ନୟାଗଡ଼,ତା-୧୫.୧୧.୨୫ରିଖଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ।ରାଜ୍ୟରେ ମତ୍ସ୍ୟ ଓ ପ୍ରାଣୀସମ୍ପଦର ଅଭିବୃଦ୍ଧି ପାଇଁ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ,ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ମତ୍ସ୍ୟ ଚାଷ ଓ ପଶୁପାଳନ କରି ସ୍ୱାବଲମ୍ବୀ କରାଇବା ଏବଂ ସେମାନଙ୍କ ଆର୍ଥିକ ବିକାଶ ପାଇଁ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ପକ୍ଷରୁ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳାର ଆୟୋଜନ କରାଯାଉଥିବା ବେଳେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକର ମହୋତ୍ସବ ପଡିଆ ଠାରେ ଏହି ମେଳା ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁଙ୍କ ସମେତ ନୟାଗଡ଼ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ବସନ୍ତ କୁମାର ବେହେରା,ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରକାଶ କୁମାର ତ୍ରିପାଠୀ,ଓଡ଼ଗାଁ ବ୍ଲକ ବିଡିଓ ଜିତେନ୍ଦ୍ର କୁମାର ନାୟକ,ତହସିଲଦାର ଡ.ମାନସ ରଞ୍ଜନ ଭୋଇ,ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଦୀପ ପ୍ରଜ୍ବଳନ କରାଯିବା ସହ ପୁଷ୍ପମାଲ୍ୟ ଅର୍ପଣ କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ମତ୍ସ୍ୟ ଚାଷୀ ଓ ଗାଈ,ମଇଁଷି,କୁକୁଡ଼ା,ଛେଳି ପ୍ରଭୃତି ପଶୁ ପାଳନ କରୁଥିବା ଚାଷୀ ଏବଂ ମାଛ ଚାଷ କରୁଥିବା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ସହ ବିଭିନ୍ନ ପଞ୍ଚାୟତରୁ ଶତାଧିକ ଉତ୍ସାହୀ ମହିଳା ଓ ପୁରୁଷମାନେ ଯୋଗଦେଇଥିଲେ।ଦାସକାଠିଆ ମାଧ୍ୟମରେ ମତ୍ସ୍ୟ ଚାଷ ଓ ପଶୁପାଳନ ପାଇଁ ଉତ୍ସାହିତ କରାଯାଇଥିଲା।ବିଭାଗ ପକ୍ଷରୁ ଖୋଲାଯାଇଥିବା ବିଭିନ୍ନ ଷ୍ଟଲରେ ବକ୍ତାମାନେ ମତ୍ସ୍ୟ ଚାଷ ଓ ପଶୁପାଳନ କରି ସ୍ୱାବଲମ୍ବୀ ହେବାପାଇଁ ସରକାରଙ୍କ ବିଭିନ୍ନ ଯୋଜନା ଏବଂ ସରକାର ପ୍ରଦାନ କରୁଥିବା ବିଭିନ୍ନ ପ୍ରକାର ସହାୟତା ସମ୍ପର୍କରେ ସୂଚନା ଦେବା ସହ, ବିଭାଗ ପକ୍ଷରୁ ମତ୍ସ୍ୟ ଓ ପଶୁପାଳନ ପାଇଁ ସମସ୍ତ ସହଯୋଗ ଯୋଗାଇଦେବା କଥା କହିଥିଲେ।ମାଛ ଚାଷ ଓ ଗୋପାଳନ କ୍ଷେତ୍ରରେ ସଫଳତା ଲାଭ କରିଥିବା ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଉତ୍ସାହିତ କରାଯାଇଥିଲା। ଉପସ୍ଥିତ ମତ୍ସ୍ୟ ଚାଷୀ ଓ ଗୋ ପାଳନ,ଛେଳି ଚାଷ ଓ କୁକୁଡ଼ା ଚାଷ କରି ସଫଳତା ଲାଭ କରିଥିବା ଚାଷୀମାନେ ସେମାନଙ୍କ ଅନୁଭୂତି ଓ ସଫଳତା ସମ୍ପର୍କରେ କହିବା ସହ ସୁବିଧା ଅସୁବିଧା ସଂପର୍କରେ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ଅବଗତ କରାଇଥିଲେ। ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ସଠିକ୍ ଉତ୍ତର ଦେଇଥିବା ବ୍ୟକ୍ତିଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।ମହୋତ୍ସବ ମେଳା ପଡ଼ିଆରେ ବିଭାଗ ପକ୍ଷରୁ ଖୋଲାଯାଇଥିବା ଷ୍ଟଲ ବୁଲି ଚାଷୀମାନେ ମାଛ ଚାଷ ଓ ପଶୁପାଳନ ସଂକ୍ରାନ୍ତୀୟ ବିଭିନ୍ନ ସୂଚନା ସଂଗ୍ରହ କରିଥିଲେ।ରାଜ୍ୟ ସରକାର ଗ୍ରାମାଞ୍ଚଳରେ ମତ୍ସ୍ୟ ଚାଷ ,ଗୋ ପାଳନ ଓ ପଶୁପାଳନର ଅଭିବୃଦ୍ଧି ପାଇଁ ବ୍ଲକ ସ୍ତରୀୟ ଏହି ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳାର ଆୟୋଜନକୁ ବୁଦ୍ଧିଜୀବୀ ମାନେ ପ୍ରଶଂସା କରିଛନ୍ତି।











