ପୁରୀ: ୧୩/୧୧/୨୦୨୫ – ଓଡ଼ିଶା ର ଗଛମଣିଷ, ଶ୍ମଶାନ ସାଥି,ରକ୍ତବୀର ଓ ଭାଗବତ ମଣିଷ ଭାବେ ପରିଚିତ ରାଜ୍ୟ ପୁରସ୍କାର ପ୍ରାପ୍ତ ସମାଜସେବୀ ଡକ୍ଟର ବଦ୍ରି ମିଶ୍ର, ଦୀର୍ଘ ପଚାଶ ବର୍ଷର ଅର୍ଥ ଓ ସ୍ବାର୍ଥ ଵିଯୁକ୍ତ ସମାଜସେବା ପାଇଁ, ପଦ୍ମଶ୍ରୀ ଦୈତ୍ୟାରି ନାୟକଙ୍କ ଠାରୁ “ଜୀବନବ୍ୟାପୀ ସେବା ସମ୍ମାନ” ଗ୍ରହଣ କରିଛନ୍ତି। କଲିକତାସ୍ଥିତ ଜାତୀୟ ଗ୍ରନ୍ଥାଗାର ସମ୍ମିଳନୀ କକ୍ଷରେ ନୀଳଚକ୍ର ପଶ୍ଚିମବଙ୍ଗ ପକ୍ଷରୁ ଆୟୋଜିତ ଉତ୍ସବରେ ପଦ୍ମଶ୍ରୀ ନାୟକ, ଓଡ଼ିଶା ସମେତ ଭାରତ ର ବିଭିନ୍ନ ଧର୍ମକ୍ଷେତ୍ର ରେ ଏକଲକ୍ଷ ବାଇଶି ହଜାର ବୃକ୍ଷ ରୋପଣ,ବାରଶହ ଦଶ ଶବ ର ଶବବାହକ ,ଶହେ ତେଷଠି ଥର ରକ୍ତଦାନ, ଗାଁ ଗାଁ ଓ ଘରେ ଘରେ ଭାଗବତ ସହ ନଅଟି ରେ ଭାଗବତ ଟୁଙ୍ଗି ପ୍ରତିଷ୍ଠା ପାଇଁ ଡକ୍ଟର ମିଶ୍ରଙ୍କୁ ସମ୍ମାନିତ କରିଥିଲେ। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ନୀଳଚକ୍ର ପଶ୍ଚିମବଙ୍ଗ ର ମିଳିତ ପ୍ରୟାସ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା ଓ ପରିଚାଳନା କରିଥିଲେ ବିଶିଷ୍ଟ ଗବେଷକ ତଥା ସମାଜ ସଂସ୍କାରକ ଲକ୍ଷ୍ମୀନାରାୟଣ ମଲ୍ଲିକ।
କଲିକତା ରେ ଡକ୍ଟର ବଦ୍ରି ମିଶ୍ରଙ୍କୁ ମିଳିଲା ଜୀବନବ୍ୟାପୀ ସେବା ସମ୍ମାନ











