Home / ମୁଖ୍ୟ ଖବର / ସୁଗମ ଓ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ନିମନ୍ତେ ଉନ୍ନୟନ ପ୍ରଶାସକଙ୍କୁ ଦାବିପତ୍ର

ସୁଗମ ଓ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ନିମନ୍ତେ ଉନ୍ନୟନ ପ୍ରଶାସକଙ୍କୁ ଦାବିପତ୍ର

whatsapp image 2025 11 20 at 18.19.42 997e6f4f

ପୁରୀ, ତା ୧୯/୧୧ – ସାମ୍ପ୍ରତିକ ପରିସ୍ଥିତିରେ ଶ୍ରୀମନ୍ଦିର ଭକ୍ତ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଦୈନଦିନ ବୃଦ୍ଧି ପାଉଛି। ଯାହା ଫଳରେ ଅନେକ ଭକ୍ତ ଦର୍ଶନ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ସୁଗମ ଓ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ନିମନ୍ତେ ଆଜି ଆସୋସିଏସନ୍ ଅଫ ଟୁଇଟର ଆକ୍ଟିଭିଷ୍ଟ ପକ୍ଷରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଉଦ୍ଦେଶ୍ୟରେ ଏକ ପ୍ରସ୍ତାବିତ ଦାବିପତ୍ର ଉନ୍ନୟନ ପ୍ରଶାସକଙ୍କୁ ପ୍ରଦାନ କରାଯାଇଛି। ଯେଉଁଥିରେ କି ଦର୍ଶନ ବ୍ୟବସ୍ଥା ସମ୍ବନ୍ଧିତ ନିମ୍ନୋକ୍ତ ପ୍ରସ୍ତାବ ଗୁଡ଼ିକ ଉପସ୍ଥାପନ କରାଯାଇଛି:-

whatsapp image 2025 11 20 at 18.19.43 172e8359

ଭକ୍ତମାନେ ଚାରି ଦ୍ୱାରରେ ପ୍ରବେଶ କରି ଶ୍ରୀମନ୍ଦିର ଶାଖା କାର୍ଯ୍ୟାଳୟ ସାମ୍ନା ବାରିକେଡ ମଧ୍ୟ ଦେଇ ସାତ ପାହାଚରେ ପହଞ୍ଚିବେ।
ସାତ ପାହାଚ ଚଢି ଗରୁଡ଼ଙ୍କ ସାମ୍ନାରେ ଯାଇ ଭକ୍ତମାନେ ଗରୁଡ଼ଙ୍କୁ ପାର ହୋଇ ଡାହାଣ ଦିଗକୁ ବୁଲି ରାମ୍ପରେ ଚଢ଼ିବେ।
ଏହି ଖମ୍ବ ଠାରୁ ହୁଣ୍ଡି ପର୍ଯ୍ୟନ୍ତ ସ୍ଥାନରେ ରାମ୍ପ ପଡିବ।
ନାଟ ମଣ୍ଡପ ଖମ୍ବ ପାଖରେ ଥିବା ଅଲମିରା କଢା ଯିବ।
ଭକ୍ତମାନେ ରାମ୍ପ ଉପରେ ଚଢ଼ି ଉଚ୍ଚାକୁ ଯାଇ ଚକା ଆଖିକୁ ଦର୍ଶନ କରି ପାରିବେ।
ଶ୍ରୀ ଗୁଣ୍ଡିଚା ମନ୍ଦିରରେ ଥିବା ଅସ୍ଥାୟୀ ରାମ୍ପକୁ ଶ୍ରୀମନ୍ଦିରରେ ପରୀକ୍ଷା ମୂଳକ ଭାବେ ବ୍ୟବହାର କରିବା।
ଚଳିତ ଥର ଶ୍ରୀମନ୍ଦିର ପ୍ରଶାସନ ରଥଯାତ୍ରା ଭଳି ଭିଡରେ ଭକ୍ତ ମାନଙ୍କୁ ରାମ୍ପ ଯୋଗୁଁ ଶୃଙ୍ଖଳିତ ଦର୍ଶନ କରାଇ ପାରିଥିଲେ।
ଶ୍ରୀଗୁଣ୍ଡିଚା ମନ୍ଦିରରେ ଥିବା ରାମ୍ପର ଉଚ୍ଚତା 7 ଇଞ୍ଚ ଥିବା ବେଳେ ଶ୍ରୀମନ୍ଦିରରେ ରାମ୍ପ 15 ଇଞ୍ଚ ଭଳି ଉଚ୍ଚତା ଆବଶ୍ୟକତା ରହୁଛି।
ହୁଣ୍ଡିର ସ୍ଥାନ ପରିବର୍ତ୍ତନରେ ଯଦି କିଛି ବାଧା ସୃଷ୍ଟି ହେଉଛି, ତେବେ ସ୍ଥାନ ପରିବର୍ତ୍ତନ କରିବା ଆବଶ୍ୟକ ବର୍ତ୍ତମାନ ନାହିଁ।
ଭକ୍ତ ମାନେ ଧୀରେ ଧୀରେ ଗାରଦ ଦ୍ୱାର ପାଖରେ ରାମ୍ପରୁ ଓଲ୍ହାଇବା ପୂର୍ବରୁ ପ୍ରଭୁ ବଳଭଦ୍ର ଓ ମା ସୁଭଦ୍ରାଙ୍କ ଦର୍ଶନ କରି ଖୁସୀ ମନରେ ଫେରୁଥିବେ।
ଭକ୍ତ ଗାରଦ ଦ୍ୱାରର ପହଚାରୁ ଓଲ୍ହାଇ ସିଧାସଳଖ ପାଟ ଅଗଣାକୁ ଆସିବେ।
କିଛି ଭକ୍ତ ବାହାର କାଠ ନିକଟରେ(ବର୍ତ୍ତମାନର ବ୍ୟବସ୍ଥାରେ) ଦର୍ଶନ କରି ଘଣ୍ଟି ଦ୍ୱାରରେ ବାହାରିବେ।
ବାହାର କାଠ ପାଖରେ 7 ଇଞ୍ଚ ଉଚ୍ଚତା ରାମ୍ପ ପକାଗଲେ ନାଟମଣ୍ଡପରୁ 15 ଇଞ୍ଚ ଉଚ୍ଚତାରୁ ଭକ୍ତ ମାନଙ୍କୁ ଦର୍ଶନରେ ବାଧା ଉପୁଜିବ ନାହିଁ।
ଆମକୁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ନାଟ ମଣ୍ଡପ ଠାରୁ ବାହାର କାଠ ପର୍ଯ୍ୟନ୍ତ ସ୍ଥାନକୁ ବ୍ୟବହାର କରିବାକୁ ହେବ।
ଗାରଦ ଦ୍ୱାରରେ ଓଲ୍ହାଇ ପାଟ ଅଗଣାରୁ ଭକ୍ତମାନେ ସେଠାରୁ କିଛି ଅଭଡ଼ା ପାଇଁ ଆନନ୍ଦ ବଜାରକୁ ଯିବେ, କିଛି ବେଢା କରିବାକୁ ଯିବେ, କିଛି ଉତ୍ତର ଦ୍ୱାରରେ ପ୍ରସ୍ତାନ କରିବେ, ଯାହା ଫଳରେ ଭିଡ଼ 4 ଭାଗରେ ବିଭକ୍ତ ହୋଇଯିବ।

ଚାରି ଦୁଆରରେ ପ୍ରବେଶ କରୁଥିବା ଭକ୍ତଙ୍କୁ ସିଂହ ଦ୍ୱାର ବାଦ ଦେଇ ତିନୋଟି ଦ୍ୱାର ଦେଇ ପ୍ରସ୍ଥାନ ବୋଲି ସୂଚନା ଦିଆ ଚାଲିଥିବ।
ଗୋପାଳ ବଲ୍ଲଭ ପୂଜା ପୂର୍ବରୁ ଅବକାଶ ପୂଜା ପରେ ପରେ ଭକ୍ତ ମାନଙ୍କୁ ଓଡ଼ିଆ ଓ ହିନ୍ଦୀ ଭାଷାରେ ବାରମ୍ବାର ସୂଚନା ଦେବା ଆବଶ୍ୟକ। ଅନେକ ଭକ୍ତ ବାରିକେଡରେ ଦୁଇ ଘଣ୍ଟା ନିଜର ମୂଲ୍ୟବାନ ସମୟରୁ ନ ଠିଆହୋଇ ଅନ୍ୟତ୍ର ବ୍ୟବହାର କରି ପାରିବେ। ବାରିକେଡ ଭିଡ଼ କିଛି କମିଯିବ।
ପୁରୀର ବାସିନ୍ଦା ମାନେ ସବୁବେଳେ ତ୍ୟାଗ କରୁଛନ୍ତି। ସେଥିପାଇଁ ପଶ୍ଚିମ ଦ୍ୱାରରେ ପରିଚୟ ପତ୍ର ଦେଖାଇ ପ୍ରବେଶ କରାଇବା ଅନୁମତି ଦେବାକୁ ହେବ।
ମହିଳା, ବୟସ୍କ ଓ ରୁଗ୍ନ ଶ୍ରୀକ୍ଷେତ୍ର ବାସୀ ମାନଙ୍କୁ ବର୍ତମାନର ବ୍ୟବସ୍ଥାରେ ମୁଦୁଲି/ ଘଣ୍ଟି ଦ୍ୱାରରେ ପ୍ରବେଶ ପାଇଁ ଅନୁମତି ପ୍ରଦାନ ଆବଶ୍ୟକ ରହୁଛି।
ବର୍ତ୍ତମାନ ସେବାୟତମାନଙ୍କ ଯାତ୍ରୀଙ୍କ ସହିତ ପଶ୍ଚିମ ଦ୍ଵାର ଠିକ ଅଛି ।
ବର୍ତ୍ତମାନ ମୁଦୁଲି ଦ୍ୱାରରେ ସେବାୟତଙ୍କୁ ବ୍ୟବସ୍ଥା ହେବା ଦ୍ୱାରା ନିଜେ ସେବକ ମାନେ ଉପସ୍ଥିତ ରହି ଉଚିତ କାର୍ଯ୍ୟ ନିର୍ବାହ କରୁଛନ୍ତି।
ସେବାୟତ ଓ ପୁରୀ ଲୋକଙ୍କୁ ମୁଦୁଲି ଦ୍ୱାରରେ ଦର୍ଶନ ସୁବିଧା କରିବା ନିହାତି ଆବଶ୍ୟକ।
ପ୍ରୋଟୋକଲ ପାଇଁ ଉତ୍ତର ଦ୍ୱାର କୋଣ ବଡ଼ ଆଖଡା ମଠ ରାସ୍ତା ଉଚିତ ଅଛି।
ଶ୍ରୀ ସେତୁ ପାର୍କିଂରୁ ପାଇଲଟ ଗାଡି ଓ ବ୍ୟାଟେରୀ ଗାଡି ଗୁଡିକ ସିଧାସଳଖ ଶ୍ରୀମାର୍ଗ ସତ୍ୟ
ନାରାୟଣ ମନ୍ଦିର ଦେଇ ବଡ଼ ଆଖଡା ମଠ ନିକଟକୁ ଆସିପାରୁଛି।
ଦକ୍ଷିଣ ଓ ଉତ୍ତର ଦ୍ୱାରରେ ସବୁ ଜିନିଷ ପତ୍ର (ପରିବା, ହାଣ୍ଡି କୁଡୁଆ, ଚାଉଳ ବସ୍ତା, ଟିଣ ଘିଅ ଇତ୍ୟାଦି ଇତ୍ୟାଦି,,,) ଶ୍ରୀମନ୍ଦିରକୁ ପ୍ରବେଶ କରୁଛି।
ଶ୍ରୀମନ୍ଦିରର ସୁରକ୍ଷା ଦୃଷ୍ଟିରୁ ଏହି ଦୁଇ ଦ୍ୱାରରେ ଅତ୍ୟାନୁଧିକ ଯାଞ୍ଚ ମେସିନ ବସାଇବା ନିହାତି ଆବଶ୍ୟକ।

ସାମ୍ପ୍ରତିକ ଦିନ ମାନଙ୍କରେ ବର୍ତ୍ତମାନ ପ୍ରତିଦିନ ବହୁତ୍ ହିଡେନ କ୍ୟାମେରା ମନ୍ଦିରକୁ ନେଇକି ଯିବା ଦୃଷ୍ଟିକୁ ଆସୁଛି। ସେଥିପାଇଁ କଡା ନଜର ରଖି ଶ୍ରୀମନ୍ଦିରର ସୁରକ୍ଷା ଓ ଭକ୍ତଙ୍କ ଚେକିଂ (ତନଖି) ରେ Central Forces Unit ଓ ଆଧୁନିକ ଜ୍ଞାନ ଯୁକ୍ତ ତନଖି ଯନ୍ତ୍ର ଲଗାଇବାକୁ ନିବେଦନ।
ଅନେକ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ସହିତ ମା ବିମଳା ଓ ମା ଲକ୍ଷ୍ମୀଙ୍କ ଦର୍ଶନ କରିଥାନ୍ତି।
ମା ବିମଳାଙ୍କ ମନ୍ଦିରରେ ଲାଇନ ବଡ଼ ନହେବାର ମୁଖ୍ୟ କାରଣ ଲାଇନରେ ଭକ୍ତ ଯାଇ କିଛି ବାହାରୁ ଉଚ୍ଚା ଥିବାରୁ ଦର୍ଶନ କରି ବାହାରୁଥିବା ସମୟରେ କିଛି ଭିତରକୁ ଯାଉଛନ୍ତି।
ସେହିଭଳି ମା ଲକ୍ଷ୍ମୀଙ୍କ ମନ୍ଦିରର ନାଟ ମଣ୍ଡପରେ ରାମ୍ପ କରି ବାହାରୁ ଭକ୍ତଙ୍କୁ ଦର୍ଶନ କରାଇ ଭିଡ଼ କମାଇଦେବାର ଅଛି।
ମା ଲକ୍ଷ୍ମୀଙ୍କ ଗର୍ଭ ଗୃହକୁ ଯାଇ ପ୍ରତିମାକୁ ଛୁଇଁବା ନିଷେଧ କରାଯିବା ଆବଶ୍ୟକ।
ଭକ୍ତମାନେ ଦର୍ଶନ ସାରି ଶ୍ରୀମନ୍ଦିର ବାହାରକୁ ଆସି ପରିକ୍ରମା ମାର୍ଗରେ ବସି ଭଜନ, କୀର୍ତ୍ତନ, ଧ୍ୟାନ ଓ ଅଧ୍ୟାୟନ କରିବାକୁ ଅନୁରୋଧ କରାଯିବ।
ଭକ୍ତ ଭିତରେ ବେଢାରେ ବସିବା ଦ୍ୱାରା ଭିତର ପରିକ୍ରମାରେ ଅନ୍ୟ ଭକ୍ତଙ୍କ ପାଇଁ ଅନେକ ଅସୁବିଧା ସୃଷ୍ଟି ହେଉଅଛି। ସେଥିପ୍ରତି ଭକ୍ତ ନ ବସିବା ପାଇଁ ପାଣି ଛିଞ୍ଚନ ବ୍ୟବସ୍ଥା ଠିକ ଅଛି। (ଶୀତଦିନ ରାତିରେ ପାଣି ଛିଞ୍ଚନ ବନ୍ଦ ରହିବ)।
ଉକ୍ତ ଦାବିପତ୍ର ଏକକିତା ନକଲ ମାନନୀୟ ଜିଲ୍ଲାପାଳ, ପୁରୀ ମାନନୀୟ ଆରକ୍ଷୀ ଅଧୀକ୍ଷକ, ପୁରୀ ମାନନୀୟ ଆଇନ ମନ୍ତ୍ରୀ, ଓଡିଶା ମାନନୀୟ ପର୍ଯ୍ୟଟନ ସଚିବ, ଓଡିଶା ମାନନୀୟ ମୁଖ୍ୟ ଶାସନ ସଚିବ, ଓଡିଶା ମାନନୀୟା ଉପ ମୁଖ୍ୟମନ୍ତ୍ରୀ, ପ୍ରଭାତୀ ପରିଡା, ଓଡିଶା ମାନନୀୟ ମୁଖ୍ୟମନ୍ତ୍ରୀ, ଓଡିଶା ମହୋଦୟଙ୍କୁ ପଠାଯାଇଛି। ଅନୁଷ୍ଠାନର ସଦସ୍ୟ ଦୀପକ ପ୍ରଧାନ,ସଚ୍ଚିଦାନନ୍ଦ ବିଶୋଇ, ସନ୍ତୋଷ କୁମାର ନାୟକ, ସଚ୍ଚିଦାନନ୍ଦ ଗୋଛlୟତ, ମନୋଜ ପ୍ରଧାନ, ବିଶ୍ୱଜିତ ପଟ୍ଟନାୟକ, ବିଶ୍ୱଜିତ ପ୍ରଧାନ, ଦେବରାଜ ଦାସ ପ୍ରମୁଖ ଉପସ୍ଥିତ ଥିଲେ.

SPREAD YOUR LOVE WITH YOUR FRIENDS AND FAMILY

Leave a Reply