Home / ମୁଖ୍ୟ ଖବର / ସମର୍ପଣ ବୃଦ୍ଧାଶ୍ରମରେ ବରିଷ୍ଠ ନାଗରିକଙ୍କ ଭରଣପୋଷଣ ଓ ଯତ୍ନ ବିଷୟରେ ସଚେତନତା ଶିବିର ଅନୁଷ୍ଠିତ।

ସମର୍ପଣ ବୃଦ୍ଧାଶ୍ରମରେ ବରିଷ୍ଠ ନାଗରିକଙ୍କ ଭରଣପୋଷଣ ଓ ଯତ୍ନ ବିଷୟରେ ସଚେତନତା ଶିବିର ଅନୁଷ୍ଠିତ।

whatsapp image 2025 11 18 at 12.59.19 17197c71

ନୟାଗଡ଼,ତା-୧୮.୧୧.୨୫ରିଖ -ଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ- ନୟାଗଡ଼ ସହର ନିକଟସ୍ଥ ଲେଖନପୁର ଠାରେ ଗଢିଉଠିଥିବା ସମର୍ପଣ ବୃଦ୍ଧାଶ୍ରମରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଅନୁଷ୍ଠାନ ତରଫରୁ ବରିଷ୍ଠ ନାଗରିକଙ୍କ ଭରଣପୋଷଣ ଓ ଯତ୍ନ ବିଷୟରେ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି।

whatsapp image 2025 11 18 at 14.47.24 2ca195e8

ନୟାଗଡ଼ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବ ତଥା ସିନିୟର ବିଭାଗ ବିଚାରପତି ଅଞ୍ଜଳୀ ମଛଖଣ୍ଡ ମୁଖ୍ଯ ଅତିଥି ଭାବେ ଯୋଗଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ଆଇନଜୀବୀ କାମାକ୍ଷା ପ୍ରସାଦ ଦାଶ ଯୋଗଦେଇ ବୟସ୍କ ମାନଙ୍କ ମୌଳିକ ଅଧିକାର ଓ କର୍ତ୍ତବ୍ଯ ବିଷୟରେ ଅତି ସୁନ୍ଦର ଭାବେ ଆଲୋଚନା କରିଥିଲେ। ଜିଲ୍ଲା ଆଇନସେବା ପ୍ରାଧିକରଣର ସାମାଜିକକର୍ମୀ କ୍ଷଣପ୍ରଭା କର ଯୋଗଦେଇ ବରିଷ୍ଠ ନାଗରିକ ମାନଙ୍କ ପ୍ରତି ସମସ୍ତଙ୍କର କି ପ୍ରକାର ଉତ୍ତର ଦାୟିତ୍ୱ ଓ କର୍ତ୍ତବ୍ଯ ଅଛି କବିତା ଆବୃତ୍ତି କରି ସେ ବିଷୟରେ ବୁଝାଇଥିଲେ। ବରିଷ୍ଠ ନାଗରିକ ମାନଙ୍କୁ ଉତ୍ତମ ବ୍ଯବହାର ପ୍ରଦର୍ଶନ କରିବା, ସେମାନଙ୍କର ସେବା ସୂଷୁଶ୍ରା କରିବା ଆଦି ବହୁ ଉପାଦେୟ ବିଷୟରେ ଅତିଥି ମାନେ ପରାମର୍ଶ ଦେଇଥିଲେ। ପୁଅବୋହୂ ମାନେ ବୃଦ୍ଧବୃଦ୍ଧା ପିତାମାତାଙ୍କୁ ନିର୍ଯ୍ୟାତନା ଦେଲେ ଆଇନ୍ ର ବିଭିନ୍ନ ବ୍ଯବସ୍ଥା ସହିତ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ କିପରି ପଦକ୍ଷେପ ଗ୍ରହଣ କରେ ସେ ସମ୍ପର୍କରେ ସୁନ୍ଦର ଆଲୋଚନା ହୋଇଥିଲା। ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ଶ୍ରୀମତୀ ମଛଖଣ୍ଡ ମହୋଦୟା ଅନ୍ତେବାସୀ ମାନଙ୍କ ବାର୍ଦ୍ଧକ୍ଯ ଜନିତ ବିଭିନ୍ନ ସମସ୍ଯାର ସମାଧାନ ପାଇଁ ଉତ୍ତମ ପରାମର୍ଶ ଦେବା ସହିତ ଆଇନ୍ ସମ୍ପର୍କିତ ସମସ୍ତ ପ୍ରକାର ସେବା ଓ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଅନୁଷ୍ଠାନର ସାମାଜିକ କର୍ମୀ ପ୍ରମିଳା ମଲ୍ଲିକ, ଗଦାଧର ବିଶ୍ବାଳ ଓ ପ୍ରଶାନ୍ତ ସାହୁ ବରିଷ୍ଠ ନାଗରିକଙ୍କ ପ୍ରତି ସନ୍ତାନ ମାନଙ୍କ କର୍ତ୍ତବ୍ଯ ବିଷୟରେ ଆଲୋଚନା କରିବା ସହିତ ନିଜ ନିଜର ମତାମତ ରଖିଥିଲେ। ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ କର୍ମଚାରୀ ପବନ କୁମାର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲା ବେଳେ ସମର୍ପଣ ସଂପାଦକ ଶ୍ରୀଧର ସାହୁ ଧନ୍ଯବାଦ ଅର୍ପଣ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply