Home / ମୁଖ୍ୟ ଖବର / ବିଶ୍ଵ ଶିଶୁ ଦିବସରେ ସ୍ୱତନ୍ତ୍ର କିଶୋର ପୋଲିସ ୟୁନିଟ ର ଶିଶୁ ସୁରକ୍ଷା କର୍ମଶାଳା

ବିଶ୍ଵ ଶିଶୁ ଦିବସରେ ସ୍ୱତନ୍ତ୍ର କିଶୋର ପୋଲିସ ୟୁନିଟ ର ଶିଶୁ ସୁରକ୍ଷା କର୍ମଶାଳା

whatsapp image 2025 11 20 at 18.53.06 082f3fb9

ପୁରୀ,୨୦.୧୧.୨୫: ପୁରୀ ଜିଲ୍ଲା ରିଜର୍ଭ ପୋଲିସ ସମ୍ମିଳନୀ କକ୍ଷରେ ପୁରୀ ପୋଲିସ ବିଭାଗର  କିଶୋର ପୁଲିସ ୟୁନିଟ କର୍ମଚାରୀଙ୍କ ପାଇଁ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l

whatsapp image 2025 11 20 at 18.53.06 598d4126

ପୁରୀ ଜିଲ୍ଲାର ସମସ୍ତ ୩୦ ଥାନାର ମହିଳା ଓ ଶିଶୁ ଡେସ୍କର ଅଧିକାରୀ, ଥାନାଧିକାରୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଏସଡିପିଓ, ଡିଏସପି  ହେଡ଼ କ୍ୱାଟର, ସ୍ୱତନ୍ତ୍ର କିଶୋର ନ୍ୟାୟ ପୋଲିସ ଅଧିକ୍ଷକ ଏବଂ ସମସ୍ତ ଶିଶୁ ଯତ୍ନ ଅନୁଷ୍ଠାନର ଅଧିକ୍ଷକ, ଚାଇଲଡ ହେଲ୍ପ ଲାଇନ ସଂଯୋଜକ ଯୋଗ ଦେଇଥିଲେ l ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରତୀକ ସିଂ ସନମାନିତ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ବେହେରା ଯୋଗ ଦେଇଥିବା ବେଳେ ଶିଶୁ କଲ୍ୟାଣ ସମିତି ଅଧ୍ୟକ୍ଷ ଡ଼ଃ ଅଜିତ କୁମାର ମହାପାତ୍ର, ଶିଶୁ ମଙ୍ଗଳ କମିଟି ସଦସ୍ୟ ଉପେନ୍ଦ୍ର ବିଶ୍ଵାଳ,କିଶୋର ନ୍ୟାୟ ବୋର୍ଡର ସଭ୍ୟ ମହାବୀର ରୁଦ୍ର ନାରାୟଣ ସାହୁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷ୍ୟକ ଶ୍ରୀ ସଚିନ ପଟେଲ ଏବଂ ଡିଏସପି ଏଚ. ଆର. ପି. ସି. ସସ୍ମିତା ବେହେରା ଯୋଗଦେଇ ଆଲୋଚନା ରେ ଅଂଶଗ୍ରହଣ ଥିଲେ l ବିଷୟ ବିଶାରଦ ଭାବେ ବିଜୁ ପଟ୍ଟନାୟକ ପୋଲିସ ତାଲିମ କେନ୍ଦ୍ର ର ତାଲିମଦାତା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଗୁରୁପ୍ରସାଦ ଶିବଶଙ୍କର ନନ୍ଦ ଏବଂ ୟୁନିସେଫ ପରାମର୍ଶ ଦାତା ଶ୍ରୀ ଘାସିରାମ ପଣ୍ଡା ଯୋଗ ଦେଇ ପ୍ରଶିକ୍ଷଣ ଦେଇଥିଲେ। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରତୀକ ସିଂ ଜିଲ୍ଲା ର ୩୦ ଟି ଥାନା ର ଅଧିକାରୀ ତଥା ସ୍ୱତନ୍ତ କିଶୋର ନ୍ୟାୟ ପୋଲିସ ଅଧିକାରୀ ମାନଙ୍କୁ ଶିଶୁ ସୁରକ୍ଷା ଆଇନ ଏବଂ ଶିଶୁ ଯୌନ ନିର୍ଯାତନା ନିରୋଧ ଆଇନ ର କଡାକଡି କାର୍ଯ୍ୟକାରୀତା ପାଇଁ ପରାମର୍ଶ ଦେଇଥିଲେ l ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା କହିଥିଲେ ଯେ ଜଣେ ବି ଶିଶୁ ନ୍ୟାୟ, ସୁରକ୍ଷ୍ୟା ଓ ଅଧିକାର ପାଇବାରୁ ବଞ୍ଚିତ ନରୁହନ୍ତି, ସେ ସମ୍ପର୍କିତ ଅଭିଯୋଗ ର ତତ୍କାଳ ବିଚାର କରାଯାଇ ତାଙ୍କୁ ସୁରକ୍ଷା ଓ ନ୍ୟାୟ ଯୋଗାଇ ଦିଆଯିବl ସହ ଶିଶୁ ସୁରକ୍ଷା ସେବା ଓ ଶିଶୁ ସୁଲଭ ପରିବେଶ କୁ ଥାନା ଅଧିକାରୀ ମାନେ ଅଗ୍ରାଧିକାର ଦେବାସହ ବଢୁଥିବା ଶିଶୁ ନିର୍ଯ୍ୟାତନା, ବାଲ୍ୟ ବିବାହ, ଶିଶୁ ଶ୍ରମିକ ଘଟଣା ର ସମାଧାନ ନିମନ୍ତେ ପୋଲିସ ର ଭୂମିକା ଏପରିହାର୍ଯ୍ୟ ବୋଲି କହିଥିଲେ l ପ୍ରଶିକ୍ଷକ ଗୁରୁ ପ୍ରସାଦ ଶିବଶଙ୍କର ନନ୍ଦ ସ୍ୱତନ୍ତ୍ର କିଶୋର ନ୍ୟାୟ ପୁଲିସଙ୍କର କାର୍ଯ୍ୟ ଏବଂ ଦାୟିତ୍ୱ ସହିତ ଶିଶୁ ମାନଙ୍କ ଯତ୍ନ ଓ ସୁରକ୍ଷା ଆଇନ ୨୦୧୫, ଶିଶୁ ମାନଙ୍କୁ ଯୌନ ଶୋଷଣ ସୁରକ୍ଷା ଆଇନ ୨୦୧୨ ବିଷୟରେ ଆଲୋଚନା କରିଥିଲେ l ୟୁନିସେଫ ର ପରାମର୍ଶ ଦାତା ଶ୍ରୀ ଘାସିରାମ ପଣ୍ଡା ବାଲ୍ୟ ବିବାହ, ଶିଶୁ ଶ୍ରମିକ ନିରୋଧ ଆଇନ ଏବଂ ଶିଶୁ ଚାଲାଣ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ l ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ମିଶନ ବାତ୍ସଲ୍ୟ ଏବଂ ସ୍ୱତନ୍ତ୍ର କିଶୋର ନ୍ୟାୟ ପୁଲିସ ତାଲିମର ଲକ୍ଷ୍ୟ ବିଷୟରେ ଆଲୋଚନା କରିଥିବା ବେଳେ ଆଇନ ପରିବୀକ୍ଷ ଅଧିକାରୀ ସନ୍ତୋଷ କୁମାର ସାହୁ କିଶୋର ନ୍ୟାୟ ବୋର୍ଡ, ଚିଲଡ୍ରେନ କୋର୍ଟଙ୍କ କାର୍ଯ୍ୟ ବିଷୟରେ ଆଲୋଚନା କରିବା ସହ ପୀଡିତା କ୍ଷତିପୂରଣ ପାଣ୍ଠି ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ l ଶିଶୁ ମଙ୍ଗଳ କମିଟି ର ଅଧ୍ୟକ୍ଷ ଡ଼ଃ ଅଜିତ କୁମାର ମହାପାତ୍ର ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁ ମାନଙ୍କର ଥଇଥାନ ବାବଦରେ ସ୍ୱତନ୍ତ୍ର କିଶୋର ନ୍ୟାୟ ପୋଲିସଙ୍କର ଭୂମିକା ବିଷୟରେ ଆଲୋଚନା କରିଥିଲେ l କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର କିଶୋର ନ୍ୟାୟ ପୋଲିସ ର ସଭ୍ୟ ବିଜୟ କୁମାର ପରିଡ଼ା ଓ ରୋଜାଲିନ ପାତ୍ର ମଧ୍ୟ ଯୋଗ ଦେଇଥିଲେ। ପୁରୀ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର କର୍ମକର୍ତ୍ତା ଓ ଚାଇଲଡ ହେଲ୍ପଲାଇନ ର କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିବା ସହିତ ସାମାଜିକ କର୍ମୀ କମଳା ମହାରଣା ଧନ୍ୟବାଦ ଦେଇଥିଲେ l

SPREAD YOUR LOVE WITH YOUR FRIENDS AND FAMILY

Leave a Reply