓଡ଼ିଶା ଗସ୍ତରେ ଆସିଥିଲେ ଜାପାନ ସରକାରଙ୍କ ବିଧାୟକ ପ୍ରତିନିଧି ମଣ୍ଡଳୀ 

whatsapp image 2025 11 13 at 19.41.51 264d1d9f

ପୁରୀ:୧୩/୧୧/୨୦୨୫ – ଜାପାନର ତୋତରି ସରକାରଙ୍କର ଏକ ୬ ଜଣିଆ ବିଧାୟକ ପ୍ରତିନିଧି ମଣ୍ଡଳୀ ଙ୍କ ସହିତ ୪ ଜଣ ବରିଷ୍ଠ ଅଧିକାରୀ ଓ ତୋତରି ସରକାରଙ୍କ ବାଣିଜ୍ୟ ପରାମର୍ଶ ଦାତା ତଥା ପୁରୀ ସିଟି ଆମ୍ୱାସେଣ୍ଡର କୁନା ଦାଶ ଓଡ଼ିଶା ଗସ୍ତରେ ଆସି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସହ ସଚିବାଳୟଠାରେ ସାକ୍ଷାତ ଆଲୋଚନା କରିଛନ୍ତି। ବୈଠକରେ ପାରସ୍ପରିକ ସହ ଯୋଗିତା ବଢ଼ାଇବା ଉପରେ ଗୁରୁତ୍ବରୋପ କରାଯାଇଥିଲା। ଓଡ଼ିଶାର କଳା, ସଂସ୍କୃତି,ଶିକ୍ଷା , ପଯ୍ୟଟନ ଓ ଶିଳ୍ପର ବିକାଶ ହେବା ସହିତ ଓଡ଼ିଶାର ବେକାର ଯୁବକ ଯୁବତୀମାନଙ୍କୁ କିଭଳି ଜାପାନରେ ନିଯୁକ୍ତି ମିଳିପାରିବ ।

whatsapp image 2025 11 13 at 19.41.51 ac105e3a

ସେହିଭଳି ଓଡ଼ିଶାର ମହିଳାମାନେ କିପରି ଆତ୍ମନିର୍ଭରଶିଳ ହୋଇପାରିବେ ତାହା ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଭୁବନେଶ୍ବରରେ ଥିବା ବିଶ୍ଵ ଦକ୍ଷତା କେଦ୍ର ବୁଲି ଦେଖିବା ସହ ସେଠା ରେ ଥିବା ଅଧିକାରୀମାନଙ୍କଠାରୁ ଦକ୍ଷତା କେନ୍ଦ୍ର ସଂପର୍କରେ ଆଲୋଚନା କରିଥଲେ । ସେଠାରୁ ସିଧାସଳଖ ପୁରୀ ଗ୍ରସ୍ତରେ ଆସି ସ୍ଥାନୀୟ ସକିଟି ହାଉସଠାରେ ପହଞ୍ଚି ଥିଲେ। ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଙ୍କ ସମେତ ଅନ୍ୟ ପ୍ରସାଶନିକ ଅଧିକାରୀ ମାନେ ସ୍ବାଗତ କରିଥିଲେ। ଏହି ଅବସ ରରେ ପଯ୍ୟଟନ ସହର ଶ୍ରୀକ୍ଷେତ୍ରର କିଭଳି ବିକାଶ ହୋଇପାରିବ ସେ ନେଇ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶରତ କୁମାର ବେହେରା, ଅତିରିକ୍ତ ଜିଲ୍ଲାପାଳ (ପ୍ରୋଟୋକଲ) ନୀଳମାଧବ ଭୋଇ, ଜିଲ୍ଲା ପଯ୍ୟଟନ ଅଧିକାରୀ, ,ସଂସ୍କୃତି ଅଧିକାରୀଙ୍କ ସମେତ ସମସ୍ତ ଜିଲ୍ଲା ପ୍ରଶାସନିକ ଅଧିକାରୀଗଣ ଉପସ୍ଥିତ ଥିଲେ। ପରେ ପ୍ରତିନିଧି ମଣ୍ଡଳୀ ଚନ୍ଦ୍ରଶେଖର ଏକାଡେମୀ ବୁଲି ଖୁସି ବ୍ୟକ୍ତ କରିଥିଲେ। ଏଠାରେ ନସରି ଠାରୁ ଯୁକ୍ତ ଦୁଇ ପଯ୍ୟନ୍ତ ଶିବିଏସ୍ଇ ପାଠ୍ୟକ୍ରମ ସହିତ ମାଗଣାରେ ଜାପାନ ଭାଷା ଶିକ୍ଷ୍ୟା ଦିଆଯାଉଥିବା ଜାଣି ସେମାନେ ଅତ୍ୟନ୍ତ ଖୁସି ପ୍ରକଟ କରିଥିଲେ । ପରିଶେଷରେ ସୁଦାମ sand ଆର୍ଟ ମୂଜିୟମ ବୁଲି ଦେଖି ଫେରି ଯାଇଥିଲେ ବୋଲି ଇଣ୍ଡିଆ – ଜାପାନ ଫେଣ୍ଡଶିପ ସେଣ୍ଟର ସଭାପତି ଶ୍ରୀମନ୍ତ କୁମାର ଦାଶ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply