Home / ମୁଖ୍ୟ ଖବର / କୁମାର ଉତ୍ସବ ସମିତି ପକ୍ଷରୁ ସିଂହଦ୍ଵାର ନିକଟରେ ଦେବ ଦୀପାବଳୀ ପାଳିତ

କୁମାର ଉତ୍ସବ ସମିତି ପକ୍ଷରୁ ସିଂହଦ୍ଵାର ନିକଟରେ ଦେବ ଦୀପାବଳୀ ପାଳିତ

img 20251121 wa0005

ପୁରୀ (୨୧/୧୧) : ପୌରାଣିକ ମତାନୁସାରେ, ଦେବ ଦୀପାବଳୀ ହେଉଛି ଦେବତାମାନଙ୍କ ବିଜୟର ପର୍ବ। ଯେଉଁଦିନ ଦେବତାମାନେ ଆଲୋକ ପ୍ରଜ୍ୱଳନ କରି ମାନବୀୟ ଧର୍ମର ଜୟଯାତ୍ରାକୁ ଉଦଘୋଷିତ କରିଥିଲେ। ଏହି ପର୍ବ ଆଲୋକରେ ଅନ୍ଧକାରକୁ ଜିତିବା, ନୀତିରେ ଅନୀତିକୁ ପରାଜିତ କରିବା ଓ ମାନବୀୟ ଜୀବନକୁ ନୈତିକତାର ପଥରେ ଆଗେଇ ନେବାର ସନ୍ଦେଶ ବହନ କରେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚେତନାରେ ଏହି ପର୍ବର ପବିତ୍ରତା ବଢ଼ିଯାଏ, କାରଣ ଏହି ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥ ସ୍ୱୟଂ ମାନବୀୟ ଲୀଳାରେ ନିଜର ପିତୃଦେବତାଙ୍କ ପ୍ରତି ଦେବ ଶ୍ରାଦ୍ଧ ଅର୍ପଣ କରନ୍ତି।

144663

ପିତୃଦେବତାମାନଙ୍କ ପ୍ରତି ଦେବୀୟ ଶ୍ରଦ୍ଧାଞ୍ଜଳି ଓ ପୂର୍ବଜମାନଙ୍କ ପ୍ରତି କୃତଜ୍ଞତା ପ୍ରଦାନର ଏହି ପରମ୍ପରା ଶ୍ରୀଜଗନ୍ନାଥ ଧର୍ମର ଆଧ୍ୟାତ୍ମିକ ମହନୀୟତାକୁ ପ୍ରକାଶ କରେ।ଏହି ଅବସରରେ ଆଜି କୁମାର ଉତ୍ସବ ସମିତି ପକ୍ଷରୁ ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ଦେବ ଦୀପାବଳୀ ଅବସରରେ ଏକ ଭକ୍ତିମୟ ପରିବେଶରେ ସମୁହ ପ୍ରଦୀପ ପ୍ରଜ୍ୱଳନ ଆୟୋଜିତ ହୋଇଥିଲା। ସମିତିର ସମ୍ପାଦକ ସ୍ୱାଧୀନ କୁମାର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ରାଜେଶ ମିଶ୍ର, ଅମରେନ୍ଦ୍ର ପାଇକରାୟ, ଶ୍ରୀକାନ୍ତ ମହାନ୍ତି, ସୁକାନ୍ତ ପଣ୍ଡା, ନୃତ୍ୟ ଗୁରୁ ରାଜେଶ କୁମାର ସାହୁ ଓ ମୀରା ଦାସ, ଗୌରୀ ଶଙ୍କର ସାମନ୍ତରାୟ, ମଳୟ ଗଜେନ୍ଦ୍ର, ପ୍ରମୋଦ ପଟ୍ଟନାୟକ, ନିଗମ ପାତ୍ର, ଶୁଭେନ୍ଦୁ ମହାପାତ୍ର, ଚନ୍ଦନ ସାହୁ, ଜ୍ୟୋତିର୍ମୟୀ ପଣ୍ଡା, ପପି ସାହୁ, ନିରୋଜ ମହାନ୍ତି, ଦେବରାଜ ଦାସ, ମାନସ ପଟ୍ଟନାୟକ, କ୍ଷୀରୋଦ ଦାଶ, ଦେବୀପ୍ରସାଦ ମିଶ୍ର, ସୌମ୍ୟରଞ୍ଜନ ନାୟକ, ରାକେଶ କୁମାର ସାହୁ, ଅମିତ କୁମାର ସାମନ୍ତରାୟ, ସନ୍ତୋଷ କୁମାର ବେହେରା ପ୍ରମୁଖ ସଦସ୍ୟା ସଦସ୍ୟମାନେ ଉପସ୍ଥିତ ରହି ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ସମୁହ ପ୍ରଦୀପ ପ୍ରଜ୍ଜ୍ଵଳନ କରାଇ ସମଗ୍ର ପରିସରକୁ ଦେବଲୋକର ମହିମାରେ ଆଲୋକିତ କରିଥିଲେ। କୁମାର ଉତ୍ସବ ସମିତି ପ୍ରତିବର୍ଷ ଯେପରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି, ଧାର୍ମିକ ପରମ୍ପରା ଓ ସାମୁଦାୟିକ ମୂଲ୍ୟବୋଧର ସୁରକ୍ଷା ଏବଂ ପ୍ରଚାର କରୁଛି, ସେପରି ଆଜିର ଦେବ ଦୀପାବଳୀ ପାଳନ ମାଧ୍ୟମରେ ସମିତି ଯୁବପିଢ଼ୀଙ୍କ ମଧ୍ୟରେ ଭକ୍ତି, ସେବା ଓ ନୈତିକତାର ଆଲୋକକୁ ଆହୁରି ଉଜ୍ଜ୍ୱଳ କରିବ ବୋଲି ମତପ୍ରକାଶ ପାଇଥିଲା। ଦେବ ଦୀପାବଳୀର ଏହି ଭବ୍ୟ ଉତ୍ସବ ଶ୍ରୀଜଗନ୍ନାଥଙ୍କ ମାନବୀୟ ଲୀଳାର ପରମ୍ପରା, ଆଜି ମଧ୍ୟ ଆମ ସମାଜକୁ ଶାନ୍ତି, ଏକତା ଓ ଆଧ୍ୟାତ୍ମିକ ଉନ୍ନତିର ଆଲୋକରେ ଆଗେଇ ନେଉଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସମିତିର ସଦସ୍ୟ ଚନ୍ଦନ କୁମାର ସାହୁଙ୍କ ଦ୍ଵାରା ଦେବ ଦୀପାବଳୀ ଉଦ୍ଦେଶ୍ୟରେ ମୁରୁଜରେ ଏକ ଭବ୍ୟ ରଙ୍ଗୋଲି ପ୍ରସ୍ତୁତ କରିଥିଲେ। ସ୍ୱାଧୀନ କୁମାର ପଣ୍ଡାମୋ : ୯୪୩୯୯୩୬୭୬୭

SPREAD YOUR LOVE WITH YOUR FRIENDS AND FAMILY

Leave a Reply