Home / ମୁଖ୍ୟ ଖବର / ସହୀଦ ଭଗବାନ ବିର୍ସା ମୁଣ୍ଡା ଜନଜାତୀୟ ଗୌରବ ଦିବସ ପାଳିତ

ସହୀଦ ଭଗବାନ ବିର୍ସା ମୁଣ୍ଡା ଜନଜାତୀୟ ଗୌରବ ଦିବସ ପାଳିତ

whatsapp image 2025 11 16 at 23.28.07 f23d0926

ପୁରୀ : ୧୭/୧୧/୨୦୨୫ – କେନ୍ଦ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ, ଶ୍ରୀ ସଦାଶିବ ପରିସର, ପୁରୀ ଆନୁକୂଲ୍ୟରେ ସହୀଦ ଭଗବାନ ବିର୍ସା ମୁଣ୍ଡା ଜନଜାତୀୟ ଗୌରବ ଦିବସ ପରିସରର ନିର୍ଦ୍ଦେଶକ ପ୍ରଫେସର୍ ପ୍ରଭାତ କୁମାର ମହାପାତ୍ରଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିରୂପେ ଭରତୀୟ ଷ୍ଟେଟ୍ ବ୍ୟାଙ୍କ, ପୁରୀର ଶାଖା ପ୍ରବନ୍ଧକ ଶ୍ରୀଯୁକ୍ତ ହୃଷିକେଶ ତ୍ରିପାଠୀ ଯୋଗଦେଇ ଭଗବାନ ବିର୍ସା ମୁଣ୍ଡାଙ୍କ ଜାତି ପ୍ରତି ଦେଇଥିବା ଆତ୍ମବଳିଦାନ ସମ୍ପର୍କରେ ଚର୍ଚ୍ଚା | ବିଶିଷ୍ଠ ଅତିଥିରୂପେ ଶିକ୍ଷାଶାସ୍ତ୍ର ବିଭାଗର ବିଭାଗ ମୁଖ୍ୟ ପ୍ରଫେସର୍ ବିଜୟପାଲ୍ କଚ୍ଛୱା ଯୋଗଦେଇ ସହୀଦ ବିର୍ସା ମୁଣ୍ଡାଙ୍କ କୃତୀ ସମ୍ପର୍କରେ ଆଲୋଚନା କରିଥିଲେ | ଏହି କାର୍ଯ୍ୟକ୍ରମର ସଂଯୋଜକ ଡକ୍ଟର ନିବିନ କୁମାର ପ୍ରଧାନ ଥିବାବେଳେ, ସଭା ପରିଚାଳନା କରୁଥିଲେ ଡକ୍ଟର ରମାକାନ୍ତ ସା, ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଡକ୍ଟର ଅଜୟ ଗନ୍ଧା ପରିଶେଷରେ ଏହି କାର୍ଯ୍ୟକ୍ରମ ଉପଲକ୍ଷେ ହୋଇଥିବା ବିଭିନ୍ନ ପ୍ରକାର ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା |

SPREAD YOUR LOVE WITH YOUR FRIENDS AND FAMILY

Leave a Reply