Home / ମୁଖ୍ୟ ଖବର / ଜିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ମେଳା ଡିସେମ୍ବର ୧ ରୁ ୭

ଜିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ମେଳା ଡିସେମ୍ବର ୧ ରୁ ୭

whatsapp image 2025 11 17 at 22.56.05 f4a0ea0f

ପୁରୀ ୧୭/୧୧ ପୁରୀ ଜିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ମେଳା କୋଣାର୍କ ଚନ୍ଦ୍ରଭାଗା ଠାରେ ଡିସେମ୍ବର ୧ ରୁ ୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।ଏହି ମେଳା କୁ ଶାନ୍ତି ଶୃଙ୍ଖଳା ର ସହ ସମ୍ପର୍ଣ୍ଣ କରିବା ନିମିତ୍ତ ଏକ ପ୍ରସ୍ତୁତି ବୈଠକ ଆଜି ଅପରାହ୍ନ ରେ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା କୋଣାର୍କ ନୃତ୍ୟ ମହୋତ୍ସବ, ଆନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀ ସହ ସୁଭଦ୍ରା ଶକ୍ତି ମେଳା ଏକ ସମୟରେ ଆୟୋଜନ ହେଉଥିବାରୁ ଗହଳି ର ଆଶା କରାଯାଉଛି।

whatsapp image 2025 11 17 at 22.56.06 505b3f08

ତେଣୁ ଏହାକୁ ଦୃଷ୍ଟିରେ ରଖି ଗମନାଗମନ ସୁବିଧା, ପରିସ୍କାର ପରିଛନ୍ନତା, ପାନୀୟ ଜଳ ବ୍ୟବସ୍ଥା, ବିଦ୍ୟୁତ ବ୍ୟବସ୍ଥା, ସ୍ବାସ୍ଥ୍ୟ ସୁବିଧା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ପାର୍କିଂ ବ୍ୟବସ୍ଥା, ଆଇନ ଶୃଙ୍ଖଳା ରକ୍ଷା ଇତ୍ୟାଦି କୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦେଇଥିଲେ।ଯେଉଁ ବିଭାଗର ଯାହା ଦାୟିତ୍ୱ ତାହାକୁ ଧାର୍ଯ୍ୟ ସମୟ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।ପ୍ରାରମ୍ଭ ରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି ସମସ୍ତଙ୍କୁ ସ୍ବାଗତ ସହ ଚଳିତ ବର୍ଷ ର ସୁଭଦ୍ରା ଶକ୍ତି ମେଳା ଚନ୍ଦ୍ରଭାଗା ଠାରେ ଆୟୋଜିତ ହେବ ଓ ହସ୍ତଶିଳ୍ପ ସହ ପ୍ରାୟ ୨୦୦ ଷ୍ଟଲର ବ୍ୟବସ୍ଥା କରାଯାଉଛି ବୋଲି ସୂଚନା ଦେଇଥିଲେ।ପାର୍କିଂ ସ୍ଥଳ ଚିହ୍ନଟ, ବ୍ୟବହାର ଉପଯୋଗୀ, ଆବଶ୍ୟକ ସୁବିଧା ବ୍ୟବସ୍ଥା କରିବା,ଆଲୋକ ବ୍ୟବସ୍ଥା, ସ୍ବଛତା ବ୍ୟବସ୍ଥା,ଶୌଚାଳୟ ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା, ରାସ୍ତା ଘାଟ ସମତୁଲ ବ୍ୟବସ୍ଥା, କଳାକାର ଓ ଷ୍ଟଲ ପାଇଁ ଆସିଥିବା ବ୍ୟକ୍ତି ମାନଙ୍କ ରହଣୀ ବ୍ୟବସ୍ଥା, ସୂଚନା ପ୍ରଦାନ,ପ୍ରଚାର ପ୍ରସାର ବ୍ୟବସ୍ଥା,ଆଇନ ଶୃଙ୍ଖଳା, ଟ୍ରାଫିକ ଇତ୍ୟାଦି ସମ୍ପର୍କରେ ବିଷଦ ଆଲୋଚନା କରାଯାଇ ବିଭାଗୀୟ ଅଧିକାରୀ ଙ୍କୁ ସମସ୍ତ ବ୍ୟବସ୍ଥା କୁ ଚୁଡାନ୍ତ କରିବାକୁ ପରାମର୍ଶ ଦିଆଯାଇଥିଲା।ସେହିପରି ପ୍ରତ୍ୟହ୍ୟ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା।ଅନ୍ୟ ମାନଙ୍କ ମଧ୍ୟରେ ଏହି ବୈଠକରେ ସିଡିଏମଓ ଡା ଅକ୍ଷୟ କୁମାର ଶତପଥୀ, ଡିଆଇବିର ଅତିରିକ୍ତ ଏସପି ଦେବୀ ଶଙ୍କର ପ୍ରତାପ,କୋଣାର୍କ ବିଡ଼ିଓ ଛବିରାଣୀ ସାହୁ, କୋଣାର୍କ ଏନଏସି ର ପୌର ନିର୍ବାହୀ ଅଧିକାରୀ ପ୍ରଦ୍ୟୁମ୍ନ ଜେନା,ଓରମାସ ର ଡେପୁଟି ସିଇଓ ନିଗମ ଚରଣ ଦାସ,ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା,ସଂସ୍କୃତି ଅଧିକାରୀ ହେମନ୍ତ ବେହେରା,ମିଶନ ଶକ୍ତି ର ଡିପିସି ସ୍ବାଗତିକା ପରିଡା ଓ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗ ଦେଇ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply