Home / ମୁଖ୍ୟ ଖବର / ୬୪ତମ ଶରଣକୁଳ ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ।ଗ ଣ୍ଡରପୁର ଏଫ୍.ସି.ଭୁବନେଶ୍ଵର ୨-୦ ଗୋଲରେ ବିଜୟୀ।

୬୪ତମ ଶରଣକୁଳ ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ।ଗ ଣ୍ଡରପୁର ଏଫ୍.ସି.ଭୁବନେଶ୍ଵର ୨-୦ ଗୋଲରେ ବିଜୟୀ।

whatsapp image 2025 11 18 at 12.52.27 c3adab7d

ନୟାଗଡ଼,୧୭.୧୧.୨୫ରିଖ –ଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ – ନୟାଗଡ଼ ଶରଣକୁଳ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଅନୁଷ୍ଠିତ ହେଉଥିବା ଜିଲ୍ଲାର ସର୍ବପୁରାତନ ଲଡୁକେଶ ଆଥଲେଟିକ ଆସୋସିଏସନ୍, ଶରଣକୁଳ ଦ୍ବାରା ଆୟୋଜିତ ୬୪ ତମ ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ୨ୟ ଦିବସ ଖେଳରେ ଗଣ୍ଡରପୁର ଏଫ୍.ସି.ଭୁବନେଶ୍ଵର ୨-୦ ଗୋଲରେ ଡି. ଏମ୍ .ଏସ .ଏଫ. କୁ ହରାଇ ବିଜୟ ହାସଲ କରିଛି।

whatsapp image 2025 11 18 at 12.52.26 f20b7ef9

ସୋମବାର ଦିନ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତିଙ୍କ ସହ ମୁଖ୍ୟ ଅତିଥି ଭାବରେ ରୋଟାରିଆନ ତଥା ଶିଳ୍ପପତି ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ପଣ୍ଡା ଓ ରୋଟାରିଆନ ତଥା ସମାଜସେବୀ ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ସାହୁ ଯୋଗଦାନ କରିଥିଲେ। ସୋମବାର ଦିନ ପ୍ରଥମାର୍ଦ୍ଧ ଖେଳରେ ଦୁଇଟି ଯାକ ଦଳ ଚିତ୍ତାକର୍ଷକ ଖେଳ ପ୍ରଦର୍ଶନ କରିଥିଲେ ମଧ୍ୟ ଗୋଲ ଶୂନ୍ୟ ରହିଥିଲା। ଦ୍ବିତୀୟାର୍ଦ୍ଧରେ ଖେଳ ଆରମ୍ଭ ହେବାର ୨ୟ ତମ ମିନିଟରେ କେହି କିଛି ଜାଣିବା ପୂର୍ବରୁ ଗଣ୍ଡରପୁର ର ୭ ନଂ ଜର୍ସି ଖେଳାଳି ବାବୁଲାଲ ସାହୁ ଗୋଟିଏ ଗୋଲ୍ ଦେଇ ଦଳକୁ ୧-୦ ରେ ଅଗ୍ରଣୀ କରିଥିଲେ। ତାହା ପରଠାରୁ ଖେଳ ସଂଘର୍ଷ ପୂର୍ଣ୍ଣ ତଥା ଆକ୍ରମଣାତ୍ମକ ପ୍ରତିଆକ୍ରମଣାତ୍ମକ ଭାବରେ ଚାଲିବା ମଧ୍ୟରେ ୧୩ ତମ ମିନିଟରେ ଗଣ୍ଡରପୁରର ସେହି ୭ନଂ ଜର୍ସି ଖେଳାଳି ବାବୁଲାଲ ସାହୁ ପୁଣି ଗୋଟିଏ ଗୋଲ୍ ଦେଇ ଦଳକୁ ୨-୦ ଗୋଲରେ ଅଗ୍ରଣୀ କରିଥିଲେ। ଖେଳ ଶେଷ ପର୍ଯ୍ୟନ୍ତ ଆଉ କୌଣସି ପରିବର୍ତ୍ତନ ହୋଇ ପାରି ନଥିଲା। ଫଳରେ ଗଣ୍ଡରପୁର ଏଫ୍ ସି , ଭୁବନେଶ୍ୱର ଦଳ ଡି.ଏମ.ଏସ.ଏଫ.ଚକ୍ରଧରପୁର , ଝାଡ଼ଖଣ୍ଡ ଦଳକୁ ୨-୦ ଗୋଲରେ ପରାସ୍ତ କରି ବିଜୟ ହାସଲ କରିଥିଲା।
ଖେଳ ମଧ୍ୟାନ୍ତରରେ ମୁଖ୍ୟ ଅତିଥି ମାନଙ୍କ ସହିତ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ମାନେ ପଡିଆ ମଧ୍ୟ ଭାଗକୁ ଯାଇ ଦୁଇ ଦଳର ଖେଳାଳୀଙ୍କ ସହ ତଥା ଖେଳ ପରିଚାଳନା କରୁଥିବା ରେଫରୀ ମାନଙ୍କ ସହିତ କରମର୍ଦ୍ଦନ କରି ପରିଚୟ ଆଦାନ ପ୍ରଦାନ କରିଥିଲେ ଏବଂ ଦୁଇ ଦଳର ଅଧିନାୟକ ମୁଖ୍ୟ ଅତିଥିଙ୍କୁ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ। ଖେଳ ଶେଷରେ ମୁଖ୍ୟ ଅତିଥି ପୂର୍ଣ୍ଣ ଚନ୍ଦ୍ର ସାହୁ ଗଣ୍ଡରପୁର ଦଳର ୭ ନଂ ଜର୍ସି ଖେଳାଳି ବାବୁଲାଲ ସାହୁଙ୍କୁ ସର୍ବଶ୍ରେଷ୍ଠ ଖେଳାଳି ଭାବରେ ଟ୍ରଫି ଓ ଏକ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଥିଲେ। ରାଜୁ ମହାନ୍ତି ମୁଖ୍ୟ ରେଫରୀ ଭାବରେ, ଜ୍ୟୋତିରଞ୍ଜନ ସ୍ବାଇଁ ଓ ପ୍ରସନ୍ନ ନାୟକ ଲାଇନରେ ସହାୟତା କରିଥିଲେ। ଜଗନ୍ନାଥ ପରିଡ଼ା ୪ର୍ଥ ରେଫରୀ ଭାବରେ ଖେଳ ପରିଚାଳନା କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply