Home / ମୁଖ୍ୟ ଖବର / ପୁରୀ ବାସୀଙ୍କ ଶ୍ରୀ ଜଗନ୍ନାଥ ଦର୍ଶନ ପାଇଁ ଷ୍ଟିୟରିଂ କମିଟି ବୈଠକ

ପୁରୀ ବାସୀଙ୍କ ଶ୍ରୀ ଜଗନ୍ନାଥ ଦର୍ଶନ ପାଇଁ ଷ୍ଟିୟରିଂ କମିଟି ବୈଠକ

whatsapp image 2025 11 17 at 22.56.09 722d839a

ପୁରୀ ବାସୀଙ୍କ ଶ୍ରୀ ଜଗନ୍ନାଥ ଦର୍ଶନ କିଭଳି ସୁଗମ ହେବ ତାକୁ ନେଇ ଗଠନ ହୋଇଥିବା ଷ୍ଟିୟରିଂ କମିଟି ବୈଠକ ବଡଦାଣ୍ଡର ସାଲବେଗ ପୀଠରେ ଅନୁଷ୍ଠିତ ହୋଇଯାଇଛି। ଷ୍ଟିୟରିଂ କମିଟି ଅନେକ ପ୍ରସ୍ତାବ ଉପରେ ଆଲୋଚନା କରାଯାଇ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଗଲା ୪ଦୁଆର ବାଟରେ ପୁରୀବାସୀ ପ୍ରବେଶ କରି ଗୋଟିଏ ଦୁଆର ଯଥା ଘଣ୍ଟି ଦୁଆର ବା ଗାରଦ ଦୁଆର କିମ୍ବା ମୁଦଲି ଦ୍ବାର ବାଟରେ ପ ଜଗନ୍ନାଥ ଦର୍ଶନ କରିବା ଉପରେ ପ୍ରଶାସନ ଗୁରୁତ୍ବ ଦେଉ। ଏବଂ ଆଗାମୀ ୨୨ ତାରିଖରେ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖ ଏମାରମଠ ଚକଡାରେ ସମସ୍ତ ପୁରୀ ବାସୀ ସମୂହ ଦୀପଦାନ କରିବା ସହ ଫ୍ଳାକାର୍ଡ ଧରି ନୀରବ ପ୍ରତିବାଦ କରି ସରକାରଙ୍କ ନିକଟରେ ଦାବୀ ଉପସ୍ଥାନ କରିବେ। ଏହା ସହ ମୁଖ୍ୟମନ୍ତ୍ରୀ ଙ୍କୁ ସାକ୍ଷାତ କରି ପୁରୀ ବାସୀଙ୍କ ଦର୍ଶନ ସୁବିଧା ଉପରେ ଆଲୋକପାତ ଓ ଦାବୀ ଉପସ୍ଥାପନ ପାଇଁ ବୈଠକରେ ସମୟ ମଗାଯାଇଛି। ଆଗାମୀ ଦିନରେ ପୁରୀର ସମସ୍ତ ସାହି, ବସ୍ତିରେ ଦସ୍ତଖତ ଅଭିଯାନ କରାଯିବ। ବିଭିନ୍ନ ଓ୍ବାର୍ଡ ସ୍ତରରେ ସଚେତନତା ସୃଷ୍କି କରାଯିବ ବୋଲି ନିଷ୍ପତ୍ତି କରାଗଲା। ପୁରୀବାସୀ କେଉଁ ଆବାହମାନ କାଳରୁ ଶ୍ରୀଜଗନ୍ନାଥଙ୍କୁ ନିଜ ଘରର ଦେବତା ଭାବେ ବା ପୁରୀ ବାସୀ ତାଙ୍କ ଘରର ଦିଅଁ ବୋଲି ସମ୍ଭୋଧନ ଗ୍ରହଣ କରିଥାନ୍ତି। ବିଗତ ବର୍ଷ ମାନଙ୍କରେ ବିନା ଦ୍ବିଧାରେ ମହାପ୍ରଭୁଙ୍କ ଦର୍ଶନ ପ୍ରାପ୍ତ ହୋଇ ଆସୁଥିଲୁ ଏବଂ ଆବଶ୍ୟକ ସମୟରେ ମହାପ୍ରସାଦ ନିମନ୍ତେ ବିନା ବାଧାରେ ଶ୍ରୀମନ୍ଦିରକୁ ଯାଇ ମହାପ୍ରସାଦ ଆଣି ପାରୁଥିଲୁ। କିନ୍ତୁ ବର୍ତ୍ତମାନ ସମୟରେ ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ଅଧିକରୁ ଅଧିକ ସଂଖ୍ୟକ ଭକ୍ତ ଆସୁଛନ୍ତି ଓ ସେମାନଙ୍କ ଦର୍ଶନ ଆଗ୍ରହକୁ ଦୃଷ୍ଟି ରେ ରଖି ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ଶୃଙ୍ଖଳିତ ଦର୍ଶନ ନିମିତ୍ତ ବିଭିନ୍ନ ବ୍ୟବସ୍ତାବଳୀ ଆପଣାଇଛନ୍ତି, ଯଦ୍ବାରା ପୁରୀ ବାସୀଙ୍କ ସୁଲଭ ଶ୍ରୀଜଗନ୍ନାଥଙ୍କ ଦର୍ଶନରେ ବାଧା ଉପୁଜିଛି। ପୁରୀର ଭକ୍ତ ଓ ଭଗବାନଙ୍କ ମଧ୍ୟରେ କୃତ୍ରିମ ପ୍ରାଚୀର ସୃଷ୍ଟି କରାଯାଇଛି। ଯାହା ଭକ୍ତଙ୍କ ମନରେ ଆଘାତ ସୃଷ୍ଟି କରିଛି। ସମୟକ୍ରମେ ଶ୍ରୀମନ୍ଦିର ପ୍ରଶାସନ କିମ୍ବା ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ଯ ସରକାର ଏ ଦିଗ ପ୍ରତି ଭୃକ୍ଷେପ ମଧ୍ୟ କରୁନାହାନ୍ତି। ତେଣୁ ଆମ୍ଭେମାନେ ସରକାରଙ୍କ ଦୃଷ୍ଟିଗୋଚର ନିମନ୍ତେ ବାଧ୍ଯ ହୋଇ କିଛି ସକରାତ୍ମକ ଦୃଷ୍ଟିଭଙ୍ଗୀ ସରକାରଙ୍କ ସମ୍ମୁଖକୁ ଆଣିବାକୁ ଚେଷ୍ଟାକରି ଏଭଳି ଏକ ଅଭିଯାପ ମଞ୍ଚ ତିଆରି କରାଯାଇଛି। ପୁରୀ ବାସୀ ବିଶେଷକରି ବୟସାଧିକ ଭକ୍ତ ମାନେ ମହାପ୍ରଭୁଙ୍କ ଦର୍ଶନ ନ କରିବା ପର୍ଯ୍ଯନ୍ତ ଅନ୍ନ ଓ ଜଳ ଗ୍ରହଣ କରନ୍ତି ନାହିଁ। ତେଣୁ ଏ ପ୍ରକାର ପରିସ୍ଥିତିର ଗୁରୁତ୍ବ ଉପଲବ୍ଧ କରି ଆମ୍ଭେ ପୁରୀ ବାସୀ ନିମ୍ନଲିଖିତ ବିଶେଷ ବ୍ଯବସ୍ଥା ଲାଗି ଅନୁରୋଧ କରୁଅଛୁ। ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଥିବା ସମସ୍ତ ବାରିକେଡ ମଧ୍ୟରୁ ଗୋଟିଏ ବାରିକେଡ ଲାଇନ ପୁରୀବାସୀଙ୍କ ପାଇଁ ଉଦ୍ଦିଷ୍ଟ କରାଯାଉ। ଶ୍ରୀମନ୍ଦିର ର ଅନ୍ୟ ତିନି ଦ୍ବାର(ଉତ୍ତର, ପଶ୍ଚିମ, ଦକ୍ଷିଣ ଦୁଆର ) ଦେଇ ପୁରୀବାସୀଙ୍କୁ ପ୍ରବେଶ ସୁଯୋଗ ଦିଆଯାଉ। ପୁରୀ ସହର ର ବରିଷ୍ଟ ନାଗରିକ ଙ୍କ ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ତା ଉପଲବ୍ଧ କରାଯାଉ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply