Home / ସଂସ୍କୃତି ଓ ପରମ୍ପରା / ଆଦିଶକ୍ତି ପୀଠ ମା ତାରା ତାରିଣୀ, ପୁରୁଷୋତ୍ତମ ପୁର,ଗଞ୍ଜାମ

ଆଦିଶକ୍ତି ପୀଠ ମା ତାରା ତାରିଣୀ, ପୁରୁଷୋତ୍ତମ ପୁର,ଗଞ୍ଜାମ

ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ନିକ଼ଟସ୍ଥ ସର୍ପିଳ ଗତିରେ ପ୍ରବାହିତ ପବିତ୍ର ରୁଷିକୂଲ୍ୟା ନଦୀର ତଟରେ ଏକ ସଦୃଶ୍ୟ ପାହାଡ଼ର ଶୀର୍ଷଦେଶରେ ଅବସ୍ଥିତ ପବିତ୍ର ତାରାତିରିଣୀ ମନ୍ଦିର ଯାଆଁଳାଭଉଣୀ ଦେବୀ ତାରାତିରିଣୀ ପୂଜିତ । ଏହାଏକ ପବିତ୍ର ଧର୍ମପୀଠ । ଏହିପୀଠ ହଜାର ହଜାର ଭକ୍ତ ପର୍ଯ୍ୟଟକ ତଥା ଦର୍ଶକଙ୍କୁ ଆକର୍ଷିତ କରେ । ବର୍ଷର ସବୁ ସମୟରେ ଏଠାକୁ ପର୍ଯ୍ୟଟକ ଆସିଥାନ୍ତି କାରଣ ବଣଭୋଜି ପାଇଁ ଏକ ପ୍ରକୃଷ୍ଟ ସ୍ଥାନ। ରାଜ୍ୟ ସରକାରଙ୍କ ତରଫରୁ ଏହି ମନ୍ଦିରର ସୌନ୍ଦର୍ଯ୍ୟକରଣ ଏବଂ ସେଠାକୁ ଗମନାଗମନ ର ସୁବିଧା ଅତି ସୁନ୍ଦର ଭାବରେ କରିଥିବାରୁ ଏବେ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହି ସ୍ଥାନର ଏକ ବିଶେଷ ତାତ୍ପର୍ଯ୍ୟ ହେଉଛି ପ୍ରତି ବର୍ଷ ଚୈତ୍ର ମାସର ( ମାର୍ଚ୍ଚ ର ଦ୍ଵିତୀୟ ସପ୍ତାହଠାରୁ ଏପ୍ରିଲ ମାସର ଦ୍ଵିତୀୟ ସପ୍ତାହ) ପ୍ରତି ମଙ୍ଗଳବାର ମନଙ୍କରେ ଏଠାରେ ବିଶେଷ ପୂଜାର୍ଚ୍ଚନା ହୁଏ । ଲକ୍ଷ ଲକ୍ଷ ସଂଖ୍ୟାରେ ଭକ୍ତ ଉପାସକ ପୂଜା ତଥା ମାନସିକ ବ୍ରତ ପାଇଁ ଏଠାକୁ ଆସିଥାନ୍ତି । ଏହା ତାରାତାରିଣୀ ମେଳା ନାମରେ ପ୍ରସିଦ୍ଧ । ଏହି ପ୍ରଥା ବା ପରମ୍ପରା କେଉଁ ଆବାହନ କାଳରୁ ପ୍ରଚଲିତ ଏହାଛଡ଼ା ପ୍ରତି ମାସର ହିନ୍ଦୁ କେଲେଣ୍ଡର ର ସଂକ୍ରାନ୍ତି ଦିନ ଏଠାକୁ ହଜାର ହଜାର ଭକ୍ତ ପୂଜାର୍ଚ୍ଚନା ପାଇଁ ଆସିଥାନ୍ତି ତା ସହିତ ଦଶହରା ଏବଂ ବର୍ଷକ ଯାକର ଅନ୍ୟାନ୍ୟ ପର୍ବ ଏଠାରେ ଧୁମ୍ ଧାମରେ ପାଳିତ ହୋଇଥାଏ। ଏହା ଗଞ୍ଜାମ ଜିଲ୍ଲା ତଥା ରାଜ୍ୟର ପ୍ରସିଦ୍ଧ ଶକ୍ତି ପୀଠ ଅଟେ । ଏହି ତାରାତାରିଣୀ ମନ୍ଦିର ଶ୍ୟାମଳ ବନାନୀ ଘେରା ପାହାଡ଼ ର ଶୀର୍ଷ ଭାଗରେ ଅବସ୍ଥିତ । ୯୯୯ ପାହାଚ ଚଢ଼ି ଏହି ମନ୍ଦିର କୁ ଯିବାକୁ ପଡ଼େ । କିନ୍ତୁ ବର୍ତ୍ତମାନ ସୁରକ୍ଷିତ ରୋଡ ସହିତ ଯନ୍ତ୍ରଚାଳିତ ଦୋଳି ଦ୍ୱାରା ଏହି ମନ୍ଦିରକୁ ପହଞ୍ଚିବାର ବ୍ୟବସ୍ଥା ହେଲାଣି, ଏଠାକାର ପିରବେଶ ଶାନ୍ତ ସୁନ୍ଦର ଏବଂ ମନୋମୁଗ୍ଧକର ଅଟେ । ଯେକେହି ଏଠାକୁ ଆସନ୍ତି ପାହାଡ଼ର ଶୀର୍ଷରେ ମନ୍ଦିରରେ ପହଞ୍ଚିବା ପରେ ଏକ ସ୍ୱତନ୍ତ୍ର ଅନୁଭୁତି ନେଇଯାଆନ୍ତି ।
କିଭଳି ପହଁଞ୍ଚିବେ:
ବିମାନ ମାର୍ଗରେ
ନିକଟତମ ବିମାନ ବନ୍ଦର : ଭୁବନେଶ୍ଵର
ରେଳଗାଡ଼ିରେ
ନିକଟତମ ରେଳ ସ୍ଟେଶନ : ବ୍ରହ୍ମପୁର
ସଡ଼କ ପଥରେ
ସଡକ ମାର୍ଗରେ ବ୍ରହ୍ମପୁର ଠାରୁ ୩୨ କି.ମି.

SPREAD YOUR LOVE WITH YOUR FRIENDS AND FAMILY

Leave a Reply