Home / ମୁଖ୍ୟ ଖବର / ଏକ ଭାରତ ଶ୍ରେଷ୍ଠ ଭାରତର ପ୍ରତୀକ ସର୍ଦ୍ଧାର ପଟେଲ: ସାଂସଦ ଡା ପାତ୍ରବ୍ରହ୍ମଗିରି ରେ ଏକତା ପଦଯାତ୍ରା ଅନୁଷ୍ଠିତ

ଏକ ଭାରତ ଶ୍ରେଷ୍ଠ ଭାରତର ପ୍ରତୀକ ସର୍ଦ୍ଧାର ପଟେଲ: ସାଂସଦ ଡା ପାତ୍ରବ୍ରହ୍ମଗିରି ରେ ଏକତା ପଦଯାତ୍ରା ଅନୁଷ୍ଠିତ

img 20251116 wa0003

ପୁରୀ ୧୫/୧୧ ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଏକ ଭାରତ ଓ ଶ୍ରେଷ୍ଠ ଭାରତର ପ୍ରତୀକ ଥିଲେ। ରାଷ୍ଟ୍ର ଭକ୍ତ, ଜାତୀୟତାବାଦୀ ଓ ଅଖଣ୍ଡ ଭାରତ ଗଠନରେ ସର୍ଦ୍ଦାର ଙ୍କ ଭୂମିକା ତାଙ୍କୁ ଚିର ଅମର କରି ରଖିଥିବ ବୋଲି କହିଛନ୍ତି ପୁରୀ ଲୋକ ସଭା ସାଂସଦ ଡା ସମ୍ବିତ ପାତ୍ର।ଆଜି ପୂର୍ବାହ୍ନ ରେ ପୁରୀ ଲୋକସଭା ସାଂସଦ କ୍ଷେତ୍ର ଅନ୍ତର୍ଗତ ବ୍ରହ୍ମଗିରି ର ଗଡରୋଢଙ୍ଗ ଠାରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଏକତା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା।କ୍ରୀଡା ବିଭାଗ, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହା ଆୟୋଜିତ ହୋଇଥିଲା।ଏହାକୁ ସାଂସଦ ଡା ପାତ୍ର ଙ୍କ ସହ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର,ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ଏସପି ପ୍ରତୀକ ସିଂ ପ୍ରମୁଖ ଉଦଘାଟନ କରିବା ସହ ପଦଯାତ୍ରାରେ ସାମିଲ ହୋଇଥିଲେ।ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି, ସର୍ଦ୍ଦାର ବଲ୍ଲଭ ଭାଇଙ୍କ ଫଟୋଚିତ୍ର,ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ଅତିଥି ମାନେ ମାଲ୍ୟାର୍ପଣ କରିଥିଲେ।ସାଂସଦ ଡା ପାତ୍ର ଓ ବିଧାୟିକା ଶ୍ରୀମତୀ ମହାପାତ୍ର ସର୍ଦ୍ଦାର ପଟେଲଙ୍କ ସ୍ମୃତି ଚାରଣ କରିବା ପରେ ପଦଯାତ୍ରା କାଳିକା ବାଡ଼ି ଛକ,ଢାବା ଛକ ଦେଇ କେରାଣ୍ଡିଆ ହେଲିପ୍ୟାଡ ପଡିଆ ଠାରେ ପହଞ୍ଚିଥିଲା।ପଡିଆ ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡା ପାତ୍ର ଏକ ସୂତ୍ରରେ ରହିଲେ ଦେଶର ବିକାଶ ଓ ଉନ୍ନତି ସମ୍ଭବ ବୋଲି ଅନୁଭବ କରି ୫୬୦ ରୁ ଉର୍ଦ୍ଧ୍ବ ରାଜରାଜୁଡା ଶାସନତନ୍ତ୍ର କୁ ଲୌହ ମାନବ ଭାରତ ବର୍ଷ ରେ ସାମିଲ କରିଥିଲେ ।ବିଶେଷ କରି ହାଇଦ୍ରାବାଦ, ଜାମ୍ମୁ କାଶ୍ମୀର ଓ ଜୁନାଗଡ ଗଡଜାତ କୁ ମିଶ୍ରଣ କରାଇବାରେ ସର୍ଦ୍ଦାର ପ୍ରମୁଖ ଭୂମିକା ନେଇଥିଲେ।ସର୍ଦ୍ଦାର ଙ୍କ ବୀରତ୍ବ,ଦେଶପ୍ରେମ ଓ ସାହସ କୁ ସମ୍ମାନ ଜଣାଇ ବଲ୍ଲଭ ଭାଇ ଙ୍କୁ ଆଦର୍ଶ ମାନୁ ଥିବା ପ୍ରଧାନମନ୍ତ୍ରୀ ମୋଦି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରିଥିଲେ ଯେଉଁ ଥିରେ ଦେଶର ପ୍ରତିଟି ଗ୍ରାମରୁ ସଂଗୃହିତ ଲୁହା ବ୍ୟବହୃତ ହୋଇଥିଲା।ଚଳିତ ବର୍ଷ ମଧ୍ୟ ବନ୍ଦେ ମାତରମ ସଂଗୀତର ୧୫୦ ବର୍ଷ ପୂର୍ତ୍ତି କୁ ସରକାର ପାଳନ କରୁଛନ୍ତି।କାରଣ ଏହି ସଂଗୀତ ମଧ୍ୟ ଭାରତ ର ଏକତା ଓ ସଂହତି ର ଉଦାହରଣ ବୋଲି କହିବା ସହ ବକ୍ସି ଜଗବନ୍ଧୁ ଙ୍କ ବୀର ମାଟି ରୁ ଏହି ପଦଯାତ୍ରା ତାଙ୍କ ପ୍ରତି ମଧ୍ୟ ଅନନ୍ୟ ଶ୍ରଦ୍ଧାଞ୍ଜଳି ବୋଲି କହିଥିଲେ।ଲୌହ ମାନବ ଙ୍କ ଜୀବନ ଆମକୁ ଆଦର୍ଶ, ଉନ୍ନତ ରାଷ୍ଟ୍ର ନିର୍ମାଣ ର ପ୍ରେରଣା ଦିଏ।ବ୍ରହ୍ମଗିରି ମଧ୍ୟ ବୀର ପାଇକ ମାଟି। ସଂଗ୍ରାମୀ ମାଟିରୁ ଆରମ୍ଭ ଏହି ପଦଯାତ୍ରା ପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ସମସ୍ତଙ୍କୁ ସ୍ବାଗତ କରିଥିଲେ।ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ କାର୍ଯ୍ୟକ୍ରମ ସଞ୍ଚାଳନ କରିବା ସହ ଆତ୍ମ ନିର୍ଭର ଭାରତର ଶପଥ ପାଠ କରାଇଥିଲେ।ପୂର୍ବରୁ ଅତିଥି ମାନେ ସର୍ଦ୍ଦାର ପଟେଲଙ୍କ ଫଟୋ ଚିତ୍ର ରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ବଳନ କରିଥିଲେ।ଏହି ଅବସରରେ ବନ୍ଦେ ମାତରମ ସଂଗୀତ ପରିବେଷଣ କରାଯାଇଥିଲା।କାର୍ଯ୍ୟକ୍ରମ ରେ ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ,ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।ପୂର୍ବରୁ ଅନୁଷ୍ଠିତ ବିବିଧ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଙ୍କୁ ଓ କଳାକାର ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।ଶେଷରେ ବିଡ଼ିଓ ମନୀଷା ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ।ପୂର୍ବରୁ ଅତିଥି ମାନେ ଏକ ପେଡ ମା କେ ନାମ ଆଧାର ରେ ବୃକ୍ଷ ରୋପଣ କରିଥିଲେ।ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ଏକ ଏକତା ରଥ ପରିକ୍ରମଣ କରିଥିଲା।

SPREAD YOUR LOVE WITH YOUR FRIENDS AND FAMILY

Leave a Reply