Home / ମୁଖ୍ୟ ଖବର / ପୁରୀ ସଦର ଥାନା ଦ୍ୱାରା ୨ଟି ଅପହରଣ ଘଟଣାରେ ଦୁଇ ନାବାଳିକା ଉଦ୍ଧାର

ପୁରୀ ସଦର ଥାନା ଦ୍ୱାରା ୨ଟି ଅପହରଣ ଘଟଣାରେ ଦୁଇ ନାବାଳିକା ଉଦ୍ଧାର

sardarbuilding

ପୁରୀ : ୧୫/୧୧/୨୦୨୫ – ପୁରୀ ସଦର ଥାନା ଦ୍ୱାରା ୨ଟି ଅପହରଣ ଘଟଣାରେ ଦୁଇ ନାବାଳିକା ଉଦ୍ଧାର। ସୂଚନା ଥାଉକି ତା 05.03.2025ରିଖ ରାତି 08.30 ବେଳେ ଅଭିଯୋଗକାରୀ ନିତ୍ୟାନନ୍ଦ ବରାଳ, ବୟସ 35 ବର୍ଷ, ଗ୍ରାମ- ପିଲିପିଲା, ପୁରୀ ସଦର ଥାନାରେ ଲେଖିତ ଅଭିଯୋଗ ଦାଖଲ କରିଥିଲେ ।ଅ ଭିଯୋଗ ଅନୁସାରେ 05.01.2025 ରାତି 01.00 ଠାରୁ 02.00 ବେଳେ ପ୍ରକାଶ ନାୟକ ନାମକ ବ୍ୟକ୍ତି 4-5 ଅନ୍ୟାନ୍ୟ ସହଯୋଗୀଙ୍କ ସହିତ ଅଭିଯୋଗକାରୀଙ୍କ ଘର ଠାରେ ଅସ୍ତ୍ର ଦେଖାଇ ଧମକ ଦେଇ ତାଙ୍କ 16 ନାବାଳିକା ଝିଅକୁ ଅପହରଣ କରିଥିଲେ । ଏହା ଅନୁସାରେ ସଦର ପୁରୀ ଥାନାରେ କେସ୍ ନମ୍ବର-114/2025, ଧାରା 137(2) BNS ରେ ମାମଲା ରୁଜୁ କରାଯାଇଥିଲା । ପୁରୀ ସଦର ପୋଲିସ କାର୍ଯ୍ୟାନୁଷ୍ଠାନରେ ଅପହୃତ ନାବାଳିକା ଝିଅକୁ ଉଦ୍ଧାର କରି ପରିବାରଙ୍କ ହସ୍ତାନ୍ତର କରାଯାଇଛି । ସେହି ପରି ତା 10.11.2025 ରିଖ ଦୁପୁର 01.30 ବେଳେ ଅଭିଯୋଗକାରୀ ଭାଗ୍ୟଶ୍ରୀ ମିଶ୍ର, ଗ୍ରାମ- ତୋଟାବଡା ନରହରୀପୁର, ପୁରୀ ସଦର, ଥାନାରେ ଲେଖିତ ରିପୋର୍ଟ ଦେଇଥିଲେ । ସେ ତାଙ୍କ 16 ବର୍ଷ ନାବାଳିକାକୁ ଚିନ୍ମୟ ସ୍ୱାଇଁ ନାମକ ବ୍ୟକ୍ତି ଘରୁ ଅପହରଣ କରି ନେଇଥିବା ଅଭିଯୋଗ କରିଥିଲେ ।ଏହାର ପରିପ୍ରେକ୍ଷିତରେ ସଦର ପୁରୀ ଥାନା କେସ୍ ନମ୍ବର-684/2025, ଧାରା 137(2) BNS ରେ ମାମଲା ରୁଜୁ କରିଛି । ସଦର ପୋଲିସ ସତର୍କ ଓ ତତ୍ପର ତଦନ୍ତରେ ଅପହୃତ ନାବାଳିକା କୁ ଉଦ୍ଧାର କରି ପରିବାରଙ୍କ ହସ୍ତାନ୍ତର କରାଯାଇଛି ।

କୌଣସି ସ୍ଥାନରେ ନାବାଳିକା ଓ ନାବାଳକ ସନ୍ଦେହଜନକ କାର୍ଯ୍ୟକଳାପ ଦେଖିବାକୁ ମିଳିଲେ ତୁରନ୍ତ ୧୧୨ କୁ କଲ କରି ପୋଲିସକୁ ସୂଚନା ଦେବା ପାଇଁ ପୁରୀ ପୋଲିସ ଅନୁରୋଧ କରିଛନ୍ତି

    SPREAD YOUR LOVE WITH YOUR FRIENDS AND FAMILY

    Leave a Reply